ଭୁବନେଶ୍ୱର(ଓଡିଶା ରିପୋର୍ଟର ): ମାତ୍ର ୫୦ ଟଙ୍କାରେ ମିଳିଯାଉଥିଲା ନିଜ ମନ ପସନ୍ଦ କମ୍ପାନୀର ଲୋଗୋ ଥିବା ଫେକ୍ ଆଇଡି କାର୍ଡ। ଏହାକୁ ଦେଖାଇ ଲକ୍ଡାଉନ୍ ବେଳେ ଖୁଲମଖୁଲା ବୁଲୁଥିଲେ ଅମାନିଆ l
ଗୋଟିଏ ପଟେ ସଂକ୍ରମଣ ଚେନ ଭାଙ୍ଗିବାକୁ ଦିନରାତି ପୁଲିସ ରାସ୍ତାରେ ପହରା ଦେଉଥିବା ବେଳେ ସେମାନଙ୍କ ଆଖିରେ ଧୂଳି ଦେଇ ବେଧଡକ ବୁଲୁଥିଲେ ଏମିତି ଅନେକ ବ୍ୟକ୍ତି।
ଏପରି ଫେକ ଆଇଡି ତିଆରି ଅଭିଯୋଗରେ ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।ଅଭିଯୁକ୍ତ ଜଣକ ବିଭିନ୍ନ କମ୍ପାନୀର ଲୋଗୋ ଲଗାଇ ଫେକ ଆଇଡି କାର୍ଡ ତିଆରି କରୁଥିଲେ। ତାଙ୍କ ଠାରୁ ଫେକ୍ ଆଇଡି କାର୍ଡ ତିଆରି ପାଇଁ ବ୍ୟବହୃତ କିଛି ସାମଗ୍ରୀ ଜବତ କରାଯାଇଛି।
ବିଶ୍ୱସ୍ତ ସୂତ୍ରରୁ ପୁଲିସ ସୂଚନା ପାଇ ଡମଣା ମାର୍କେଟରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ କାବୁ କରିଥିଲା। ସେ କେବେଠୁ ଏହି ବେପାର ଆରମ୍ଭ କରିଛନ୍ତି, କେତେଜଣଙ୍କୁ ପାସ ଯୋଗାଇ ସାରିଲେଣି ସେନେଇ ପଚରାପଚରି କରୁଛି ପୁଲିସ l
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।