ମାନିଲେନି ସରକାର; ମଉଳିଗଲା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ଆଶା

କଟକ(ଓଡ଼ିଶା ରିପୋର୍ଟର): ମଉଳିଗଲା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ଆଶା । ସରକାରଙ୍କ ଉପରୁ ତୁଟିଗଲା ଭରସା। ବର୍ଷ ବର୍ଷର ଶ୍ରମ ପାଣିରେ ପଡ଼ିଗଲା। ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ଅମଙ୍ଗ ହେଲେ ରାଜ୍ୟ ସରକାର । ଏପରିକି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ମାନିବାକୁ ପ୍ରସ୍ତୁତ  ନ ଥିବା ରାଜ୍ୟ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଊଛନ୍ତି। ଫଳରେ ଜୀବନ ଦୋଛକିରେ ଛିଡ଼ା ହୋଇଛନ୍ତି ପ୍ରାୟ ୭୦ ହଜାର ଠିକା ଡାଟା ଏଣ୍ଟ୍ରି […]

data-entry-operator

data-entry-operator

Niharika Rout
  • Published: Tuesday, 02 August 2022
  • Updated: 02 August 2022, 12:58 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ମଉଳିଗଲା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ଆଶା । ସରକାରଙ୍କ ଉପରୁ ତୁଟିଗଲା ଭରସା। ବର୍ଷ ବର୍ଷର ଶ୍ରମ ପାଣିରେ ପଡ଼ିଗଲା। ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ଅମଙ୍ଗ ହେଲେ ରାଜ୍ୟ ସରକାର । ଏପରିକି ହାଇକୋର୍ଟଙ୍କ ନିଷ୍ପତ୍ତିକୁ ମାନିବାକୁ ପ୍ରସ୍ତୁତ  ନ ଥିବା ରାଜ୍ୟ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଊଛନ୍ତି। ଫଳରେ ଜୀବନ ଦୋଛକିରେ ଛିଡ଼ା ହୋଇଛନ୍ତି ପ୍ରାୟ ୭୦ ହଜାର ଠିକା ଡାଟା ଏଣ୍ଟ୍ରି ଅପରେଟର । ରାଜ୍ୟ ସରକାରଙ୍କ ଗୋଟିଏ ନିଷ୍ପତ୍ତି ଯୋଗୁ ସେମାନଙ୍କର ତଥା ସେମାନଙ୍କ ପରିବାରର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି।

ଠିକା ଡାଟା ଏଣ୍ଟ୍ରିମାନଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶାନାମା ପରେ  ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତା ରେ  ଗୃହ ସଚିବ, ଅର୍ଥ ସଚିବ, ସାଧାରଣ ପ୍ରଶାସନ ସଚିବ ଏବଂ IT ସଚିବଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା।   ଠିକା ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ନିଯୁକ୍ତିକୁ ନିୟମିତ କରିବା ସମ୍ପର୍କିତ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରିବା ସହ ଏଣିକି ଠିକାରେ ଆଉ ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ନିଯୁକ୍ତି ନ ଦେବାକୁ ବୈଠକରେ ସ୍ଥିର ହୋଇଛି ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଏଣିକି ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଆଉ ନିଯୁକ୍ତି ମିଳିବନି । ଏଥିନିମନ୍ତେ ଏଜେନ୍ସିମାନଙ୍କୁ ନିଯୁକ୍ତି ଦିଆଯିବ । ସେମାନଙ୍କ ଅଧୀନରେ ସବୁ ବିଭାଗର ଡାଟା ଏଣ୍ଟ୍ରି କାମ ରହିବ । ପ୍ରତି ବିଭାଗ ଯେଉଁ ପରିମାଣର ଡାଟା ଏଣ୍ଟ୍ରି କାମ ଆବଶ୍ୟକ କରିବ, ତାକୁ ଆକଳନ କରାଯାଇ ସମୟାନୁପାତି ଭାବେ ଓ ସଠିକ ଭାବେ କାମ ଯୋଗାଇ ଦିଆଯିବ । ଏହି ୨ଟିରେ ଖିଲାଫ ହେଲେ ତାଙ୍କ ଉପରେ ଜରିମାନା ବ୍ୟବସ୍ଥା ରହିବ ।

ସରକାର ଗୋଟିଏ କିମ୍ବା ୨ଟି ଏଜେନ୍ସି ହାତରେ ଏହି କାମକୁ ଟେକିଦେବେ । ଏଜେନ୍ସି ନିଯୁକ୍ତି ପାଇଁ IT ବିଭାଗ ପରାମର୍ଶରେ ସାଧାରଣ ପ୍ରଶାସନ ବିଭାଗ ନିୟମାବଳୀ ପ୍ରସ୍ତୁତ କରିବ । ହେଲେ ସେମାନେ କେତେ କାର୍ଯ୍ୟକ୍ଷମ ହେବେ ଓ କେତେ ସ୍ୱଚ୍ଛତା ବଜାୟ ରହିବେ ତାହା ଆଗକୁ ଜଣାପଡ଼ିବ । ଏହାବାଦ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ବେକାରୀ ସମସ୍ୟା ବହୁ ମାତ୍ରାରେ ବଢ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ  ବିଭିନ୍ନ ବିଭାଗରେ ଦୀର୍ଘ ବର୍ଷ ଧରି ଡାଟା ଏଣ୍ଟ୍ରି  ଅପରେଟର କାର୍ଯ୍ୟରତ ଅଛନ୍ତି  ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ସରକାର ସେମାନଙ୍କୁ ନିୟମିତ କରିବେ ବୋଲି ଆଶା କରିଥିଲେ। ବର୍ତ୍ତମାନ ସେମାନଙ୍କ ଆଶା ମଉଳି ଯାଇଛି। ଠିକା ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ  ନିୟମିତ କରିବା ସମ୍ପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅପିଲ ଜରିଆରେ ଚାଲେଞ୍ଜ କରିବାକୁ ଗୃହ ବିଭାଗକୁ ଦାୟିତ୍ୱ ଦେବାକୁ   ସ୍ଥିର ହୋଇଛି । ବୈଠକର ନିଷ୍ପତ୍ତି ଜଣା ପଡିବାପରେ ଠିକା ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story