ଶ୍ରୀମନ୍ଦିରରେ ପରିଚାଳନାଗତ ତ୍ରୁଟି ସୁଧାରିବା ପାଇଁ ଗଠନ ହେଲା ଏକ୍ସପର୍ଟ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଦାନ ଓ ଅନ୍ୟ ପରିଚାଳନାଗତ ତ୍ରୁଟି ସଂପର୍କରେ ଅନୁଧ୍ୟାନ ପାଇଁ ୩ ଜଣିଆ ଏକ୍ସପର୍ଟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି କମିଟି ଗଠନ କରାଯାଇଛି। ଏଥିରେ ସୁରେଶ ମହାପାତ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ମହିମୋହନ ତ୍ରିପାଠୀ ସଦସ୍ୟ ଅଛନ୍ତି। କମିଟି ଦେଶର କିଛି ଖ୍ୟାତି ସମ୍ପନ୍ନ ମନ୍ଦିରର ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଏହାକୁ ଶ୍ରୀମନ୍ଦିରରେ ଲାଗୁ ନେଇ ପରାମର୍ଶ ଦେବ। ଜୁନ୍ ୩୦ ସୁଦ୍ଧା ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦେବାକୁ କମିଟିକୁ କୁହାଯାଇଛି।