ଲୋନ୍ ଆପ୍ ଡାଉନ୍‌ଲୋଡ କରି ଫସିଗଲେ ଆଇନଛାତ୍ରୀ

କଟକ(ଓଡ଼ିଶା ରିପୋର୍ଟର): ଫେସ୍‌ବୁକ୍‌ରେ ଦେଖାଉଥିବା ଏକ ଡିଜିଟାଲ୍ ଲୋନ ଆପ୍ ଡାଉନ୍‌ଲୋଡ୍ କରିଥିଲେ। ପରେ ଆପ୍‌ରେ ଦେଖାଉଥିବା ଫର୍ମ ଫିଲପ କଲେ। ବାସ୍ ତାହା ପରେ ଆରମ୍ଭ ହୋଇଗଲା ବ୍ଲାକ୍‌ମେଲିଂ ଓ ନିର୍ଯାତନା। ଲୋନ ନେଇଛ, ତୁରନ୍ତ ଦିଅ ବୋଲି ଏସ୍ଏମ୍‌ଏସ୍ ବି ଆସିଲା। ନହେଲେ ତୁମର ନ୍ୟୁଡ୍ ଫଟୋ ଭାଇରାଲ କରିଦିଆଯିବ ବୋଲି ଫୋନ୍ ବି ଆସିଲା। ସତକୁ ସତ ତାହାହିଁ ହେଲା। ଫୋନ୍‌କୁ ହ୍ୟାକ୍ କରି ୱାଟସ୍ ଆପ୍ କଣ୍ଟାକ୍ଟରେ ଥିବା ସମସ୍ତ ଲୋକଙ୍କ […]

Girl

Girl

Niranjan Mishra
  • Published: Tuesday, 09 August 2022
  • Updated: 09 August 2022, 10:04 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଫେସ୍‌ବୁକ୍‌ରେ ଦେଖାଉଥିବା ଏକ ଡିଜିଟାଲ୍ ଲୋନ ଆପ୍ ଡାଉନ୍‌ଲୋଡ୍ କରିଥିଲେ। ପରେ ଆପ୍‌ରେ ଦେଖାଉଥିବା ଫର୍ମ ଫିଲପ କଲେ। ବାସ୍ ତାହା ପରେ ଆରମ୍ଭ ହୋଇଗଲା ବ୍ଲାକ୍‌ମେଲିଂ ଓ ନିର୍ଯାତନା। ଲୋନ ନେଇଛ, ତୁରନ୍ତ ଦିଅ ବୋଲି ଏସ୍ଏମ୍‌ଏସ୍ ବି ଆସିଲା। ନହେଲେ ତୁମର ନ୍ୟୁଡ୍ ଫଟୋ ଭାଇରାଲ କରିଦିଆଯିବ ବୋଲି ଫୋନ୍ ବି ଆସିଲା। ସତକୁ ସତ ତାହାହିଁ ହେଲା। ଫୋନ୍‌କୁ ହ୍ୟାକ୍ କରି ୱାଟସ୍ ଆପ୍ କଣ୍ଟାକ୍ଟରେ ଥିବା ସମସ୍ତ ଲୋକଙ୍କ ପଠାଇ ଦେଲେ ନଗ୍ନ ଫଟୋ। କଟକର ଜଣେ ଆଇନ ଛାତ୍ରୀ ଏଭଳି ଘଟଣାର ଶିକାର ହୋଇଛନ୍ତି। ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି। ପୁଲିସ ଏହାର ତଦନ୍ତ ଚଳାଇଛନ୍ତି।

ତେଣୁ ଅନ୍ ଲାଇନ୍ ଲୋନ୍ ଆପ୍ ବ୍ୟବହାର କରୁଥିଲେ ସାବଧାନ। ଆପଣ ବି ହୋଇପାରନ୍ତି ଏମିତି ଘଟଣାର ଶିକାର। ହରାଇପାରନ୍ତି ମାନସମ୍ମାନ ଓ ଲକ୍ଷାଧିକ ଟଙ୍କା।

ପୁଲିସରେ ଅଭିଯୋଗ ଦେଇଥିବା ଆଇନ ଛାତ୍ରୀଙ୍କ କହିବା ମୁତାବକ, ଫେସ୍‌ବୁକ୍ ଦେଖୁ ଦେଖୁ ଆଖିରେ ପଡ଼ିଥିଲା ଏକ ଲୋନ ଆପ୍ଲିକେସନ୍ ଆଡ୍। ଲୋଭରେ ପଡ଼ି ଏହାକୁ କ୍ଲିକ୍ କରିଦେଲେ ସେ। ଏପରିକି ଅନ୍‌ଲାଇନ୍ ଫର୍ମରେ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ଥିବା ଫୋନ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ, ଆଧାର ନମ୍ବର, ପାନ୍ ନମ୍ବର ଆଦି ମଧ୍ୟ ଦେଇଥିଲେ। କିଛି ସମୟ ପରେ ତାଙ୍କ ହ୍ୱାଟ୍ସଆପ୍‌କୁ ଆସିଲା ଏକ ମେସେଜ୍। ଯେଉଁଥିରେ ଲେଖାଥିଲା, ତମେ ଲୋନ୍ ନେଇଛ। ୨ ହଜାର ଟଙ୍କା ପଠାଅ।

