ବିସ୍ଫୋରକ ହୋଇପାରେ କରୋନା ସ୍ଥିତି, ନିଆଯିବ କଠୋର ପଦକ୍ଷେପ: ସତର୍କ କରାଇଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ୍ ସମେତ ସବୁ ପ୍ରକାରର ପଦକ୍ଷେପ ନେଇଥିଲେ ମଧ୍ୟ ଆଗାମୀ ଦିନରେ ଲୋକେ ସଚେତନ ନହେଲେ ସ୍ଥିତି ବିସ୍ଫୋରକ ରୂପ ଧାରଣ କରିପାରେ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କଠୋରରୁ ଅଧିକ କଠୋର ପଦକ୍ଷେପ ନେବେ ବୋଲି ଆଜି ସତର୍କ କରାଇଛନ୍ତି। ଏହା ସହିତ ବିଦେଶରୁ ଫେରି ଆଜିସୁଦ୍ଧା ପଞ୍ଜିକୃତ କରିଥିବା ମୋଟ ୩୮୬୧ଜଣ ଲୋକଙ୍କ ମଧ୍ୟରୁ ୧୦୦ଜଣଙ୍କ ଦେହରେ କୋଭିଡ-୧୯ ଭୂତାଣୁ […]

subrat

subrat

Manoranjan Sial
  • Published: Tuesday, 24 March 2020
  • Updated: 24 March 2020, 08:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ୍ ସମେତ ସବୁ ପ୍ରକାରର ପଦକ୍ଷେପ ନେଇଥିଲେ ମଧ୍ୟ ଆଗାମୀ ଦିନରେ ଲୋକେ ସଚେତନ ନହେଲେ ସ୍ଥିତି ବିସ୍ଫୋରକ ରୂପ ଧାରଣ କରିପାରେ। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କଠୋରରୁ ଅଧିକ କଠୋର ପଦକ୍ଷେପ ନେବେ ବୋଲି ଆଜି ସତର୍କ କରାଇଛନ୍ତି। ଏହା ସହିତ ବିଦେଶରୁ ଫେରି ଆଜିସୁଦ୍ଧା ପଞ୍ଜିକୃତ କରିଥିବା ମୋଟ ୩୮୬୧ଜଣ ଲୋକଙ୍କ ମଧ୍ୟରୁ ୧୦୦ଜଣଙ୍କ ଦେହରେ କୋଭିଡ-୧୯ ଭୂତାଣୁ ସଂକ୍ରମଣର ଲକ୍ଷଣ ରହିଥିବା ସରକାର ଆଶଙ୍କା କରୁଛନ୍ତି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି। ଏହି ସ୍ଥିତି ମେ’ ୩୧ତାରିଖ ବେଳକୁ ଅତିକମରେ ଓଡ଼ିଶାରେ ୨୩୪୫ଜଣ ଆକ୍ରାନ୍ତ ହେବାର ଆଶଙ୍କା ରହିଛି।

ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସମଗ୍ର ଦେଶରେ କୋଭିଡ୍‌-୧୯ ସଂକ୍ରମଣର ଭୟାବହ ସ୍ଥିତି ସମ୍ପର୍କରେ ଗ୍ରାଫ୍ ମାଧ୍ୟମରେ ସଚେତନ କରାଇ ଶ୍ରୀ ବାଗଚୀ କହିଛନ୍ତି ଯେ, ଜାନୁୟାରୀରୁ ମାର୍ଚ୍ଚ ୪ତାରିଖ ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୨୮ ଥିବାବେଳେ ମାର୍ଚ୍ଚ ୧୦ରେ ଏହା ଦ୍ୱିଗୁଣ ବଢ଼ିଥିଲା। ମାର୍ଚ୍ଚ ୧୩ ବେଳକୁ ଏହି ସଂଖ୍ୟା ୧୦୭ରେ ଓ ମାର୍ଚ୍ଚ ୧୮ରେ ଏହା ଦ୍ୱିଗୁଣ ହୋଇ ୨୨୩ରେ ପହଞ୍ଚିଥିଲା। ଆଉ ଆମେରିକା, ଚୀନ, ସ୍ପେନ, ଇଟାଲୀର ସ୍ଥିତିକୁ ବିଶ୍ଲେଷଣ କଲେ କରୋନା ପ୍ରଥମେ ସାମାନ୍ୟ ଆକାରରେ ରହି ଅପ୍ରତ୍ୟାଶିତ ଭାବେ ବିସ୍ଫୋରକ ରୂପ ନେଇଥାଏ। ତେଣୁ ଦେଶରେ ମଧ୍ୟ ଏହା ପରିପ୍ରକାଶ ନକରି ଲୁଚିକି ରହି ଆମକୁ ଏକ ଭ୍ରାନ୍ତଧାରଣା ମଧ୍ୟରେ ଏହା ରଖିଥିଲା ଯେ, ଏଥିରେ କୌଣସି ବ୍ୟସ୍ତ ହେବାର ନାହିଁ । କିନ୍ତୁ ଅନ୍ୟ ଦେଶଗୁଡ଼ିକର ଅଭିଜ୍ଞତାକୁ ଦେଖିଲେ ଆମକୁ ବିଶେଷ କଠୋର ପଦକ୍ଷେପ ନେବାକୁ ପଡ଼ିବ। କାରଣ ଆଗକୁ ଏଭଳି ଗଲେ ସ୍ଥିତି ବିସ୍ଫୋରକ ହେବାର ଆଶଙ୍କା ରହିଛି । ଯେଉଁ ଦେଶଗୁଡ଼ିକ ପ୍ରଭାବିତ ହୋଇଛନ୍ତି ସେମାନେ ମଧ୍ୟ କଠୋରରୁ କଠୋର ପଦକ୍ଷେପ ନେଉଛନ୍ତି।

