ସାବଧାନ ! ମେଡିକାଲରେ ମାତିଛନ୍ତି ଆଖି ଚୋର

ଅନୁଗୋଳ(ବିରଜା ପ୍ରସାଦ ଦାଶ): ମେଡିକାଲରେ ଆଖିରୁ ଶବ ଗାଏବ। ଅନୁଗୋଳ ଡାକ୍ତରଖାନାରେ ପୁଣି ଥରେ ଆଉ ଏକ ଶବରୁ ଆଖି ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଖି ତାଡ଼ି ନିଆଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ନିଶା ଥାନା ଅନ୍ତର୍ଗତ ମନେଟ୍ ପ୍ଲାଣ୍ଟ୍ ସମ୍ମୁଖରେ ଜମ୍ୱେଶ୍ୱର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଡାକ୍ତରଖାନାକୁ ଅଣାଯାଇଥିଲା। ଶବକୁ ଡାକ୍ତରଖାନାରେ […]

ey

Jyoshna Pradhan
  • Published: Tuesday, 23 July 2019
  • , Updated: 23 July 2019, 12:35 PM IST

ଅନୁଗୋଳ(ବିରଜା ପ୍ରସାଦ ଦାଶ): ମେଡିକାଲରେ ଆଖିରୁ ଶବ ଗାଏବ। ଅନୁଗୋଳ ଡାକ୍ତରଖାନାରେ ପୁଣି ଥରେ ଆଉ ଏକ ଶବରୁ ଆଖି ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଖି ତାଡ଼ି ନିଆଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ନିଶା ଥାନା ଅନ୍ତର୍ଗତ ମନେଟ୍ ପ୍ଲାଣ୍ଟ୍ ସମ୍ମୁଖରେ ଜମ୍ୱେଶ୍ୱର ନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଡାକ୍ତରଖାନାକୁ ଅଣାଯାଇଥିଲା। ଶବକୁ ଡାକ୍ତରଖାନାରେ ରଖା ଯାଇଥିଲା। ହେଲେ ଆଜି ସକାଳେ ବ୍ୟବଚ୍ଛେଦ ପାଇଁ ନିଆଯିବା ବେଳେ ଶବର ଡାହାଣ ଆଖି ନଥିବା ତାଙ୍କ ପରିବାର ଲୋକେ ଦେଖିଥିଲେ। ଏହି ଘଟଣା ନେଇ ତାଙ୍କ ପରିବାର ଲୋକେ ସିଡିଏମ୍ଓ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏନେଇ ଡାକ୍ତରଖାନାରେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଏ ସମ୍ପର୍କରେ ଅତିରିକ୍ତ ଏସ୍‌ପି ଯଦୁନାଥ ହାଁସଦା କହିଛନ୍ତି,“ ପୁଲିସ୍ ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ।”

ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ଅନୁଗୋଳ ଡାକ୍ତରଖାନାରୁ ଜଣେ ୪ ବର୍ଷର ଝିଅର ମୃତଦେହରୁ ଆଖି ଗାଏବ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

 

Related story