ସାବଧାନ! ନାମୀଦାମୀ ଖୋଳରେ ନକଲି ମସଲା

ଜୟପୁର(ଟି.ଗୌରିଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ସହରରେ ଏକ ନକଲି ମସଲା କାରଖାନା ଠାବ କରାଯାଇଛି। ସହରର ପିଆର ପେଟାର ଚତୁର୍ଥ ଲେନ୍‌ରେ ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ଲେବଲ୍ ମରାଯାଇଥିବା ନକଲି ମସଲା ଜବତ କରିଛି ପୁଲିସ୍। ଏଠାରୁ ପୁଲିସ୍ ପ୍ୟାକିଂ ମେସିନ୍ ମଧ୍ୟ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବ୍ରହ୍ମପୁରରୁ ଜୟପୁରକୁ ଏସବୁ ଭେଜାଲ୍ ମସଲା ଆସୁଥିଲା ବୋଲି ପୁଲିସ୍‌ ଜାଣିବାକୁ […]

masala

masala

Jitendra Garnayak
  • Published: Friday, 18 January 2019
  • Updated: 18 January 2019, 09:58 AM IST

Sports

Latest News

ଜୟପୁର(ଟି.ଗୌରିଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ସହରରେ ଏକ ନକଲି ମସଲା କାରଖାନା ଠାବ କରାଯାଇଛି।

ସହରର ପିଆର ପେଟାର ଚତୁର୍ଥ ଲେନ୍‌ରେ ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ଲେବଲ୍ ମରାଯାଇଥିବା ନକଲି ମସଲା ଜବତ କରିଛି ପୁଲିସ୍।

masal1ଏଠାରୁ ପୁଲିସ୍ ପ୍ୟାକିଂ ମେସିନ୍ ମଧ୍ୟ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବ୍ରହ୍ମପୁରରୁ ଜୟପୁରକୁ ଏସବୁ ଭେଜାଲ୍ ମସଲା ଆସୁଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

ଜୟପୁର ଟାଉନ ଅଧିକାରୀ ବାଲେଶ୍ୱର ଗିଧି କହିଛନ୍ତି,“ହରିହର ପାତ୍ରଙ୍କ ଘରେ ଆଜି ଚଢ଼ାଉ କରିଥିଲୁ। ସେଠାରୁ ବହୁତ ପରିମାଣରେ ନକଲି ଏଭେରେଷ୍ଟ ମସଲା ଜବତ କରାଯାଇଛି। ଏଭେରେଷ୍ଟ ମସଲାର ବ୍ରାଣ୍ଡ ଲଗାଇ ମସଲା ବିକ୍ରି କରାଯାଉଥିଲା।”

ଏଭେରେଷ୍ଟ ସହିତ ଏମ୍‌ଡିଏଚ୍ କଂପାନୀର ଖୋଳ ତିଆରି ସେଥିରେ ମସଲା ଭର୍ତ୍ତି କରି ବଜାରକୁ ଛାଡ଼ୁଥିଲେ ଅଭିଯୁକ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos