ଏଣିକି କଡ଼ାକଡ଼ି ଯାଞ୍ଚ ହେବ କନିଷ୍ଠ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର କଡ଼ାକଡ଼ି ଯାଞ୍ଚ ହେବ କନିଷ୍ଠ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି। କିଛି ଶିକ୍ଷକ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗ ପରେ ଏହି ଗାଇଡ୍ ଲାଇନ୍ ଜାରି କରାଯାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଡିପିସି ଓ ବିଇଓ ସମସ୍ତ କନିଷ୍ଠ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିବେ।  ଅକ୍ଟୋବର ୧୫ରେ ଯାଞ୍ଚ ସାରି ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବେ। ଜାଲ୍ ସାର୍ଟିଫିକେଟ୍ ଦେଇଥିବା […]

teacher-12

Tapas Behera
  • Published: Sunday, 30 June 2019
  • , Updated: 30 June 2019, 04:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର କଡ଼ାକଡ଼ି ଯାଞ୍ଚ ହେବ କନିଷ୍ଠ ଶିକ୍ଷକଙ୍କ ଶିକ୍ଷାଗତ ପ୍ରମାଣପତ୍ର। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି। କିଛି ଶିକ୍ଷକ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗ ପରେ ଏହି ଗାଇଡ୍ ଲାଇନ୍ ଜାରି କରାଯାଇଛି।

ସେପ୍ଟେମ୍ବର ୩୦ ସୁଦ୍ଧା ଡିପିସି ଓ ବିଇଓ ସମସ୍ତ କନିଷ୍ଠ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିବେ।  ଅକ୍ଟୋବର ୧୫ରେ ଯାଞ୍ଚ ସାରି ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବେ। ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଧରାପଡ଼ିଲେ ବହିଷ୍କାର ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Related story