କଳ୍ପତରୁଙ୍କ ଖୋଲା ଚିଠି: ହେ ନବୀନ ବାବୁ ମୁଁ ଦଳ ପାଇଁ ଯୌବନକୁ ନଷ୍ଟ କରିଛି, ଚାଟୁକାରିତା କେତେ ଦିନ ଚାଲିବ ?

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି ଯୁବ ନେତା କଳ୍ପତରୁ ଓଝା। କଳ୍ପତରୁ ଇସ୍ତଫା ଦେବାର କିଛି ସମୟ ଭିତରେ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୁ ଯୁବ ଜନତା ଦଳ କାର୍ଯ୍ୟକର୍ତ୍ତା ଚୟନକୁ ନେଇ ପ୍ରଶ୍ନ ଉଠାଇ ଆଜି ସାଧାରଣ ସମ୍ପାଦକ ପଦରୁ କଳ୍ପତରୁ ଇସ୍ତଫା ଦେଇଥିଲେ। ଦୁଇଦିନ ପୂର୍ବରୁ ବିଜୁ ଯୁବ ଜନତା ଦଳ କାର୍ଯ୍ୟକର୍ତ୍ତା ଚୟନକୁ […]

naveen

naveen

Tapas Behera
  • Published: Monday, 28 September 2020
  • Updated: 28 September 2020, 05:15 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି ଯୁବ ନେତା କଳ୍ପତରୁ ଓଝା। କଳ୍ପତରୁ ଇସ୍ତଫା ଦେବାର କିଛି ସମୟ ଭିତରେ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୁ ଯୁବ ଜନତା ଦଳ କାର୍ଯ୍ୟକର୍ତ୍ତା ଚୟନକୁ ନେଇ ପ୍ରଶ୍ନ ଉଠାଇ ଆଜି ସାଧାରଣ ସମ୍ପାଦକ ପଦରୁ କଳ୍ପତରୁ ଇସ୍ତଫା ଦେଇଥିଲେ। ଦୁଇଦିନ ପୂର୍ବରୁ ବିଜୁ ଯୁବ ଜନତା ଦଳ କାର୍ଯ୍ୟକର୍ତ୍ତା ଚୟନକୁ ନେଇ କଳ୍ପତରୁ ଅସନ୍ତୁଷ୍ଟ ହେବା ସହ ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଖୋଲା ଚିଠି ଲେଖିଥିଲେ। ଉକ୍ତ ଚିଠିରେ ଯୋଗ୍ୟ ଛାତ୍ର ନେତାଙ୍କୁ କେମିତି ଅବହେଳା କରାଯାଇଛି ଏବଂ ଚାଟୁକାରଙ୍କୁ କେମିତି ପୁରସ୍କୃତ କରାଯାଇଛି ତାହା ସେ ଉଲ୍ଲେଖ କରିଛନ୍ତି। ଏଥିସହ ଦଳ କାର୍ଯ୍ୟକର୍ତ୍ତା ଚୟନ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସେ ଅନୁରୋଧ କରିଥିଲେ। ଏହି ‌ଖୋଲା ଚିଠିଟି ତାଙ୍କ ପାଇଁ ଏବେ ମହଙ୍ଗା ସାଜିଛି। ଚିଠିଟି ପ୍ରବଳମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ଉକ୍ତ ଚିଠିରେ କଣ ଉଲ୍ଲେଖ ରହିଛି ତାହା ନିମ୍ନରେ ଉଲ୍ଲେଖ କରାଗଲା।

https://www.facebook.com/permalink.php?story_fbid=3218302491600957&id=100002637143611

 

