- Videos
- Odisha
- ମୃତକଙ୍କ ଗାଁରେ ଶୋକ, କ୍ଷତିପୂରଣ ବାବଦକୁ ୨୫ ଲକ୍ଷ ଟଙ୍କା ଦାବି
ମୃତକଙ୍କ ଗାଁରେ ଶୋକ, କ୍ଷତିପୂରଣ ବାବଦକୁ ୨୫ ଲକ୍ଷ ଟଙ୍କା ଦାବି
- Published: Friday, 04 May 2018
- , Updated: 04 May 2018, 09:51 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକ ଅଜୟ ଭୂମିଜଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି। ଅଜୟଙ୍କ ମୃତଦେହ ଆଜି ତାଙ୍କ ଗାଁ ସୁନ୍ଦରଗଡ ଜିଲ୍ଲା ଗଞ୍ଜୁଟୋଲିରେ ପହଞ୍ଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଜୟ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଏଣୁ ପରିବାର ପୋଷଣ ତଥା କ୍ଷତିପୂରଣ ଲାଗି ପରିବାର ବର୍ଗ ୨୫ ଲକ୍ଷ ଟଙ୍କା ଦାବି କରିଛନ୍ତି।</p>
<p>ସେପଟେ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ ଆଜି ଅଜୟଙ୍କ ଘରେ ପହଞ୍ଚି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହି ଘଟଣାରେ କ୍ଷତିପୂରଣ ଦାବିରେ ଲାଠିକଟାରେ ରାସ୍ତାରୋକ କରିଥିଲେ ମୃତ ଶ୍ରମିକଙ୍କ ଗାଁ ଲୋକେ।</p>