ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ

ରାଉରକେଲା/ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଖୋଲାଯାଇଛି ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ। ଆଉ ଏହି ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ଲାଞ୍ଚ  ମଗାଯାଉଛି । ଏଥିସହ ଦାମୀ ଦାମୀ ଉପହାର, ମୋବାଇଲ ଦେବାକୁ ବି କୁହାଯାଉଛି।  ଏପରି ଘଟଣା ସାମ୍ନାକୁ  ଆସିବା ପରେ ସ୍ପଷ୍ଟୀକରଣ  ରଖିଛନ୍ତି ଖୋଦ୍‌  ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ମିଳିଥିବା ସୂଚନା ମୁତାବକ, କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ କେହି ଦୁର୍ବୃତ୍ତ ଫେକ୍ ଫେସ୍‌ବୁକ୍ ଆକାଉଣ୍ଟ କରି ଠକେଇ କରୁଥିବା ଅଭିଯୋଗ […]

Nikhil-Pavan-Kalyan-IAS

Jyoshna Pradhan
  • Published: Saturday, 12 October 2019
  • , Updated: 12 October 2019, 05:11 PM IST

ରାଉରକେଲା/ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଖୋଲାଯାଇଛି ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ। ଆଉ ଏହି ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ଲାଞ୍ଚ  ମଗାଯାଉଛି । ଏଥିସହ ଦାମୀ ଦାମୀ ଉପହାର, ମୋବାଇଲ ଦେବାକୁ ବି କୁହାଯାଉଛି।  ଏପରି ଘଟଣା ସାମ୍ନାକୁ  ଆସିବା ପରେ ସ୍ପଷ୍ଟୀକରଣ  ରଖିଛନ୍ତି ଖୋଦ୍‌  ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ମିଳିଥିବା ସୂଚନା ମୁତାବକ, କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ କେହି ଦୁର୍ବୃତ୍ତ ଫେକ୍ ଫେସ୍‌ବୁକ୍ ଆକାଉଣ୍ଟ କରି ଠକେଇ କରୁଥିବା ଅଭିଯୋଗ ହୋଇ ଆସୁଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏ ସମ୍ପର୍କରେ ନିଜର ଜଣେ ବନ୍ଧୁଙ୍କଠାରୁ ଜାଣିବାକୁ ପାଇଲେ। ଏହା ପରେ ଉକ୍ତ ଆକାଉଣ୍ଟ ତାଙ୍କର ନୁହେଁ ବୋଲି ନିଜ ଫେସବୁକ୍ ପେଜ୍‌ରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି । ତା’ ସହ ଫେକ୍  ଆଉଣ୍ଟର ଲିଙ୍କ୍ ଦେଇ ଲୋକଙ୍କୁ ଏପରି ଠକାମୀର ଶିକାର ନ ହୋଇ ସଚେତନ  ରହିବାକୁ ନିବେଦନ କରିଛନ୍ତି । ଉକ୍ତ ଆକାଉଣ୍ଟକୁ ବ୍ଲକ କରି ଦିଆଯାଇଛି । ଅଧିକ ଖୋଳତାଡ଼ ପରେ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି।

Related story