କିଏ ଏହି ନକଲି ଆଇପିଏସ ଅଫିସର ?

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଏସ୍‌ପି କେ ଶିବା ସୁବ୍ରମନୀଙ୍କ ନାମରେ ଜାଲ ଫେସ ବୁକ ଆଇଡି ଖୋଲି ଚାଟିଂ କରିବା ଅଭିଯୋଗରେ ଜଣେ ନାବାଳକକୁ ରାଉରକେଲା ଉଦିତନଗର ଥାନା ପୋଲିସ ଗିରଫ କରିଛି। ଏହି ନାବାଳକ ପୂର୍ବରୁ ସମ୍ବଲପୁର ଏସ୍‌ପି, ସମ୍ବଲପୁର କଲେକ୍ଟର, ସମ୍ବଲପୁରର ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ ମଧ୍ୟ ଫେକ ଫେସବୁକ ଆଇଡି ଖୋଲି ଲୋକଙ୍କ ସାଙ୍ଗରେ ଚାଟିଂ କରିବା,  ବ୍ଲାକ ମେଲିଙ୍ଗ କରିବା ଆଦି ଅଭିଯୋଗ ହୋଇଥିଲା। ଏହି […]

hiop-1

Tapas Behera
  • Published: Tuesday, 16 June 2020
  • , Updated: 16 June 2020, 06:42 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଏସ୍‌ପି କେ ଶିବା ସୁବ୍ରମନୀଙ୍କ ନାମରେ ଜାଲ ଫେସ ବୁକ ଆଇଡି ଖୋଲି ଚାଟିଂ କରିବା ଅଭିଯୋଗରେ ଜଣେ ନାବାଳକକୁ ରାଉରକେଲା ଉଦିତନଗର ଥାନା ପୋଲିସ ଗିରଫ କରିଛି। ଏହି ନାବାଳକ ପୂର୍ବରୁ ସମ୍ବଲପୁର ଏସ୍‌ପି, ସମ୍ବଲପୁର କଲେକ୍ଟର, ସମ୍ବଲପୁରର ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାମରେ ମଧ୍ୟ ଫେକ ଫେସବୁକ ଆଇଡି ଖୋଲି ଲୋକଙ୍କ ସାଙ୍ଗରେ ଚାଟିଂ କରିବା,  ବ୍ଲାକ ମେଲିଙ୍ଗ କରିବା ଆଦି ଅଭିଯୋଗ ହୋଇଥିଲା।

ଏହି ନାବାଳକ ୨୦୧୭ ମସିହାରେ ବାଲିଅନ୍ତା ଥାନା ଅଞ୍ଚଳର ଜଣେ ଲୋକଙ୍କ ଅର୍ଥକୁ ଡିପୋଜିଟ୍‌  କରିଦେବ କହି ନିଜ ଆକାଉଣ୍ଟକୁ ୧୩ କୋଟି ଟଙ୍କା ଟ୍ରାନ୍ସଫର କରି ନେଇଥିଲା । ପରେ ଆକାଉଣ୍ଟରୁ ଡ୍ର କରି ଏକ ଦାମୀ କାର ମଧ୍ୟ କିଣିଥିଲା । ପରେ ପୋଲିସ ଅନୁସନ୍ଧାନ କରି ଉକ୍ତ ନାବାଳକ କୁ ଗିରଫ କରିବା ସହ ତାର ଆକାଉଣ୍ଟ କୁ ଫ୍ରିଜ଼ କରିଦେଇଥିଲେ । ଏହି ନାବାଳକ ବାବଦରେ ଉଦିତନଗର ଥାନା ପୋଲିସ ଅଧିକ ତଦନ୍ତ କରୁଛି ।

Related story