ହୋମିଓପ୍ୟାଥି ମେଡିସିନ୍‌ରୁ ତିଆରି ହେଉଥିଲା ମଦ!

ବ୍ରହ୍ମପୁର (ଜଗନ୍ନାଥ ସାହୁ): ହୋମିଓପ୍ୟାଥି ମେଡ଼ିସିନ୍‌ରେ ପାଣି ଓ ରାସାୟନିକ ରଙ୍ଗ ମିଶାଇ ତିଆରି ହେଉଛି ମଦ। ତାହା ପୁଣି ବିଭିନ୍ନ ଦେଶୀ ବିଦେଶୀ ବ୍ରାଣ୍ଡରେ। ଆଜି ଏଭଳି ନକଲି ମଦ ଫ୍ୟାକ୍ଟ୍ରି ଗଞ୍ଜାମ ଜିଲ୍ଲାରୁ ଠାବ ହୋଇଛି। ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରି ଶତାଧିକ ପେଟି ମଦ ବୋତଲ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ। ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ତୃପ୍ତି ନଗର ୨ୟ ଲାଇନରେ ଚାଲିଥିଲା […]

ganjam

ganjam

Manoranjan Sial
  • Published: Saturday, 27 February 2021
  • Updated: 27 February 2021, 04:49 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ହୋମିଓପ୍ୟାଥି ମେଡ଼ିସିନ୍‌ରେ ପାଣି ଓ ରାସାୟନିକ ରଙ୍ଗ ମିଶାଇ ତିଆରି ହେଉଛି ମଦ। ତାହା ପୁଣି ବିଭିନ୍ନ ଦେଶୀ ବିଦେଶୀ ବ୍ରାଣ୍ଡରେ। ଆଜି ଏଭଳି ନକଲି ମଦ ଫ୍ୟାକ୍ଟ୍ରି ଗଞ୍ଜାମ ଜିଲ୍ଲାରୁ ଠାବ ହୋଇଛି। ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରି ଶତାଧିକ ପେଟି ମଦ ବୋତଲ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ।

ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ତୃପ୍ତି ନଗର ୨ୟ ଲାଇନରେ ଚାଲିଥିଲା ନକଲି ମଦ ଫ୍ୟାକ୍ଟ୍ରି। ଉକ୍ତ ଫ୍ୟାକ୍ଟ୍ରିରେ ଅବକାରୀ ବିଭାଗ ଚଢ଼ଉ କରି ୫ଜଣଙ୍କୁ ଧରିଥିବା ବେଳେ ଖାଲି ବୋତଲ, ଠିପି, ନକଲି ସରକାରୀ ସିଲ୍, ବିଭିନ୍ନ ବିଦେଶୀ ବ୍ରାଣ୍ଡର ଲେବୁଲ ଜବତ କରିଥିଲା। କୋଲକାତାରୁ ହୋମିଓପ୍ୟାଥିକ୍‌ ମେଡିସିନ୍‌ ଆଣି ସେଥିରେ ଆବଶ୍ୟକତା ମୁତାବକ ପାଣି ଓ ରାସାୟନିକ ଦ୍ରବ୍ୟ ମିଶା ଯାଉଥିଲା। ଆଉ ତା’ପରେ ବିଭିନ୍ନ ବ୍ରାଣ୍ଡ ଅନୁସାରେ ସେଥିରେ ରଙ୍ଗ ମିଶାଇ ଯାଇ ନକଲି ମଦ ତିଆରି କରାଯାଉଥିଲା। ତା’ପରେ ସେହି ନକଲି ମଦକୁ ବୋତଲରେ ଭର୍ତ୍ତି କରାଯାଇ ମେସିନ୍‌ରେ ଠିପି ସିଲ୍ ବଜାରକୁ ଛଡ଼ା ଯାଉଥିଲା।

ତୃପ୍ତି ନଗରରେ ନକଲି ମଦ ଫ୍ୟାକ୍ଟ୍ରି ଚାଲିଥିବା ନେଇ ଅଭିଯୋଗ ହେଉଥିଲା। ଅଭିଯୋଗକୁ ଆଧାର କରି ଗୁଇନ୍ଦା ବିଭାଗ ମଦ ଫ୍ୟାକ୍ଟ୍ରି ଚାଲିଥିବା କୋଠା ଉପରେ ନଜର ରଖିଥିଲା। ଆଜି ଦୁଇଟି ଅଟୋରେ ମଦ ଚାଲାଣ ହେଉଥିଲା। ଏ ସମ୍ପର୍କରେ ଅବକାରୀ ବିଭାଗ ଜାଣିପାରି ଅଟୋ ଦୁଇଟିକୁ ଜବତ କରିଥିଲା। ଅଟୋ ଚାଳକକୁ ପଚରାଉଚରା କରିବା ପରେ ନକଲି ମଦ ଫ୍ୟାକ୍ଟ୍ରି ସମ୍ପର୍କରେ ଜଣାପଡ଼ିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos