ସାଂଘାତିକ ଷଡ଼ଯନ୍ତ୍ର: ଋଣ ନ କରି ଚାଷୀ ସୁଝିବ ସାଢ଼େ ୪ କୋଟି!

Ordigital Desk
• Published: Saturday, 13 January 2018
• , Updated: 13 January 2018, 10:44 PM IST

ଭୁବନେଶ୍ୱର: ଚାଷୀ ଜାଣିନି। କିନ୍ତୁ ତା ନାଁରେ ଗଡୁଛି ଲକ୍ଷ ଲକ୍ଷ ଟଙ୍କା ଋଣ।  ସମବାୟ ବ୍ୟାଙ୍କରେ ପୁଣି ଏମିତି ଏକ ଋଣ ଦୁର୍ନୀତିର ପ୍ରମାଣ ଲାଗିଛି ଓଡ଼ିଶା ରିପୋର୍ଟର ହାତରେ।   ବାଲେଶ୍ୱରର ଭୋଗରାଇ ଓ ରାୟଗଡ଼ାର କୋଲନାରା ସମିତିରେ ଚାଷୀଙ୍କ ଟଙ୍କା ହଡପ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଚିଠି ଲେଖିଛି । ସମବାୟ ବିଭାଗ । ବଡ଼ କଥା ହେଉଛି ରାୟଗଡ଼ାରେ ଯାହାଙ୍କ ନାଁରେ ଚାଷୀଙ୍କ ଟଙ୍କା ହଡପର ଅଭିଯୋଗ ଆସିଛି । ତାଙ୍କୁ ପଦୋନ୍ନତି ଦେଇଛନ୍ତି କର୍ତ୍ତୃପକ୍ଷ

ବାଲେଶ୍ୱର ଭୋଗରାଇ ଅନ୍ତର୍ଗତ କରିଅଣ୍ଡା ଗାଁର ଚାଷୀ ଏକାଦଶୀ ସାହୁ । ୨୦୦୮ରେ ଏକାଦଶୀ ଦାଉଣଦା ସମବାୟ ସମିତିରୁ ଚାଷ ପାଇଁ ନେଇଥିଲେ ୧୫ ହଜାର ଟଙ୍କା ଲୋନ।  ଗୋଟିଏ ବର୍ଷରେ ଲୋନ ଶୁଝିଦେଲେ ଏକାଦଶୀ । କିନ୍ତୁ ଆଶ୍ଚଯର୍ୟର କଥା ତାଙ୍କ ମୁଣ୍ଡ  ଉପରେ ଏବେ ଲକ୍ଷେ ୪୫ ହଜାର ଟଙ୍କାର ଋଣ ବୋଝ । ଦାଉଣଦା ଗାଁର ଚାଷୀ ବଂଶୀଧର ସାହୁ ଓ କଷିଆ ର ରାମ ଦାସଙ୍କର ବି ସମାନ ଅବସ୍ଥା । ଯେତିକି ଟଙ୍କା ଲୋନ କରିଥିଲେ ତାର ତିନି ୪ ଗୁଣ ଋଣ ବୋଝ ଲଦି ଦେଇଛି ସମବାୟ ସମିତି।  ଆଉ ଏମିତି କାରସାଦି କରିଛନ୍ତି ଖୋଦ ସମିତିର ସଂପାଦକ ଓ ଅନ୍ୟ କିଛି ଅଧିକାରୀ । ଏମିତି କି ଜଣେ ପଶ୍ଚିମବଙ୍ଗର ବାସିନ୍ଦା ଓ ମୃତ ବ୍ୟକ୍ତିଙ୍କ ନାଁରେ ବି ଗଡୁଛି ଋଣ ବୋଝ।  ଅନୁସନ୍ଧାନରୁ ଜଣା ପଡିଛି ପ୍ରାୟ ୨୦୦ ଚାଷୀଙ୍କ ନାଁରେ ଏମିତି ୪ କୋଟି ୬୭ ଲକ୍ଷ ଟଙ୍କା ଉଠାଇ ଚଳୁ କରିନେଇଛିନ୍ତି ସମିତିର କିଛି ଅସାଧୁ ଅଧିକାରୀ।

ସମାନ ଢଙ୍ଗରେ ଚାଷୀଙ୍କ କୋଟି କୋଟି ଟଙ୍କା ହଡ଼ପ ହୋଇଛି  ରାୟଗଡ଼ାର କୋଲନରା ଲ୍ୟାମ୍ପ୍ସରେ । ଏ ବାବଦରେ ୭ ଦିନ ଭିତରେ ଜଣାଇବାକୁ କୋରାପୁଟ ସେଣ୍ଟ୍ରାଲ କୋଅପରିଟିଭ ବ୍ୟାଙ୍କର ସଚିବଙ୍କୁ ଚିଠି ଲେଖିଛି ସମବାୟ ବିଭାଗ।  ତେବେ ବିଡମ୍ବନା ହେଉଛି ଯାହା ନାଁରେ ଟଙ୍କା ହଡପର ଅଭିଯୋଗ ତାଙ୍କୁ ଦିଆଯାଇଛି ପଦୋନ୍ନତି। ହଡପ ଟଙ୍କା ଆଦାୟ ସହ କାଯର୍ୟାନୁଷ୍ଠାନ ପାଇଁ ଲେଖିଛି ସମବାୟ ବିଭାଗ। କେବଳ ଏହି ଦୁଇଟି ଘଟଣା ନୁହେଁ ବିଭିନ୍ନ ସମୟରେ ସମବାୟ ସମିତିର ଅସାଧିୁ ଅଧିକାରୀ ହଡ଼ପ କରିଥିବା ୨୦୦ କୋଟିରୁ ଅଧିକ ଟଙ୍କାରୁ ଏପର୍ଯନ୍ତ ୪୪ କୋଟି ଆଦାୟ କରିପାରିନି ବିଭାଗ।

Related story