ବିଜେଡିରୁ ବହିଷ୍କୃତ ହେବା ପରେ ଜବାବ ରଖିଲେ ପ୍ରଦୀପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜନ ବିରୋଧୀ କାର୍ଯ୍ୟ ପାଇଁ ଆଜି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ଏହି ନିର୍ଦ୍ଦେଶ ଆସିବା ପରେ ଶ୍ରୀ ପାଣିଗ୍ରାହୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ କୌଣସି ଜନ ବିରୋଧୀ କାର୍ଯ୍ୟ କରି ନାହାନ୍ତି। ଦଳ ସ୍ପଷ୍ଟୀକରଣ ଦେଉ ଯେ ସେ କେଉଁ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି। ତା’ସହିତ ସେ କ’ଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି, ସାମ୍ବାଦିକମାନେ ଖୋଜି ବାହାର କରନ୍ତୁ ବୋଲି ବିଧାୟକ […]

pradeep

pradeep

Jitendra Garnayak
  • Published: Sunday, 29 November 2020
  • Updated: 29 November 2020, 02:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜନ ବିରୋଧୀ କାର୍ଯ୍ୟ ପାଇଁ ଆଜି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ଏହି ନିର୍ଦ୍ଦେଶ ଆସିବା ପରେ ଶ୍ରୀ ପାଣିଗ୍ରାହୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ କୌଣସି ଜନ ବିରୋଧୀ କାର୍ଯ୍ୟ କରି ନାହାନ୍ତି। ଦଳ ସ୍ପଷ୍ଟୀକରଣ ଦେଉ ଯେ ସେ କେଉଁ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି। ତା’ସହିତ ସେ କ’ଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି, ସାମ୍ବାଦିକମାନେ ଖୋଜି ବାହାର କରନ୍ତୁ ବୋଲି ବିଧାୟକ କହିଛନ୍ତି।

