ନକଲି ଜର୍ଦ୍ଦା ଜବତ; ୪ ଗିରଫ

ଯାଜପୁର(ଗୁଲାମ୍ ଗସ୍):ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରୁ ନକଲି ଜର୍ଦ୍ଦା ସହ ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି। ଏଥିସହ ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ବିଦ୍ୟାଧରପୁର ଅଞ୍ଚଳରେ ନକଲି ଜର୍ଦ୍ଦା କାରଖାନା ଚାଲିଥିବା ଖବର ପାଇ ଆଜି ଭୋରରୁ ଯାଜପୁର ରୋଡ୍ ଏସଡିପିଓ ଏବଂ ଡିଏସପିଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ସେଠାରେ ଅତର୍କିତ ଚଢ଼ଉ କରିଥିଲା। ଏହି ସମୟରେ ନକଲି ଜର୍ଦ୍ଦା,ସରଞ୍ଜାମ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଏଥିସହ […]

jajpur

Jyoshna Pradhan
  • Published: Monday, 13 January 2020
  • , Updated: 13 January 2020, 02:40 PM IST

ଯାଜପୁର(ଗୁଲାମ୍ ଗସ୍):ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରୁ ନକଲି ଜର୍ଦ୍ଦା ସହ ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି। ଏଥିସହ ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି।

ବିଦ୍ୟାଧରପୁର ଅଞ୍ଚଳରେ ନକଲି ଜର୍ଦ୍ଦା କାରଖାନା ଚାଲିଥିବା ଖବର ପାଇ ଆଜି ଭୋରରୁ ଯାଜପୁର ରୋଡ୍ ଏସଡିପିଓ ଏବଂ ଡିଏସପିଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ସେଠାରେ ଅତର୍କିତ ଚଢ଼ଉ କରିଥିଲା। ଏହି ସମୟରେ ନକଲି ଜର୍ଦ୍ଦା,ସରଞ୍ଜାମ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଏଥିସହ ଏହି ବେଆଇନ ବ୍ୟବସାୟରେ ଲିପ୍ତ ଥିବା ୪ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନେ ବହୁ ନାମୀ ଦାମୀ କମ୍ପାନୀର ଲୋଗୋ ବ୍ୟବହାର କରି ନକଲି ଜର୍ଦ୍ଦା ତିଆରି କରୁଥିଲେ।ଜବତ ନକଲି  ଜର୍ଦ୍ଦାର ଓ ସରଞ୍ଜାମର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୁଲିସ୍‌ ଆକଳନ କରିଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି।

Related story