ହୁସିଆର: ରାଜଧାନୀରେ ବୁଲେଟ୍ ପଛରେ ପଡ଼ିଛି ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସ ପକ୍ଷରୁ ଅପରେସନ୍ ବୁଲେଟ ଆରମ୍ଭ ହୋଇଛି। ବିକଟାଳ ସାଉଣ୍ଡ ଓ ଫାଇରିଂ ସାଉଣ୍ଡ କରୁଥିବା ବୁଲେଟ ଚାଲକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଟ୍ରାଫିକ ପୁଲିସ। ସହରର ୬ଟି ଛକରେ ଟ୍ରାଫିକ ଯାଞ୍ଚ ବେଳେ ପ୍ରାୟ ୨୦ରୁ ଅଧିକ ବୁଲେଟକୁ ଗତକାଲି ଜବତ କରିଛି ପୁଲିସ। ସେସବୁ ବୁଲେଟର ସାଇଲେନସରକୁ ପୁଲିସ କାଢି ଦେଇଛି। ଚାଳକମାନଙ୍କଠାରୁ ୫୦୦ ଟଙ୍କା ଲେଖାଏ ଜରିମାନା ମଧ୍ୟ  ଆଦାୟ କରାଯାଇଛି। ଏପରିକି ପୁନର୍ବାର ଏପରି […]

go1-1

Tapas Behera
  • Published: Tuesday, 16 July 2019
  • , Updated: 16 July 2019, 10:54 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ୍‌ ପୁଲିସ ପକ୍ଷରୁ ଅପରେସନ୍ ବୁଲେଟ ଆରମ୍ଭ ହୋଇଛି। ବିକଟାଳ ସାଉଣ୍ଡ ଓ ଫାଇରିଂ ସାଉଣ୍ଡ କରୁଥିବା ବୁଲେଟ ଚାଲକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଟ୍ରାଫିକ ପୁଲିସ। ସହରର ୬ଟି ଛକରେ ଟ୍ରାଫିକ ଯାଞ୍ଚ ବେଳେ ପ୍ରାୟ ୨୦ରୁ ଅଧିକ ବୁଲେଟକୁ ଗତକାଲି ଜବତ କରିଛି ପୁଲିସ।

ସେସବୁ ବୁଲେଟର ସାଇଲେନସରକୁ ପୁଲିସ କାଢି ଦେଇଛି। ଚାଳକମାନଙ୍କଠାରୁ ୫୦୦ ଟଙ୍କା ଲେଖାଏ ଜରିମାନା ମଧ୍ୟ  ଆଦାୟ କରାଯାଇଛି। ଏପରିକି ପୁନର୍ବାର ଏପରି ନକରିବାକୁ ତାଗିଦ କରାଯାଇଛି।  ବିକଟାଳ ସାଉଣ୍ଡ  ଓ ଫାଇରିଂ ସାଉଣ୍ଡକୁ ନେଇ ଦୁର୍ଘଟଣା ଘଟିବା ସହ  ଯାତାୟତରେ ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି।

ଏହାକୁ ନେଇ ଅଭିଯୋଗ ହେବା ପରେ ଟ୍ରାଫିକ ପୁଲିସ ପକ୍ଷରୁ ଚଢାଉ କରାଯାଉଥିଲା। ଆଗକୁ ମଧ୍ୟ ଏହି ଚଢଉ ଜାରି ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Related story