ଅସଲି ଜମିରେ ନକଲି ଚାଷୀ...ବୀମା ଟଙ୍କା ଲୁଟ୍‌

ବଲାଙ୍ଗିର (ମନରଞ୍ଜନ ଯୋଶୀ): ବଲାଙ୍ଗିର ଏକ କୃଷିପ୍ରଧାନ ଜିଲ୍ଲା। ଏଠି ପ୍ରାୟ ୮୦% ଲୋକ ଚାଷ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରିଥାଆନ୍ତି। ହେଲେ ଜଳସେଚନ ଅଭାବ ଯୋଗୁ ଏଠି ମରୁଡ଼ି ଚାଷୀଙ୍କ ଚିରସହଚର ପାଲଟିଛି। ତେଣୁ ଚାଷୀଙ୍କ ପାଇଁ ସଂଜୀବନୀ ହେଉଛି ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା। ମରୁଡ଼ିରେ କ୍ଷତିଗ୍ରସ୍ତ ଚାଷୀଙ୍କ ଗୋଟିଏ ଆଶା ହେଉଛି କୃଷିବୀମା। କିନ୍ତୁ କେତେକ ଦଲାଲ ଓ ନକଲି ଚାଷୀଙ୍କ ସହିତ ଅଧିକାରୀଙ୍କ ମଧୂଚନ୍ଦ୍ରିକା ଯୋଗୁ ବୀମା […]

Farmer

Farmer

Manoranjan Sial
  • Published: Monday, 09 August 2021
  • Updated: 09 August 2021, 06:55 PM IST

Sports

Latest News

ବଲାଙ୍ଗିର (ମନରଞ୍ଜନ ଯୋଶୀ): ବଲାଙ୍ଗିର ଏକ କୃଷିପ୍ରଧାନ ଜିଲ୍ଲା। ଏଠି ପ୍ରାୟ ୮୦% ଲୋକ ଚାଷ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରିଥାଆନ୍ତି। ହେଲେ ଜଳସେଚନ ଅଭାବ ଯୋଗୁ ଏଠି ମରୁଡ଼ି ଚାଷୀଙ୍କ ଚିରସହଚର ପାଲଟିଛି। ତେଣୁ ଚାଷୀଙ୍କ ପାଇଁ ସଂଜୀବନୀ ହେଉଛି ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା। ମରୁଡ଼ିରେ କ୍ଷତିଗ୍ରସ୍ତ ଚାଷୀଙ୍କ ଗୋଟିଏ ଆଶା ହେଉଛି କୃଷିବୀମା। କିନ୍ତୁ କେତେକ ଦଲାଲ ଓ ନକଲି ଚାଷୀଙ୍କ ସହିତ ଅଧିକାରୀଙ୍କ ମଧୂଚନ୍ଦ୍ରିକା ଯୋଗୁ ବୀମା ଟଙ୍କାରୁ ବଞ୍ଚିତ ହେଉଛନ୍ତି ଅସଲି ଚାଷୀ।

ଅସଲି ଜମିର କାଗଜପତ୍ର ନେଇ ନକଲି ଚାଷୀମାନେ ମାଲାମାଲ ହେଉଛନ୍ତି। ଯେଉଁଥିପାଇଁ ଅସଲି ଚାଷୀମାନେ ବୀମା ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ଚାଷୀମାନେ କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ମାତ୍ର ସବୁ ଜାଣି ଅଧିକାରୀମାନେ ଚୁପ୍‌ ବସିଥିଲେ। ଶେଷରେ ଚାଷୀମାନେ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଆକ୍‌ସନକୁ ଆସିଥିଲା ପୁଲିସ। ଜଣେ ପରେ ଜଣେ ନକଲୀ ଚାଷୀଙ୍କୁ ଗିରଫ କରିବାରେ ଲାଗିଛି ପୁଲିସ।

କଣ୍ଟାବାଞ୍ଜି ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଖପ୍ରାଖୋଲ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ସୁଦ୍ଧା କଣ୍ଟାବାଞ୍ଜି, ବେଲପଡା, ଖପ୍ରାଖୋଲ, ବଂଗୋମୁଣ୍ଡା ଅଞ୍ଚଳରୁ ପ୍ରାୟ  ୧୦ ଜଣ ନକଲି ଚାଷୀଙ୍କୁ ଗିରଫ କରିସାରିଲାଣି ପୁଲିସ। ଗିରଫ ତାଲିକାରେ କେବଳ ନକଲି ଚାଷୀ ନାହାନ୍ତି, ବୀମା କାରସାଦିରେ ସଂପୃକ୍ତ ଥିବା ୩ ଜଣ ସିଏସ୍‌ସି (କମନ୍‌ ସର୍ଭିସ ସେଣ୍ଟର)ର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଣ୍ଟାବାଞ୍ଜି ପୁଲିସ।

