ସ୍ତ୍ରୀ ଓ ପ୍ରସୂତି ୱାର୍ଡରୁ ଧରାପଡ଼ିଲା ନକଲି ଡାକ୍ତର

ଯାଜପୁର (ଗୋଲାମ ଗସ୍‌): ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ସହିତ ତୁଳନା କରାଯାଏ। କାରଣ ସେମାନେ ରୋଗୀଙ୍କୁ ଦେଇଥାଆନ୍ତି ନୂଆ ଜୀବନ। ହେଲେ ସେହି ଦେବଦୂତଙ୍କ ଭିତରେ କିଛି ଖଳ ପ୍ରକୃତିର ଲୋକ ନକଲି ଡାକ୍ତର ସାଜି ରୋଗୀଙ୍କ ଜୀବନ ସହିତ ଖେଳନ୍ତି। ଏପରିକି ଅନେକ ରୋଗୀଙ୍କୁ ନାନା ଅସୁବିଧାରେ ମଧ୍ୟ ପକାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ପୂରା ଘଟଣା ଏମିତି। ଗତ ୨୧ ତାରିଖରେ କିଶୋର ବାରିକ ନାମକ ଜଣେ ବ୍ୟକ୍ତି […]

doctor

Manoranjan Sial
  • Published: Tuesday, 25 June 2019
  • , Updated: 25 June 2019, 06:46 PM IST

ଯାଜପୁର (ଗୋଲାମ ଗସ୍‌): ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ସହିତ ତୁଳନା କରାଯାଏ। କାରଣ ସେମାନେ ରୋଗୀଙ୍କୁ ଦେଇଥାଆନ୍ତି ନୂଆ ଜୀବନ। ହେଲେ ସେହି ଦେବଦୂତଙ୍କ ଭିତରେ କିଛି ଖଳ ପ୍ରକୃତିର ଲୋକ ନକଲି ଡାକ୍ତର ସାଜି ରୋଗୀଙ୍କ ଜୀବନ ସହିତ ଖେଳନ୍ତି। ଏପରିକି ଅନେକ ରୋଗୀଙ୍କୁ ନାନା ଅସୁବିଧାରେ ମଧ୍ୟ ପକାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ।

ପୂରା ଘଟଣା ଏମିତି। ଗତ ୨୧ ତାରିଖରେ କିଶୋର ବାରିକ ନାମକ ଜଣେ ବ୍ୟକ୍ତି ବଡ଼ଚଣା ମେଡିକାଲ୍‌କୁ ଚିକିତ୍ସା ହେବାକୁ ଯାଇଥିଲେ। ମାତ୍ର ସେଠାରେ କୌଣସି ଡାକ୍ତରଙ୍କୁ ଦେଖିବାକୁ ପାଇନଥିଲେ। ପରେ ସେ ସ୍ତ୍ରୀ ଓ ପ୍ରସୂତି ୱାର୍ଡକୁ ଯାଇ ଦେଖନ୍ତି, ନିହାର ରଞ୍ଜନ ସାମଲ ନାମକ ଜଣେ ବ୍ୟକ୍ତି ନିଜ ବେକରେ ଷ୍ଟେଥୋସ୍କୋପ୍‌ ପକାଇ ବୁଲୁଛନ୍ତି। ଡାକ୍ତରୀ ପାଠ ନପଢ଼ି କେମିତି ଜଣେ ଡାକ୍ତର ହେଲେ ବୋଲି କିଶୋର ବାରିକଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା।

ତେଣୁ ଆଜି ସେ ଏନେଇ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ମେଡିକାଲ୍‌ର ମହିଳା ୱାର୍ଡରୁ ନକଲି ଡାକ୍ତର ନିହାର ରଞ୍ଜନ ସାମଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ଗୋଟିଏ ସରକାରୀ ହସ୍ପିଟାଲ୍‌ରେ ସୁରକ୍ଷାକର୍ମୀ ନିୟୋଜିତ ଥିବା ସତ୍ତ୍ୱେ ଜଣେ ନକଲି ଡାକ୍ତର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ପଶି ରୋଗୀଙ୍କୁ ଚିକିତ୍ସା କରୁଛନ୍ତି କେମିତି। ଏ ସମ୍ପର୍କରେ ମେଡିକାଲ୍‌ କର୍ତ୍ତୃପକ୍ଷ କେମିତି ଜାଣିପାରୁ ନାହାନ୍ତି? ଯାହାକୁ ନେଇ ମେଡିକାଲ୍‌କୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related story