ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ବାଜା ବାଣ ସାଙ୍ଗକୁ ଡିଜେ ଧୁନ୍ରେ ଦୁଲୁକୁଛି ଦାଣ୍ଡ। ଫୁଳମାଳରେ ସଜେଇ ହୋଇଛି ଗାଡି। ବିରାଟ ଶୋଭାଯାତ୍ରାରେ ବାହାରି ଗାଁ ବୁଲୁଛନ୍ତି ଲୋକେ। ସେପଟେ କାନ୍ଦ ବୋବାଳିରେ ଫାଟି ପଡୁଛି ଘର। ତେବେ ଏହା କୌଣସି ବିବାହ କିମ୍ବା ବ୍ୟକ୍ତଙ୍କ ଶୋଭାଯାତ୍ରା ନୁହେଁ। ଜଣେ ପୋଷା କୁକୁର ମୃତ୍ୟୁ ପରେ ଏଭଳି ବିରାଟ ପଟୁଆରରେ ବାହାରିଛି ଶୋଭଯାତ୍ରା।
ଗଜପତି ଜିଲ୍ଲା ପାରାଲାଖେମୁଣ୍ଡି। ଏଠାରେ ରହୁଥିବା ଟୁନୁ ଗୌଡ। ସେ କୁକୁରାମନଙ୍କୁ ବେଶ୍ ଭଲ ପାଆନ୍ତି। ୧୬ ବର୍ଷ ତଳେ ଏକ କୁନି କୁକୁରକୁ ଘରୁ ଆଣିଥିରେ ଟୁନୁ ଗୌଡ। ଏହାପରେ ତା ନାଁ ସେ ଦେଇଥିଲେ ଅଞ୍ଜଳି। ସେହିଦିନ ଠାରୁ ନିଜ ପରିବାରର ସଦସ୍ୟ ଭଳି ରହିଥିଲା ଅଞ୍ଜଳି। ତାକୁ ନିଜ ଝିଅ ଭଳି ପୋଷିଥିଲେ। ପରିବାର ଲୋକେ ଖୁବ୍ ଆଦରରରେ ଅଞ୍ଜଲିକୁ ଲାଳନପାଳନ କରି ଆସୁଥିଲେ। ଅଞ୍ଜଳି ପରେ ଟୁନୁ ଅନେକ କୁକୁରକୁ ଆଣି ପୋଷିଛନ୍ତି। ହେଲେ ଅଞ୍ଜଳି ତାଙ୍କ ପାଇଁ ଥିଲା ବେଶ୍ ଖାସ୍।
ଗତକାଲି ସକାଳୁ ହଠାତ୍ ଅଞ୍ଜଳି ଆଖି ବୁଜି ଦେଇଥିଲା। ଅଞ୍ଜଳିକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ଟୁନୁଙ୍କ ଗୋଡ ତଳୁ ମାଟି ଖସିଯାଇଥିଲା। ତାଙ୍କ ଘରେ ଯେଭଳି କାନ୍ଦ ବୋବାଳି ପଡିଥିଲା ତାକୁ ଦେଖିଲେ କେହି ବିଶ୍ୱାସ କରିପାରିବେ ନାହିଁ କି ଜଣେ କୁକୁରର ମୃତ୍ୟୁ ହୋଇଛି। ଏହାପରେ ପରିବାର ସଦସ୍ୟଙ୍କ ଭଳି ଅଞ୍ଜଳିକୁ ହଳଦି ପାଣିରେ ଗାଧୋଇବା ସହ ବିରାଟ ପଟୁଆରରେ ନିଆ ଯାଇ ଶବ ସଂସ୍କାର କରାଯାଇଥିଲା। କୁକୁରର ମାଲିକ ଟୁନୁ ଗୌଡ଼ା ନିଜେ କୁକୁରର ମର ଶରୀରକୁ ନେଇ ହିନ୍ଦୁ ରୀତିନୀତି ଅନୁଯାୟୀ ଶବଦାହ କରିଥିଲେ । ଯାହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେବା ସହ ଲୋକଙ୍କ ଆଖି ଭରିଯାଇଥିଲା।
https://twitter.com/ANI/status/1556841647501357056?s=20&t=OzonOC22LA_g6QoN2pIiPg