ନକଲି ଚାଷୀମାନେ ଅସଲି ଜମିରେ କୃଷି ବୀମା କରିଦେଉଥିବା ନେଇ ବିଭିନ୍ନ ଚାଷୀ ସଂଗଠନ ତରଫରୁ ପ୍ରଶାସନକୁ ଅବଗତ କରାଯାଇଥିଲା। ଏପରିକି କିଛି ରାଜନୈତିକ ଦଳ ଆନ୍ଦୋଳନ କରିଥିଲେ। ମୁରିବାହାଲ ଓ ତୁରେକେଲା ବ୍ଲକରେ ଚାଷୀମାନେ କୃଷି ବିଭାଗ ଅଧିକାରୀ ଓ ତହସିଲଦାରଙ୍କୁ ଘେରାଉ କରିଥିଲେ। କିନ୍ତୁ ଚାଷୀଙ୍କ ଗୁହାରୀ କେହି ଶୁଣିନଥିଲେ। ଶେଷରେ ଥାନାରେ ଅଭିଯୋଗ କଲେ ଚାଷୀ। ଜିଲ୍ଲାର ବିଭିନ୍ନ ଥାନାରେ ରୁଜୁ ହେଲା ମାମଲା। ଏହା ପରେ ପୁଲିସ ଖୋଳତାଡ଼ ଆରମ୍ଭ କଲା। ଆଉ ଏବେ ପୁଲିସ ହାତରେ ଗୋଟିଏ ପରେ ଗୋଟିଏ ନକିଲ ଚାଷୀ ଧରାପଡ଼ୁଛନ୍ତି।

କେମିତି ପ୍ରଧାନମନ୍ତ୍ରୀ କୃଷି ବୀମାରେ ଚଞ୍ଚକତା କରନ୍ତି ନକଲି ଚାଷୀ?

ସରକାରଙ୍କଠାରୁ ଅନୁମତି ପାଇଥିବା ବୀମା କମ୍ପାନୀ କୃଷି ବୀମା ପାଇଁ ନୀତି ନିୟମ ଓ ସମୟ ଧାର୍ଯ୍ୟ କରିଥାଆନ୍ତି। ଉପଯୁକ୍ତ ଫର୍ମାଟରେ ଚାଷୀମାନେ ସିଏସ୍‌ସି ସେଣ୍ଟରମାନଙ୍କୁ ଯାଇ କୃଷି ବୀମା କରିଥାଆନ୍ତି।  ସେଥିପାଇଁ ଦରକାର ମୁତାବକ ବୀମା ଟଙ୍କା ପଇଠ କରିବାକୁ ପଡ଼ିଥାଏ। ସେ ସମୟରେ ଚାଷୀ ନିଜ ଚାଷ ଜମିର କାଗଜପତ୍ର, ଜମି ଭାଗବଣ୍ଟା ହୋଇନଥିଲେ ଚାଷୀକୁ ଆଫିଡେଭିଟ୍‌ ଦେବାକୁ ପଡିଥାଏ। କିନ୍ତୁ ସିଏସ୍‌ସି ସେଣ୍ଟର ମାଳିକଙ୍କ ସହିତ କାରସାଦି କରି ନକଲି ଚାଷୀମାନେ ଅସଲି ଚାଷୀଙ୍କ ଜମିର କାଗଜପତ୍ର ଦେଇ ନିଜ ନାଁରେ କୃଷି ବୀମା କରିଦିଅନ୍ତି। ତା’ ସହିତ ଅସଲି ଚାଷୀଙ୍କ ନକଲି ଆଫିଡେଭିଟ୍‌ ଓ ଦସ୍ତଖତ ଅପ୍‌ଲୋଡ୍‌ କରିଦିଅନ୍ତି। ଯେତେବେଳେ ଅସଲି ଚାଷୀମାନେ ବୀମା କରିବା ପାଇଁ ସିଏସ୍‌ସି ସେଣ୍ଟରକୁ  ଯାଆନ୍ତି, ସେତେବେଳେ ଜାଣିବାକୁ ପାଇବେ ସେମାନଙ୍କ ନାଁରେ ବୀମା ହୋଇସାରିଛି। ଏଭଳି ସଂଗୀନ ଅଭିଯୋଗ ନେଇ ଚାଷୀମାନେ ବିଭାଗୀୟ ଅଧିକାରୀଠୁ ଆରମ୍ଭ କରି ଜିଲ୍ଲା ମୁଖିଆଙ୍କ ପର୍ଯ୍ୟନ୍ତ ଦରଖାସ୍ତ କରିଥିଲେ। ହେଲେ କେହି ଶୁଣିନଥିଲେ। ସରିଯାଇଥିଲା ବୀମା ଅବଧି। ତେଣୁ ଅସଲି ଦଲିଲ ଦସ୍ତାବିଜ ଥାଇ ବୀମାରୁ ବଞ୍ଚିତ ହୋଇଛନ୍ତି ହଜାର ହଜାର ଚାଷୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story