ମନ୍ତ୍ରୀ ପ୍ରତାପ ଜେନାଙ୍କ ଦାୟିତ୍ୱହୀନତା: ଜୀବିତ ସମୀର ଦେଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେ’ଙ୍କୁ ଜୀବିତ ଅବସ୍ଥାରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପଂଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା। ହସ୍ପିଟାଲରେ ଚିକତ୍ସାଧୀନ ଥିବା ଶ୍ରୀ ଦେ’ ଜୀବିତ ଥାଇ ତାଙ୍କୁ ମନ୍ତ୍ରୀ ଶ୍ରୀ ଜେନା ଶ୍ରଦ୍ଧାଞ୍ଜଳି ଦେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ ଶ୍ରୀ ଜେନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କଟକର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ […]

798b

798b

Tapas Behera
  • Published: Monday, 19 October 2020
  • Updated: 19 October 2020, 09:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେ’ଙ୍କୁ ଜୀବିତ ଅବସ୍ଥାରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପଂଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା। ହସ୍ପିଟାଲରେ ଚିକତ୍ସାଧୀନ ଥିବା ଶ୍ରୀ ଦେ’ ଜୀବିତ ଥାଇ ତାଙ୍କୁ ମନ୍ତ୍ରୀ ଶ୍ରୀ ଜେନା ଶ୍ରଦ୍ଧାଞ୍ଜଳି ଦେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ ଶ୍ରୀ ଜେନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କଟକର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିବା ତାଙ୍କର ଅନୁପସ୍ଥିତି କଟକ ଓ ଓଡ଼ିଶା ରାଜନୀତିରେ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଏହାସହିତ ତାଙ୍କର ପରିବାର,ବନ୍ଧୁ ଓ ସମର୍ଥକଙ୍କ ପ୍ରତି ମଧ୍ୟ ସେ ସମବେଦନା ପ୍ରକଟ କରିଛନ୍ତି।
ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ନେତା ଶ୍ରୀ ଦେଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ସମୀରଦା’ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ ଯେଉଁ ଚର୍ଚ୍ଚା ହେଉଛି ତାହା କେବଳ ଗୁଜବ। ଏଥିରେ କୌଣସି ସତ୍ୟତା ନାହିଁ।
ତେବେ, ପ୍ରତାପ ଜେନାଙ୍କ ଭଳି ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ କିଭଳି ଜୀବିତ ଥିବା ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ମାରିଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ପୋଷ୍ଟ ପରେ ଏହି ଖବରଟିକୁ ସେ ତାଙ୍କ ଶୋଶାଲ ମିଡିଆ ଆକାଉଣ୍ଟରୁ ଡିଲିଟ୍‌ କରିଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos