ନକଲି ଟାଟା ଚା’ ଜବତ, ବ୍ୟବସାୟୀ ଗିରଫ

ସାଲେପୁର(ଓଡ଼ିଶା ରିପୋର୍ଟର): ନକଲି ଜିନିଷର ହବ୍‌ ପାଲଟିଛି କଟକ। ନକଲି ତେଲ, ଘିଅ, ଡିଟରଜେଣ୍ଟ୍ ଫ୍ୟାକ୍ଟ୍ରି,ମସଲା, ସସ୍‌ ଓ ଜର୍ଦ୍ଦା କରାଖାନା କଟକ ଜିଲ୍ଲାରୁ ଠାବ ହେବା ପରେ ନକଲି ଟାଟା ଚା’ ଜବତ କରିଛି ପୁଲିସ। ଏହି ଘଟଣାରେ ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଏସ କେ ରିଜବାନ। ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରର ଏକ ଭେରାଇଟି ଷ୍ଟୋରରେ ରିଜବାନ ନକଲି ଚା’ ବିକ୍ରୀ କରୁଥିବା  ପୁଲିସ କୌଣସି […]

fake tea

  • Published: Friday, 18 November 2022
  • , Updated: 18 November 2022, 10:34 AM IST

ସାଲେପୁର(ଓଡ଼ିଶା ରିପୋର୍ଟର): ନକଲି ଜିନିଷର ହବ୍‌ ପାଲଟିଛି କଟକ। ନକଲି ତେଲ, ଘିଅ, ଡିଟରଜେଣ୍ଟ୍ ଫ୍ୟାକ୍ଟ୍ରି,ମସଲା, ସସ୍‌ ଓ ଜର୍ଦ୍ଦା କରାଖାନା କଟକ ଜିଲ୍ଲାରୁ ଠାବ ହେବା ପରେ ନକଲି ଟାଟା ଚା’ ଜବତ କରିଛି ପୁଲିସ। ଏହି ଘଟଣାରେ ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଏସ କେ ରିଜବାନ।

ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାରର ଏକ ଭେରାଇଟି ଷ୍ଟୋରରେ ରିଜବାନ ନକଲି ଚା’ ବିକ୍ରୀ କରୁଥିବା  ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା।  ଗତକାଲି  ନିଶ୍ଚିନ୍ତକୋଇଲି ପୁଲିସ ହଠାତ୍ ଦୋକାନ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବହୁ ସଂଖ୍ୟାରେ ଟାଟା ଚା’ ପ୍ୟାକେଟ ଜବତ କରିଥିଲା।

ଆଉ କେଉଁ ମାନେ ନକଲି ଟାଟା ଚା’ ଆଣି ବଜାରରେ ବିକ୍ରି କରୁଛନ୍ତି, ପୁଲିସ ତାର ତଦନ୍ତ କରୁଛି।

 

Related story