ରାଜ୍ୟରେ ବଢ଼ୁଛି ନକଲି ସାମ୍ୱାଦିକଙ୍କ ଉତ୍ପାତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ୁଛି ନକଲି ସାମ୍ୱାଦିକଙ୍କ ଉତ୍ପାତ। କେତେବେଳେ ଅପହରଣ ତ ଆଉ କେତେବେଳେ ଦାଦାବଟି ଆଦାୟ କରୁଛନ୍ତି। ଆଉ କେତେବେଳେ ବେଆଇନ କାମ ଧରାଇଦେବାକୁ ଧମକ ଦେଇ ବଡ଼ବଡ଼ିଆଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ଏପରି ଅଭିଯୋଗ ପ୍ରତିଦିନ ସାମ୍ନାକୁ ଆସୁଛି। ଜଣକ ପରେ ଜଣେ ନକଲି ୱେବ ପୋର୍ଟାଲ ସାମ୍ବାଦିକ ଧରାପଡ଼ି ଜେଲ୍‌ ଯାଉଛନ୍ତି। ବେଳ ଥାଉଥାଉ ସରକାର ସତର୍କ ନହେଲେ ନକଲି ୱେବ ପୋଟାର୍ଲ ସାମ୍ୱାଦିକଙ୍କ ଉତ୍ପାତ ବଢ଼ିବ ବୋଲି ସାଧାରଣରେ ମତ ପ୍ରକାଶ […]

journalist

journalist

Manoranjan Sial
  • Published: Tuesday, 31 August 2021
  • Updated: 31 August 2021, 10:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ୁଛି ନକଲି ସାମ୍ୱାଦିକଙ୍କ ଉତ୍ପାତ। କେତେବେଳେ ଅପହରଣ ତ ଆଉ କେତେବେଳେ ଦାଦାବଟି ଆଦାୟ କରୁଛନ୍ତି। ଆଉ କେତେବେଳେ ବେଆଇନ କାମ ଧରାଇଦେବାକୁ ଧମକ ଦେଇ ବଡ଼ବଡ଼ିଆଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି। ଏପରି ଅଭିଯୋଗ ପ୍ରତିଦିନ ସାମ୍ନାକୁ ଆସୁଛି। ଜଣକ ପରେ ଜଣେ ନକଲି ୱେବ ପୋର୍ଟାଲ ସାମ୍ବାଦିକ ଧରାପଡ଼ି ଜେଲ୍‌ ଯାଉଛନ୍ତି। ବେଳ ଥାଉଥାଉ ସରକାର ସତର୍କ ନହେଲେ ନକଲି ୱେବ ପୋଟାର୍ଲ ସାମ୍ୱାଦିକଙ୍କ ଉତ୍ପାତ ବଢ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

କୋରାପୁଟ ଜିଲ୍ଲା ବୈପାରୀଗୁ଼ଡାର ବିଶ୍ୱବିଜୟୀ ୱେବ୍‌ ପୋର୍ଟାଲର ସାମ୍ବାଦିକ ହେଉଛନ୍ତି ହେମନ୍ତ ଟାକ୍ରି। ସମାଜ ପ୍ରତି ଜଣେ ସାମ୍ବାଦିକର ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲି ଏହି ବ୍ୟକ୍ତି ଜଣକ ଚଳାଇଥିଲେ ବେଆଇନ୍ ଗଞ୍ଜେଇ କାରବାର। ସେ ମାଲକାନଗିରି ଜିଲ୍ଲା ଝରିଆଗୁଡ଼ାଠାରେ ମଙ୍ଗଳବାର ପୁଲିସର ଯାଞ୍ଚକୁ ଭେଦି ଗଞ୍ଜେଇ ଭର୍ତ୍ତି ଗାଡି ନେବାକୁ ଉଦ୍ୟମ କରୁଥିଲେ। ତାଙ୍କ ସହ ୫ ଜଣ ଯୁବକ ମଧ୍ୟ ଥିଲେ। ସମସ୍ତଙ୍କୁ ଗୋଡାଇ ଗୋଡାଇ ଧରିଛି ପୁଲିସ। ଚେକିଂ ବେଳେ ଗାଡିରୁ ମିଳିଛି ୧୫ କ୍ୱିଣ୍ଟାଲ୍‌ରୁ ଅଧିକ ପରିମାଣର ଗଞ୍ଜେଇ। ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ହେବ। ଗିରଫ ହୋଇଥିବା ଅଭିଯୁକ୍ତ ଚିତ୍ରକୋଣ୍ଡା ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି।

ସାମ୍ବାଦିକ ନାଁରେ ଅପହରଣ ଓ ଦାଦାବଟି ଆଦାୟ ନିକଟରେ ରାଜଧାନୀ ଭୁବନେଶ୍ୱରରେ ଜଣେ ଖଣି ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କୁ ଅପହରଣ କରି ଦାଦାବଟି ମାଗିବା ଘଟଣାରେ ପୁଲିସ ଏକ ୱେବ ଚ୍ୟାନେଲର ମହିଳା ସାମ୍ବାଦିକାଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ଗିରଫ କରିଛି।

ସେହିପରି ଗତ ବର୍ଷ ଅକ୍ଟୋବରରେ ରାଜଧାନୀରେ ଏକ ଘିଅ କମ୍ପାନୀ ମାଲିକଠାରୁ ବେଆଇନ ଟଙ୍କା ଆଦାୟ ଅଭିଯୋଗରେ ଗିରଫ ହୋଇଥିଲେ ବିଭିନ୍ନ ୱେବ ଚ୍ୟାନେଲର ୬ ଜଣ ସାମ୍ବାଦିକ। ଅପମିଶ୍ରଣ ଖବର ଧରାଇଦେବାକୁ ଧମକ ଦେଇ ମାଲିକଙ୍କଠାରୁ ଏହି ସାମ୍ବାଦିକମାନେ ଆଦାୟ କରିଥିଲେ ଲକ୍ଷାଧିକ ଟଙ୍କା। ସେହିପରି ଗତ ୨୩ ତାରିଖରେ ବାରିପଦାରେ ୨ ମାସର ଶିଶୁକୁ ୨ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ ଜଣେ ୱେବ ମିଡ଼ିଆ ସାମ୍ବାଦିକଙ୍କୁ ଗିରଫ କରିଥିଲା।

ସାମ୍ବାଦିକ ନାଁରେ ଏଭଳି ବେଆଇନ କାମ ପୂରା ସାମ୍ବାଦିକ ସମାଜ ପାଇଁ ଗଭୀର ଉଦବେଗର ବିଷୟ ପାଲଟିଛି। କାରଣ, ଅଳ୍ପ କିଛି ଲୋକଙ୍କ ପାଇଁ ସାମ୍ବାଦିକତା ପେଶାରେ ଥିବା ବ୍ୟକ୍ତିବିଶେଷ ବଦନାମ ହେଉଛନ୍ତି। ସାମ୍ବାଦିକତା ପ୍ରତି ଥିବା ସାମ୍ବାଦିକଙ୍କ ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ପ୍ରଭାବିତ ହେଉଥିବା ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos