ସହି ହେଲାନି ଛୁଆର ଯନ୍ତ୍ରଣା, ଉଛୁଳା ନଦୀରେ ପଶିଲେ ପରିବାର ଲୋକ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଯନ୍ତ୍ରଣାରେ ଛଟପଟ ହେଉଛି ଦେଢ ବର୍ଷର ଛୁଆ। ହେଲେ ଡାକ୍ତର ପାଖକୁ ନେବାକୁ ସାହସ ଜୁଟାଇ ପାରୁ ନାହାନ୍ତି ପରିବାର ଲୋକେ। କାରଣ ମେଡିକାଲ ଯିବାକୁ ହେଲେ ଉଛୁଳା ନଦୀ ପାର ହେବାକୁ ପଡ଼ିବ। ହେଲେ କଷ୍ଟ ସହ୍ୟ କରିପାରୁ ନ ଥିବା ଛୁଆର ମୁହଁକୁ ଦେଖି ଶେଷରେ ପରିବାର ଲୋକେ ଉଛୁଳା ନଦୀ ପାର୍‌ ହୋଇ ମେଡିସିନ ଆଣିବାକୁ ଗଲେ। ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳରେ […]

berham-4

Niharika Rout
  • Published: Friday, 16 October 2020
  • , Updated: 16 October 2020, 02:24 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଯନ୍ତ୍ରଣାରେ ଛଟପଟ ହେଉଛି ଦେଢ ବର୍ଷର ଛୁଆ। ହେଲେ ଡାକ୍ତର ପାଖକୁ ନେବାକୁ ସାହସ ଜୁଟାଇ ପାରୁ ନାହାନ୍ତି ପରିବାର ଲୋକେ। କାରଣ ମେଡିକାଲ ଯିବାକୁ ହେଲେ ଉଛୁଳା ନଦୀ ପାର ହେବାକୁ ପଡ଼ିବ। ହେଲେ କଷ୍ଟ ସହ୍ୟ କରିପାରୁ ନ ଥିବା ଛୁଆର ମୁହଁକୁ ଦେଖି ଶେଷରେ ପରିବାର ଲୋକେ ଉଛୁଳା ନଦୀ ପାର୍‌ ହୋଇ ମେଡିସିନ ଆଣିବାକୁ ଗଲେ। ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି।

ଲଘୁଚାପଜନିତ ବର୍ଷା ଯୋଗୁ ପାତ୍ରପୁର ବ୍ଲକର ପ୍ରାୟ ୫୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ନଦୀ ସୁଅ ଯୋଗୁ ୪ଟି ଗାଁ ବାବନସାହି, ବାଲିଗାଁ, ରାଇଗଡ଼, ତାବୁଡ଼ିଆର ଲୋକେ ପ୍ରାୟ ୪ ଦିନରୁ ଊର୍ଦ୍ଧ୍ୱ ହେବ ପାଣିଘେରରେ ରହିଛନ୍ତି। ସେମାନଙ୍କ ନିକଟରେ ସରକାରୀ ସାହାଯ୍ୟ ପହଞ୍ଚି ପାରି ନ ଥିବା ବେଳେ ପାଖରେ ଥିବା ସାମଗ୍ରୀ ସରି ଆସିଲାଣି। ତେଣୁ ଭୋକ ଉପାସରେ ପଡ଼ି ରହିଥିବା କହିଛନ୍ତି ଏହି ସବୁ ଗ୍ରାମବାସୀ।

 

ବାବନସାହିର ଗଣେଶ କାରଜି କହିଛନ୍ତି, “ମୋ ଦେଢ ବର୍ଷର ପିଲା ଜନ୍ମ ହେବା ଦିନଠୁ କିଡନୀଜନିତ ସମସ୍ୟାରେ ପୀଡ଼ିତ ଅଛି। ଦୀର୍ଘ ଦିନ ଧରି କଟକରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛି। ହେଲେ ଏବେ ପୁଣି ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ତା’ କଷ୍ଟ ସହିନପାରି ବାଧ୍ୟ ହୋଇ ଜୀବନକୁ ବାଜି ଳଗାଇ ପାଣିରେ ପଶି ଆସିଲି। ମେଡିସିନ ଦେଇ ତାକୁ ଘରେ ରଖି ପାଣି କମିଲେ ଡାକ୍ତରଖାନା ନେବାକୁ ସ୍ଥିର କରିଛି।”

ଲଗାଣ ବର୍ଷା ଯୋଗୁ ୪  ଦିନ ହେଲା ଏହି ୪ଟି ଗାଁର ପ୍ରାୟ ୧୨୦ ପରିବାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ବ୍ରିଜ କରିବା ନିମନ୍ତେ ସରକାର କୌଣସି ନିଷ୍ପତ୍ତି ନେଉ ନ ଥିବାରୁ ନାନା ହିନସ୍ତା ହେବାକୁ ପଡ଼ୁଛି। ଏପରିକି ମହେନ୍ଦ୍ରାତନୟା ନଦୀ ଆରପାରିରେ ଲୋକେ ରହିଥିବା ବେଳେ ବାହାରକୁ ବାହାରି ପାରୁନାହାନ୍ତି  ଏମିତିକି କିଛି ଲୋକେ ଭୋକ ଉପବାସରେ ରହୁଥିବା ଜଣାପଡିଛି ।

Related story