ହେ ନବୀନ ବାବୁ ମୁଁ ତୁମ ଫ୍ୟାନ । ୨୦୦୪ ରୁ ୨୦୨୦ ଆଜି ପର୍ଯ୍ୟନ୍ତ ଦଳର ଜଣେ ଶୃଙ୍ଖଳିତ କର୍ମୀ । ବିଜେବି କଲେଜରୁ ବାଣୀ ବିହାର ପର୍ଯ୍ୟନ୍ତ । କଲେଜ ଇଲେକ୍ସନ ଠାରୁ ଆରମ୍ଭ କରି ଦଳୀୟ ପ୍ରଚାର ପର୍ଯ୍ୟନ୍ତ ସବୁଠି ମୁଁ ମୋର ବହୁ ମୁଲ୍ୟ ସମୟ ଦେଇଛି । ପ୍ରତି ବର୍ଷ ଦଳର ସମ୍ମାନ ପାଇଁ କଲେଜ ଇଲେକ୍ସନରେ କ୍ୟାମ୍ପସରେ ପ୍ରାର୍ଥୀକୁ ଜିତାଇବା ପାଇଁ ଦଳର ନିର୍ଦେଶ ଥାଏ । ମୁଁ ଏବଂ କିଛି ଛାତ୍ର ନେତା ଦଳରେ ଅଲୋଡା କାହିଁକି ? ଦଳ ପାଇଁ କେସ ଖାଇଛୁ, ଦୁଇ ଦୁଇ ଥର ଜେଲ ମଧ୍ୟ ଯିବାକୁ ପଡିଛି । ଦଳ ଦେଉଛି କଣ ? ମୁଁ ବିଜେବି କଲେଜର ସାଧାରଣ ସଂପାଦକ ହେବା ଠାରୁ ଆରମ୍ଭ କରି ଭୁବନେଶ୍ୱରର ଗୁରୁତ୍ୱ ପୁର୍ଣ୍ଣ ଦାୟିତ୍ୱ ନେଇ ସୂଚାରୁ ରୂପେ ତୁଲାଇବା ପରେ ମଧ୍ୟ  ଯଦି ଆମର ଏ ଅବସ୍ଥା ତେବେ ଅନ୍ୟ ଜିଲ୍ଲା ଯୁବ ଛାତ୍ର ନେତା ମାନଙ୍କ ଅବସ୍ଥା କଣ ହେଉଥିବ ତାହା ଏଥିରୁ ଅନୁମେୟ । ଆମ ଦଳର ଇଜତ ପାଇଁ ଯେଉଁ ମାନଙ୍କ ସହ ଲଢେଇ କରିବାକୁ ପଡୁଥିଲା ସେମାନେ ଆମ ଦଳରେ ବର୍ତ୍ତମାନର ହିରୋ । ଆମଦାନି ଛାତ୍ର ନେତା ମାନେ ଦଳର ଏବେ ଗେହ୍ଲା ପୁଅ ।

ଏମାନଙ୍କ ମଧ୍ୟରୁ କିଏ କର୍ପୋରେସନ୍‌ର ତ ଆଉ କିଏ ଡାଇରେକ୍ଟର୍ ତ ପୁଣି କିଏ ଛାତ୍ର ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ସଭାପତି ଭଳି ଉଚ୍ଚ ପଦରେ ଥଇଥାନ ହୋଇଛନ୍ତି। ସେମାନଙ୍କର ଦଳପ୍ରତି ଆନୁଗତ୍ୟ କଣ ? ସେମାନଙ୍କ ଠାରେ କଣ ଏମିତି ଦକ୍ଷତା ଅଛି ଯେ ଆମ ପାଖେ ନାହିଁ । ଯିଏ ଗୁରୁ ଏବଂ ବିଜୁ ଜନତା ଦଳକୁ ଆଣିଥିବା ଲୋକର ନୁହଁ ସେ କାହାର ନୁହଁ । ଏ ଦଳରେ ତାଙ୍କର ସ୍ୱାର୍ଥ ପୂରଣ ନ ହେଲେ ଅଲଗା ଦଳକୁ ପଳେଇବେ । ବାର ଘରିଆଙ୍କ ପାଇଁ ସବୁ ସମ୍ଭବ । ଆମେ ଯେତେ ଥର ଜିନ୍ଦାବାଦ ପକେଇଛୁ , ସେମାନେ ନବୀନ ବାବୁ ଆଉ ଆମ ଦଳର ମୁର୍ଦାବାଦ ସହସ୍ର ଅଧିକ ପକାଇଛନ୍ତି । ତାହା ହେଲେ ଆମର ଭୁଲ କେଉଁଠି ? (ରାଜ୍ୟ ସଭାପତି ଓ ମହେଶ ପ୍ରସାଦ ଭଳି ଛାତ୍ର ନେତା ବି ଏଦଳରେ ଅଲୋଡା) ଦଳ ପାଇଁ ବହୁ ମୂଲ୍ୟ ସହ ଯୌବନ ବି ନଷ୍ଟ କରିଛୁ । ଯେଉଁ କଲେଜରୁ ପାସ କରିଛୁ ଯଦି ଆମେ ଚାହିଁ ଥାନ୍ତୁ ପିଅନ ଚାକିରି କରିପାରିଥାନ୍ତୁ। ଦୀର୍ଘ ସମୟ ପାର୍ଟିରେ କାମ କରି କଣ ମିଳିଲା ଏଠି ?  ଦଳରେ ଅଭିଜ୍ଞତା , ସିନିୟର, ଜୁନିୟର ଏବଂ କଠିନ ପରିଶ୍ରମର କିଛି ମୂଲ୍ୟ ନଥାଏ । ଚାଟୁକାର କେତେ ଦିନ ଚାଲିବ ।

ଯୁବ ବ୍ୟାପାର ଦାୟିତ୍ୱରେ ଥିବା ମାନ୍ୟବର ବିଧାୟକ ମୋ ଠାରୁ ବିଜୁ ଜନତା ଦଳରେ କମ ଦିନର ସଦସ୍ୟ । ଭୁବନେଶ୍ୱରରେ କେତେ ଜଣ ସ୍ଥାନୀୟ ଛାତ୍ର ନେତାଙ୍କ ସହ ସମ୍ପର୍କ ଅଛି? ନୂତନ ଭାବେ ଗଢା ହୋଇଥିବା ଯୁବ ଏବଂ ଛାତ୍ର କମିଟି ବାବଦରେ ଆମଦଳର ମାନ୍ୟବର ସଭାପତି ଅବଗତ ତ? ମୋତେ କାହିଁ ସନ୍ଦେହ ହେଉଛି । ଯେହେତୁ କୋରୋନା ସମୟ କେହି ଭେଟୁ ନାହାଁନ୍ତି ତେଣୁ ସୋଶାଲ ମିଡିଆରେ ଲେଖିବାକୁ ବାଧ୍ୟ ହେଲି । ମୋର ଏହି ଦାବିଟିକୁ ଦଳର ସଭାପତି ଗୁରୁତ୍ୱ ଦେଇ ପୁନର୍ବାର ବିଚାର କରିବେ କି ? ଦଳ ଭିତରେ ବଡ଼ ଏବଂ ଗୁରୁଜନମାନଙ୍କ ପ୍ରତି ସମ୍ମାନ ରହୁ । ପୁରୁଣା କର୍ମୀଙ୍କୁ ଉଚିତ ସମ୍ମାନ ମିଳୁ । ବିଜୁ ଜନତା ଦଳ ଏକ ଶୃଙ୍ଖଳିତ ଦଳ ଏହା କାହା ପୈତୃକ ସମ୍ପତି ନୁହଁ । ଯିଏ ଯେମିତି ଚାହିଁବ ସେମିତି ଚୟନ କରିବ ( ଗୁରୁଙ୍କ ସମ୍ମାନ ପାଇଁ ଚୁପ ଥିଲି ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି )।

ନିରବତା ଆମର ଦୁର୍ବଳତା ଭାବିବା ଭୁଲ । ଅନ୍ୟ ଛାତ୍ର ଏବଂ ଯୁବ ନେତା ମାନେ ସତ୍ୟକୁ ସାମନା କରନ୍ତୁ ଏବଂ ନିଜର ହକ ଜାହିର କରନ୍ତୁ । ଯେଉଁ ଭଳି ବରିଷ୍ଠ ଯୁବ- ଛାତ୍ର ନେତା ମାନଙ୍କୁ ଉପେକ୍ଷା କରାଯାଉଛି ଯଦି ଏହାର ପୁନର୍ବିଚାର କରାନଯାଏ  ଆଗାମି ଦିନରେ ଓଡିଶାର କୋଣ ଅନୁକୋଣରେ ଯୁବ-ଛାତ୍ର ନେତାଙ୍କ ପ୍ରତିବାଦର ସ୍ୱର ଉଠିବ । ମୁଁ ରାଜଧାନୀ ପିଲା ଚାଟୁକାର କି ଭୟ କରିବା ମୋ ବାପା ମୋତେ ଶିଖେଇ ନାହାଁନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos