ଏଣିକି ଖରାଛୁଟିରେ ହେବ ଏକ୍ସଟ୍ରା କ୍ଲାସ: ବନ୍ଦ ହେବି କି ସମର ଭ୍ୟାକେସନ୍‌ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ଖରାଛୁଟିରେ ପ୍ରାଥମିକ ସ୍କୁଲରେ ହେବ ଏକ୍ସଟ୍ରା କ୍ଲାସ। ପାଠପଢ଼ାରେ ଦୁର୍ବଳ ଥିବା ପିଲାଙ୍କ କ୍ଲାସ ନେବେ ଶିକ୍ଷକ। ଏ ନେଇ ସୂଚନା ଦେଇଛନ୍ତି  ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।  ସେ କହିଛନ୍ତି, ଛୁଟି ସମୟରେ ବି ଶିକ୍ଷକମାନଙ୍କ ରୋଟେସନ ଡ୍ୟୁଟି ଥାଏ।  ସେହି ସମୟରେ ଡ୍ୟୁଟିକୁ ଆସୁଥିବା ଶିକ୍ଷକ ଏକ୍ସଟ୍ରା କ୍ଲାସ ନେବେ । ଶିକ୍ଷକମାନଙ୍କୁ ଖରାଛୁଟି ମିଳିବନି ଯାହା କୁହାଯାଉଛି, ସେମିତି ନୁହେଁ  ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

schoolo788-750x429

Tapas Behera
  • Published: Thursday, 09 January 2020
  • , Updated: 09 January 2020, 03:59 PM IST

Related story