ଶ୍ରୀ ବାଗଚୀ ଆଉ ଏକ ବିଶ୍ଲେଷଣାତ୍ମକ ଆକଳନ ଚିତ୍ର ଉପସ୍ଥାପନ କରି କହିଥିଲେ ଯେ, ଆପଣମାନଙ୍କୁ ଶଙ୍କିତ କରିବାକୁ ନୁହେଁ ବରଂ ବୁଝାଇବା ପାଇଁ ଏହା ଜଣାଇବାର ଆବଶ୍ୟକତା ରହିଛି । ତଥ୍ୟ ରଖିବାକୁ ପ୍ରୟାସ କରୁଛି। ଆଗାମୀ ଦିନରେ କରୋନା ସ୍ଥିତିକୁ ନେଇ ଯେଉଁ ବିସ୍ଫୋରଣ ହେବ ମେ’ ୩୧ତାରିଖ ସୁଦ୍ଧା ଭାରତରେ ଅତିକମରେ ୫୮,୬୪୩ଜଣ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଯଦି ଆମେ ଅତି ଭଲଭାବେ ସ୍ଥିତିକୁ ନିୟନ୍ତ୍ରଣ କରିବା ତଥାପି ଏହି ସଂଖ୍ୟକ ଲୋକେ କରୋନାରେ ଆକ୍ରାନ୍ତ ହେବେ। ତେବେ ବିଶ୍ୱାସଯୋଗ୍ୟ ଆକଳନ ଅନୁସାରେ ଦେଶର ୧୦ଲକ୍ଷ ଲୋକ ଆକ୍ରାନ୍ତ ହୋଇପାରନ୍ତି। ସେହି ଆଧାରରେ ଓଡ଼ିଶାରେ ସାଢ଼େ ୪କୋଟି ଲୋକଙ୍କ ମଧ୍ୟରୁ ଅତିକମ୍‌ରେ ୨୩୪୫ଜଣ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଭାରତରେ ଯଦି ୧୦ଲକ୍ଷ ଲୋକ ସଂକ୍ରମିତ ହେବେ ତେବେ ଓଡ଼ିଶାରେ ୩୬ହଜାର ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ରାଜ୍ୟରେ ୨ଜଣ ସଂକ୍ରମିତ ହୋଇଛନ୍ତି ବୋଲି ଭାବି ଖୁସି ହେବାର କୌଣସି କାରଣ ନାହିିଁ। ତେଣୁ ସମସ୍ତେ ମିଳିମିଶି ସତର୍କ ରହିବା ଓ ସରକାରଙ୍କ ଗାଇଡଲାଇନକୁ ପାଳନ କରିବାର ଆବଶ୍ୟକତା ରହିଛି।

ଶ୍ରୀ ବାଗଚୀ କହିଛନ୍ତି ଯେ, କୋଭିଡ-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୪୫ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଆଇସୋଲେସନରେ ରଖାଯାଇଥିବାବେଳେ ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୧୦ଟି ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ଏପର୍ଯ୍ୟନ୍ତ ମାତ୍ର ୨ଜଣଙ୍କ ନମୂନା ପଜେଟିଭ୍ ଥିବାବେଳେ ଆଉ କୌଣସି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି । ଉକ୍ତ ଦୁଇଜଣ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୫୭ଜଣଙ୍କ ମଧ୍ୟରୁ ୫୪ଜଣଙ୍କ ସହ ଯୋଗାଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story