ଆଉ କ’ଣ କହିଛନ୍ତି ପଢ଼ନ୍ତୁ

  • ୧୫ଟି ବିଧାନସଭା ଆସନ ଦାୟିତ୍ୱରେ ଥିଲି, ୧୨ଟିରେ ଜିତାଇଲି। ଦଳର ପ୍ରାର୍ଥୀମାନଙ୍କୁ ପାଣ୍ଠି ମୋ ଜରିଆରେ ପ୍ରଦାନ କରାଯାଇଛି। ଯଦି କିଛି ତ୍ରୁଟି ରହିଛି, ତାହାର ପ୍ରମାଣ ଦିଅନ୍ତୁ।
  • ଗଞ୍ଜାମ ଜିଲ୍ଲାରୁ ବାଲି, ମୋରମ ଚାଲାଣ ପ୍ରସଙ୍ଗ ଉଠାଇଥିଲି। କୌଣସି ବାଲି ମାଫିଆ ଠାରୁ ମୁଁ ଟଙ୍କା ନେଇନି। ଏନେଇ ଚ୍ୟାଲେଞ୍ଜ କରୁଛି।
  • ଜିଲ୍ଲାରେ ୮୦ଟି ମଦ ଦୋକାନ ରହିଛି, କାହାଠୁ କିଛି ନେଇନି।
  • ମୋର ବ୍ୟକ୍ତିଗତ ସଂପତ୍ତି କେତେ ଆକଳନ କରାଯାଉ।
  • ହିଞ୍ଜିଳି ଦାୟିତ୍ୱରୁ ହଟାଇଥିଲେ ମୁଖ୍ୟମନ୍ତ୍ରୀ- ୨୦୧୨ରେ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ କାମ କରୁଥିଲି। ମାତ୍ର ସ୍ଥାନୀୟ ନିର୍ବାଚନ ପରେ ମୋତେ ଦାୟିତ୍ୱରୁ ହଟାଇ ଦିଆଗଲା। ମୋ ନାଁରେ କ୍ରିମିନାଲ ଅଭିଯୋଗ ଆଣି ଦାୟିତ୍ୱରୁ ହଟାଇଲେ। ମୋତେ କେବଳ ମୋ ନିର୍ବାଚନମଣ୍ଡଳୀ କଥା ବୁଝିବାକୁ କହିଲେ। ମୁଁ ଗୁଣ୍ଡା ନେଇ ହିଞ୍ଜିଳିରେ ଲୋକଙ୍କୁ ଡରାଇଥିଲି ବୋଲି ଅଭିଯୋଗ କଲେ। ଏସବୁ ସତ୍ତ୍ୱେ ୨୦୧୪ରେ ଟିକେଟ ଦେଲେ ଓ ପୁଣି ମନ୍ତ୍ରୀ କଲେ।
  • ଭେଟିଥିଲେ ବବି ଓ ଅଚ୍ୟୁତ- ଏହା ମଧ୍ୟରେ ଏବେ ଗୋଟିଏ ବଡ଼ ଘଟଣା ଘଟିଥିଲା। ମୋତେ ବିଶ୍ୱରଞ୍ଜନ ମହାନ୍ତି ସରକାର ଭାଙ୍ଗିବା ସମ୍ଭାବନା କଥା କହିଥିଲେ। ମୁଁ ଏନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଅବଗତ କରିଥିଲି। ଏହାପରେ ମୋ ଘରକୁ ବବି ଦାସ ଓ ଅଚ୍ୟୁତ ସାମନ୍ତ ଆସିଥିଲେ। କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଏପରି ଫୋନ୍ କରୁଛ ବୋଲି ତାଗିଦ୍ କରିଥିଲେ। ଏହାପରେ ଡିସେମ୍ବରରେ ଝିଅ ବାହାଘର ଅଛି କି ବୋଲି ପଚାରିଥିଲେ। ମୁଁ ବବିଙ୍କୁ କହିଥିଲି ଯଦି ଦଳ ଦରକାର କରୁନି ତା’ହେଲେ ରାଜନୀତି ଛାଡ଼ିଦେବି।
  • ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ନେଇ ବୟାନ ରଖିଲେ- ଆକାଶ ଆଇଟିଆରର ଛାତ୍ର, ରୋମାନିଆରେ କାମ କରୁଥିଲେ। ମା’ଙ୍କ ଅସୁସ୍ଥତା ଯୋଗୁଁ ଓଡ଼ିଶା ଫେରି ଆସିଥିଲେ ଆକାଶ। ୨୦୧୬ରେ ଜିମେଟ୍‌ରେ ସବୁଠୁ ଅଧିକ ନମ୍ବର ରଖିଥିଲେ। ଏହାପରେ ଟାଟା ଗ୍ରୁପ୍‌କୁ  ମନୋନୀତ ହୋଇଥିଲେ। କଂପାନୀ ତରଫରୁ ଆକାଶଙ୍କୁ ଚାର୍ଟର ପାଇଁ ଅନୁମତି ରହିଛି। ଆକାଶଙ୍କ ବାପା ଅଭୟକାନ୍ତ ପାଠକ ରାଜ୍ୟର ଜଣେ ଦକ୍ଷ ଅଫିସର। କିନ୍ତୁ ଅଭୟକାନ୍ତଙ୍କୁ ସରକାରୀ କ୍ୱାର୍ଟର୍ସ ଦିଆଯାଇ ନଥିଲା।
  • ଦଳର ଉଚ୍ଚସ୍ତରରେ ଅସନ୍ତୋଷ ରହିଛି- ଦଳରେ ଉଚ୍ଚସ୍ତରରେ ଥିବା ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରିବା ଅସନ୍ତୋଷର ମୁଖ୍ୟ କାରଣ। ମୁଖ୍ୟମନ୍ତ୍ରୀଙ୍କ ପାଖରେ କଥା ନ ପହଞ୍ଚିବା ଅସନ୍ତୋଷର କାରଣ। କେହି ଓଡ଼ିଆ ଚୁପ୍ ହେବାକୁ ପସନ୍ଦ କରନ୍ତି ନାହିଁ। କେବଳ ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ଓ ଶ୍ରଦ୍ଧା ଯୋଗୁଁ ସମସ୍ତେ ଚୁପ୍ ଅଛନ୍ତି। ଡିସିପ୍ଲିନ୍‌, ଷ୍ଟାବିଲିଟି ଓ ଗ୍ରୋଥ୍ ନବୀନଙ୍କ ୩ଟି ଭଲ ଗୁଣ।
  • ଚିଠି ଲେଖିବାର କାଳ ଭୋଗିଲି- ମୁଖ୍ୟମନ୍ତ୍ରୀଙ୍କ ପାଖକୁ କଥା ନ ପହଞ୍ଚିବାରୁ ଚିଠି ଲେଖିଥିଲି। ମାଇଗ୍ରେସନ ଓ କୋଭିଡ୍ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। ସୁରଟ, ଚେନ୍ନାଇରୁ ପାଇଥିବା ଅନୁଭୂତି ଲେଖି ଜଣାଇଥିଲି। ସେମାନେ ଓଡ଼ିଶା ଫେରିବାକୁ ଚାହୁଁଥିବାରୁ ଲେଖି ଜଣାଇଥିଲି। ମାତ୍ର ସେତେବେଳେ ରାଜ୍ୟ ସରକାର ପ୍ରବାସୀଙ୍କୁ ଆଣିବାକୁ ଅମଙ୍ଗ ହୋଇଥିଲେ। ଏସବୁ ଚିଠି ଲେଖିବାର ଦଶା ଆଜି ଭୋଗୁଛି।
  • ଭୟରେ କେହି ଫୋନ୍ କରିବେନି- ଆଜିର ଘଟଣା ପରେ ଭୟରେ ମୋ ସହ କେହି କଥା ହେବେନି। ଦଳରେ ମୋର ଅନେକ ମିତ୍ର ଅଛନ୍ତି। ମାତ୍ର କେହି ଫୋନ୍ କରିବେନି। ସମସ୍ତଙ୍କ ମନରେ ଫୋନ୍ କଲେ ଭୟ ଆଶଙ୍କା ରହିଛି।
  • କୋଭିଡ୍ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରିଥିଲି- ୩ ଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବାପାଙ୍କୁ କରୋନା ହୋଇଥିଲା। ଆମ୍ବୁଲାନ୍ସ ପାଇଁ ବିଧାୟକ ପୂର୍ଣ୍ଣଚନ୍ଦ୍ର ମୋ ସହଯୋଗ ଲୋଡ଼ିଥିଲେ। ACS ପ୍ରଦୀପ୍ତ ମହାପାତ୍ରଙ୍କୁ ଆମ୍ବୁଲାନ୍ସର ବ୍ୟବସ୍ଥା ପାଇଁ ଫୋନ୍ କରିଥିଲି। ୧୨ରୁ ୧୩ ଘଣ୍ଟା ବିତିଗଲା, ଆମ୍ବୁଲାନ୍ସ ମିଳିପାରିଲା ନାହିଁ। ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କଲି ଓ ସେ ଫୋନ୍ ଉଠାଇଲେ। ଲୋକଙ୍କ ପ୍ରତି ପ୍ରଶାସନର ଆଭିମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲି। ମୁଖ୍ୟମନ୍ତ୍ରୀ ବ୍ୟସ୍ତତା ପ୍ରକାଶ କରିବା ସହ ସବୁ ବ୍ୟବସ୍ଥା କରିଦେଲେ। ଏହାପରେ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା ହୋଇଥିବା କଥା ଫୋନ୍ କରି ଜଣାଇଲେ। ଦୁର୍ଭାଗ୍ୟବଶତଃ ବିଧାୟକଙ୍କ ବାପା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ। ବାପାଙ୍କ ମୃତ୍ୟୁ ପରେ ପୂର୍ଣ୍ଣଙ୍କୁ ବାପାଙ୍କ ମୁହଁ ଦେଖିବାକୁ ସୁଯୋଗ ଦିଆଗଲାନି। ଦୁଃଖର କଥା ପୂର୍ଣ୍ଣଙ୍କ ବାପା ମରିବାର କିଛି ଦିନ ପରେ ତାଙ୍କ ପାଖକୁ ସ୍ୱାସ୍ଥ୍ୟ ବିଭାଗରୁ ଫୋନ୍ ଆସିଥିଲା ଓ ତାଙ୍କ ବାପା କିପରି ଅଛନ୍ତି ବୋଲି ପଚରାଯାଇଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story