ସାବଧାନ! ଗାଡ଼ିରେ ନକଲି ମୋବିଲ୍‌ ପକାଉଛନ୍ତି କି?

ବାଲେଶ୍ୱର(ରଞ୍ଜତ ପାକଳ): ବାଲେଶ୍ଵର ଟାଉନରୁ ପୁଲିସ ଏକ ନକଲି ମୋବିଲ୍‌ ତିଆରି କାରଖାନା ଠାବ କରିଛି ପୁଲିସ। ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ନାଁ ଥିବା ଦୁଇ ହଜାରରୁ ଅଧିକ ଲିଟର ନକଲି ମୋବିଲ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଏହାର ଚେର ବାଲେଶ୍ୱରରୁ ପଡ଼ୋଶୀ ଜିଲ୍ଲାକୁ ଲମ୍ୱିଥିବା ଜଣାପଡ଼ିଛି। ଅରଡ଼ବଜାରରେ ଏକ ଭଡ଼ାଘରେ ୨୦ ବର୍ଷରୁ ଅଧିକ ସମୟ ଧରି ପୋଡ଼ା ମୋବିଲରେ କେମିକାଲ ମିଶାଇ ବିଭିନ୍ନ ବ୍ରାଣ୍ଡର ନାଁ ଥିବା କ୍ୟାନରେ […]

balasore

Tapaswini Nayak
  • Published: Friday, 19 July 2019
  • , Updated: 19 July 2019, 04:49 PM IST

ବାଲେଶ୍ୱର(ରଞ୍ଜତ ପାକଳ): ବାଲେଶ୍ଵର ଟାଉନରୁ ପୁଲିସ ଏକ ନକଲି ମୋବିଲ୍‌ ତିଆରି କାରଖାନା ଠାବ କରିଛି ପୁଲିସ। ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ନାଁ ଥିବା ଦୁଇ ହଜାରରୁ ଅଧିକ ଲିଟର ନକଲି ମୋବିଲ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଏହାର ଚେର ବାଲେଶ୍ୱରରୁ ପଡ଼ୋଶୀ ଜିଲ୍ଲାକୁ ଲମ୍ୱିଥିବା ଜଣାପଡ଼ିଛି।

ଅରଡ଼ବଜାରରେ ଏକ ଭଡ଼ାଘରେ ୨୦ ବର୍ଷରୁ ଅଧିକ ସମୟ ଧରି ପୋଡ଼ା ମୋବିଲରେ କେମିକାଲ ମିଶାଇ ବିଭିନ୍ନ ବ୍ରାଣ୍ଡର ନାଁ ଥିବା କ୍ୟାନରେ ବିକ୍ରି କରାଯାଉଥିଲା। ଏପରିକି Gulf ନାଁରେ ନକଲି ମୋବିଲ୍‌ ତିଆରି କରାଯାଇ ବିକ୍ରି କରାଯାଉଥିବା କମ୍ପାନୀ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। କମ୍ପାନୀ ପକ୍ଷରୁ ଏନେଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଆଜି ପୁଲିସ ଓ Gulf ମୋବିଲ କମ୍ପାନୀର ତଦନ୍ତକାରୀ ଟିମ ମିଳିତ ଭାବେ ଉକ୍ତ କାରଖାନା ଉପରେ ଚଢ଼ଉ କରି Castrol ଓ Gulf ଭଳି ବିଭିନ୍ନ ବ୍ରାଣ୍ଡର ଖାଲି ଡବା, ରଙ୍ଗ, ଠିପି, ଷ୍ଟିକର ଓ ସିଲ୍‌ ଆଦି ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସାହିଲ ଓରଫ ୟୁସୁଫ ଖାଁ ଓ ରାଜୁ ଓରଫ ଇର୍ଷାଦ ଖାଁ। ଅରଡ଼ବଜାର ମସଜିଦ ବଜାରରେ ସେମାନଙ୍କ ଘର। ତେବେ ପୁଲିସ ନକଲି ମୋବିଲ୍‌ ତିଆରି ହେଉଥିବା ଭଡ଼ା ଘର ମାଲିକ ଶେଖ ଅବଦୁଲ ମଜିଦଙ୍କ ପୁଅ ଶେଖ ତସରିଫ ଖାଁକୁ ଅଟକ ରଖି ପଚରାଉଚରା କରୁଛି।

ଏଠାରେ ପ୍ରସ୍ତୁତ ହେଉଥିବା ନକଲି ମୋବିଲର ଦାମ ୩୦୦ ଟଙ୍କା ରହୁଥିଲା। ଯାହା ଅସଲି ଭଳି ଦେଖାଯାଉଥିଲା। ଏହାର ଚେର ପଡୋଶୀ ଜିଲ୍ଲାକୁ ମଧ୍ୟ ଲମ୍ୱିଥିବା ଜଣାପଡ଼ିଛି।

Related story