ଯୁବତୀ ଜଣକ କୌଣସି ଲୋନ୍ ନେଇନଥିବା କହିବା ପରେ ବି ହ୍ୱାଟ୍ସଆପ୍‌ରୁ ଆସିଲା ଏକ ଫୋନ୍ କଲ। ଜଣେ ବ୍ୟକ୍ତି ହିନ୍ଦୀରେ ଅଶାଳୀନ ଭାଷାରେ କଥାବାର୍ତ୍ତା କରିଥିଲେ। ସଂପୃକ୍ତ ଯୁବତୀଙ୍କ ଉଲଗ୍ନ ଫଟୋକୁ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ। ଖାଲି ଧମକ ନୁହଁ, ଏହି ଛାତ୍ରୀଙ୍କ ଫଟୋ ଓ ତାଙ୍କ ମୋବାଇଲରେ ଥିବା ସମସ୍ତଙ୍କ ହାଟ୍ସଆପ୍ ନମ୍ବରକୁ ଏକ ଫେକ୍ ନ୍ୟୁଡ୍ ଫଟୋ ପଠାଇଦେଇଥିଲେ। ୱାଟର୍ସ ଆପ୍ ଡିପିରୁ ଯୁବତୀଙ୍କ ଫଟୋ ଚୋରାଇ ନେବା ପରେ ଏହାକୁ ଏଡ଼ିଟି କରି ନ୍ୟୁଡ୍ ଚିତ୍ର ଯୋଡ଼ିଥିଲେ ସାଇବର ଠକ। ସାଇବର ଠକଙ୍କ ଏଭଳି ଘଟଣା ଜଣାପଡ଼ିବା ପରେ ସଂପୃକ୍ତ ଯୁବତୀ ଏବେ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି।

ଏନେଇ କଟକ ସାଇବର ଥାନା ଆଇଆଇସି ଚନ୍ଦ୍ରିକା ସ୍ୱାଇଁ କହିଛନ୍ତି, କେବଳ ଏହି ଜଣେ ଯୁବତୀ ନୁହଁନ୍ତି, କଟକରେ ଆଉ ଜଣେ ଯୁବତୀଙ୍କୁ ଚାଇନିଜ୍ ଆପ୍ ଜରିଆରେ ହଜାରେ ଟଙ୍କାର ଲୋନ୍ ଦେଇ ୮୦ ହଜାର ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା। ଏଭଳି ସର୍ବସ୍ୱାନ୍ତ କରିବା ପାଇଁ ପ୍ଲେ ଷ୍ଟୋରରେ ଭର୍ତ୍ତି ହୋଇରହିଛି ବହୁ ଚାଇନିଜ ଆପ୍। ଯାହାକୁ ମୋବାଇଲରେ ଡାଉନ ଲୋଡ କରିବା କ୍ଷଣି କିଛି ଲୋକେ ଠକେଇ ଓ ବ୍ଲାକ୍‌ମେଲିଂର ଶିକାର ହେଉଛନ୍ତି।

ଇଓଡବ୍ୟୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି, ଭାରତରେ ଏଭଳି ହଜାରେରୁ ଅଧିକ ଲୋନ୍ ଆପ୍ ଥିବାବେଳେ ଅଧିକାଂଶ ବେଆଇନ୍। ସେହି ବେଆଇନ୍ ଆପ୍ ମାଷ୍ଟରମାଇଣ୍ଡ ହେଉଛନ୍ତି ଚାଇନିଜ୍ ନାଗରିକ। ନିକଟରେ ଚାଇନିଜ୍ ନାଗରିକ ଲିୟୁ ୟି ନାଁରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଛି ଓଡ଼ିଶା ସମେତ ମୁମ୍ବାଇ ପୁଲିସ। ତାକୁ ଧରିବାକୁ କସରତବେଳେ ସେ ନେପାଳରୁ ଖସିଯାଇଛି। ସେଠାରେ ବି ସେ ବେଆଇନ ଲୋନ୍ ଆପରେ ଲୋକଙ୍କୁ ଠକିଛି। ଏହି ମାମଲାରେ ସେଠାରେ ଗିରଫ ହୋଇଛନ୍ତି ୧୯୦ ଜଣ। ଏମାନଙ୍କ ମଧ୍ୟରେ ରହିଛନ୍ତି କିଛି ଚାଇନିଜ୍। ୨୦୧୯ରେ ଲିୟୁ ୟି ବୋଙ୍ଗଲୁରୁକୁ ଆସି ଆରମ୍ଭ କରିଥିଲା ଏହି କଳାଧନ୍ଧା। କିଛି ଭାରତୀୟଙ୍କୁ ହାତ କରି ଜାଲ୍ କମ୍ପାନୀ ତିଆରି କରିବା ସହ ସେମାନଙ୍କୁ ବଡ଼ ବଡ଼ ପଦବୀରେ ବସାଇ ଲୋକଙ୍କୁ ଠକିବାକୁ ଜାଲ ବିଛାଇଥିଲା। ସେମାନଙ୍କ ନାଁରେ ବ୍ୟାଙ୍କ୍ ଆକାଉଣ୍ଟ କରି ବେଆଇନ ଲୋନ୍ ଆପ୍‌ରେ ଆର୍ଥିକ କାରବାର ଚଳାଇଥିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story