ଶିଶୁଙ୍କ ଜୀବନ ସହ ଖେଳ: ଦିଆଯାଉଛି ଏକ୍ସପାରୀ ସାଲାଇନ୍

<p>ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚରମ ଅବହେଳା। ଏଠାରେ ରୋଗୀଙ୍କୁ ଏକ୍ସପାରୀ ସାଲାଇନ୍&zwnj; ଦିଆଯାଇଥିବା ଅଭିଯୋଗ ହୋଇଛି।&nbsp; ଗତକାଲି ରାତିରେ ଏମ୍&zwnj;.ଏସ୍&zwnj;.ଏଚ୍&zwnj; କୋଠାରେ ଶିଶୁ ଓ୍ୱାର୍ଡର କିଛି ରୋଗୀଙ୍କୁ ଏକ୍ସପାରୀ ସାଲାଇନ ଦିଆଯାଇଥିବାର ଗୁରୁତର ଅଭିଯୋଗ ହୋଇଛି।</p> <p>ବଲାଙ୍ଗିର ଗାନ୍ଧିନଗର ପଡ଼ାର ଅଚ୍ୟୁତାନନ୍ଦ ସ୍ୱାଇଁ ନିଜ ଝିଅକୁ ଜ୍ୱର ହେଉଥିବାରୁ ଶିଶୁ ଓ୍ୱାର୍ଡରେ ଭର୍ତ୍ତି କରିଥିଲେ।&nbsp; ଗତକାଲି ରାତିରେ ତାଙ୍କ ଝିଅକୁ ସାଲାଇନ ଲଗାଯାଇଥିଲା।&nbsp; ଅଚ୍ୟୁତାନନ୍ଦ ସାଲାଇନ ବୋତଲର ଏକ୍ସପାରୀ ଡେଟ୍&zwnj; ଦେଖିବାରୁ ଜଣାପଡିଥିଲା ଯେ,&nbsp; ତାହା ନଭେମ୍ବର ୨୦୧୭ରୁ ଏକ୍ସପାରୀ ହୋଇସାରିଛି।&nbsp; ଏହା ପରେ ଅନ୍ୟ ରୋଗୀ ମାନଙ୍କର ସାଲାଇନ ବୋତଲ ଯାଞ୍ଚ କରାଯାଇଥିଲା। ଆଉ ତିନି ଜଣ ଶିଶୁ ରୋଗୀଙ୍କୁ ଏକ୍ସପାୟରୀ ସାଲାଇନ ଦିଆଯାଇଥିବା ଜଣାପଡିଥିଲା।&nbsp; ସଙ୍ଗେ ସଙ୍ଗେ ଏ ସଂର୍ପକରେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ କହିବାରୁ, ସେ ପରୀକ୍ଷା କରି ସାଲାଇନ ଗୁଡିକୁ ହଟାଇ ଦେଇଥିଲେ।&nbsp; ଏ ସଂପର୍କରେ ଖବର ପାଇ କର୍ମଚାରୀ ମାନେ ଷ୍ଟୋର ରୁମ୍&zwnj;କୁ ତାଲା ପକାଇ ଦେଇଥିଲେ। ।&nbsp; ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ଶିଶୁ ଓ୍ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର ଏସ୍. ନାୟକ। ତେବେ ଏ ଘଟଣାକୁ ନେଇ ରୋଗୀଙ୍କ ସଂର୍ପକୀୟଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।</p>

Ordigital Desk
  • Published: Thursday, 15 February 2018
  • Updated: 15 February 2018, 09:00 AM IST
<p>ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚରମ ଅବହେଳା। ଏଠାରେ ରୋଗୀଙ୍କୁ ଏକ୍ସପାରୀ ସାଲାଇନ୍&zwnj; ଦିଆଯାଇଥିବା ଅଭିଯୋଗ ହୋଇଛି।&nbsp; ଗତକାଲି ରାତିରେ ଏମ୍&zwnj;.ଏସ୍&zwnj;.ଏଚ୍&zwnj; କୋଠାରେ ଶିଶୁ ଓ୍ୱାର୍ଡର କିଛି ରୋଗୀଙ୍କୁ ଏକ୍ସପାରୀ ସାଲାଇନ ଦିଆଯାଇଥିବାର ଗୁରୁତର ଅଭିଯୋଗ ହୋଇଛି।</p><p>ବଲାଙ୍ଗିର ଗାନ୍ଧିନଗର ପଡ଼ାର ଅଚ୍ୟୁତାନନ୍ଦ ସ୍ୱାଇଁ ନିଜ ଝିଅକୁ ଜ୍ୱର ହେଉଥିବାରୁ ଶିଶୁ ଓ୍ୱାର୍ଡରେ ଭର୍ତ୍ତି କରିଥିଲେ।&nbsp; ଗତକାଲି ରାତିରେ ତାଙ୍କ ଝିଅକୁ ସାଲାଇନ ଲଗାଯାଇଥିଲା।&nbsp; ଅଚ୍ୟୁତାନନ୍ଦ ସାଲାଇନ ବୋତଲର ଏକ୍ସପାରୀ ଡେଟ୍&zwnj; ଦେଖିବାରୁ ଜଣାପଡିଥିଲା ଯେ,&nbsp; ତାହା ନଭେମ୍ବର ୨୦୧୭ରୁ ଏକ୍ସପାରୀ ହୋଇସାରିଛି।&nbsp; ଏହା ପରେ ଅନ୍ୟ ରୋଗୀ ମାନଙ୍କର ସାଲାଇନ ବୋତଲ ଯାଞ୍ଚ କରାଯାଇଥିଲା। ଆଉ ତିନି ଜଣ ଶିଶୁ ରୋଗୀଙ୍କୁ ଏକ୍ସପାୟରୀ ସାଲାଇନ ଦିଆଯାଇଥିବା ଜଣାପଡିଥିଲା।&nbsp; ସଙ୍ଗେ ସଙ୍ଗେ ଏ ସଂର୍ପକରେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ କହିବାରୁ, ସେ ପରୀକ୍ଷା କରି ସାଲାଇନ ଗୁଡିକୁ ହଟାଇ ଦେଇଥିଲେ।&nbsp; ଏ ସଂପର୍କରେ ଖବର ପାଇ କର୍ମଚାରୀ ମାନେ ଷ୍ଟୋର ରୁମ୍&zwnj;କୁ ତାଲା ପକାଇ ଦେଇଥିଲେ। ।&nbsp; ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ଶିଶୁ ଓ୍ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର ଏସ୍. ନାୟକ। ତେବେ ଏ ଘଟଣାକୁ ନେଇ ରୋଗୀଙ୍କ ସଂର୍ପକୀୟଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos