ପୁଅର ନିଶା ଛଡ଼ାଇ ଦେବେ କହି ଘରୁ ନେଇଗଲେ, ଶେଷରେ ମିଳିଲା ଏପରି ଖବର...

କେନ୍ଦୁଝର(ପ୍ରଣୟ ପାଣି): ନିଶାଗ୍ରସ୍ତ ପୁଅର ନିଶା ଛଡ଼ାଇଦେବେ। ଏପରିକି ଭଲ କରି ପୁଣି ଥରେ ଘରକୁ ଫେରାଇ ଆଣିବେ। ବାପାମା’ଙ୍କ ମନରେ ଏପରି ବିଶ୍ୱାସ ଜନ୍ମାଇ ଆଖି ଆଗରୁ ପୁଅକୁ ନେଇଗଲେ ୨ ଯୁବକ । ଏହାପରେ ଆଉ ପୁଅର ପତ୍ତା ପାଇପାରୁ ନ ଥିବା ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଶେଷରେ ମିଳିଲା ପୁଅର ମୃତ୍ୟୁର ଖବର। ପୁଅକୁ ହତ୍ୟା କରି ଟାୟାର ସାହାଯ୍ୟରେ ନିଆଁ ଲଗାଇ ପୋଡ଼ି ଦିଆଯାଇଥିବା ବେଳେ ପୋଡ଼ା […]

tension

Niharika Rout
  • Published: Tuesday, 29 March 2022
  • , Updated: 29 March 2022, 02:23 PM IST

କେନ୍ଦୁଝର(ପ୍ରଣୟ ପାଣି): ନିଶାଗ୍ରସ୍ତ ପୁଅର ନିଶା ଛଡ଼ାଇଦେବେ। ଏପରିକି ଭଲ କରି ପୁଣି ଥରେ ଘରକୁ ଫେରାଇ ଆଣିବେ। ବାପାମା’ଙ୍କ ମନରେ ଏପରି ବିଶ୍ୱାସ ଜନ୍ମାଇ ଆଖି ଆଗରୁ ପୁଅକୁ ନେଇଗଲେ ୨ ଯୁବକ । ଏହାପରେ ଆଉ ପୁଅର ପତ୍ତା ପାଇପାରୁ ନ ଥିବା ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଶେଷରେ ମିଳିଲା ପୁଅର ମୃତ୍ୟୁର ଖବର।

ପୁଅକୁ ହତ୍ୟା କରି ଟାୟାର ସାହାଯ୍ୟରେ ନିଆଁ ଲଗାଇ ପୋଡ଼ି ଦିଆଯାଇଥିବା ବେଳେ ପୋଡ଼ା ମୃତଦେହକୁ ଜବତ କରିଛି ପୁଲିସ୍‌।  ଏପରି ଏକ ବିଭତ୍ସ ହତ୍ୟାକାଣ୍ଡ କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅଞ୍ଚଳରେ ଘଟିଛି। ମୃତକ ହେଲେ  ଟାଉନ ଥାନା ରାଙ୍କି ଗାଁ ର ସତ୍ୟବ୍ରତ ସ୍ୱାଇଁ ଙ୍କ ୨୨ବର୍ଷ ର ପୁଅ ଆଦିତ୍ୟ ନାରାୟଣ ସ୍ୱାଇଁ ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ,   ଆଦିତ୍ୟ କୁସଙ୍ଗରେ ପଡି ଅଧିକାଂଶ ସମୟରେ ନିଶା ସେବନ କରେ । ଯଶୀପୁରସ୍ଥିତ ନିଶା ନିବାରଣ କେନ୍ଦ୍ରକୁ ନେଲେ ସେଠାରେ ପୁଅ ସମ୍ପୂର୍ଣ୍ଣ ନିଶାମୁକ୍ତ ହୋଇଯିବ ବୋଲି ସହରର ବବଲୁ ପାଢ଼ୀ ଓ ସ୍ୱରୂପ ନାମକ ଦୁଇ ଜଣ ଯୁବକ ସତ୍ୟବ୍ରତଙ୍କୁ କହିଥିଲେ। ସତ୍ୟବ୍ରତ ସେମାନଙ୍କ କଥାକୁ ବିଶ୍ୱାସ କରି ପୁଅକୁ ଛାଡ଼ିଥିଲେ।  ଏହାପରେ ସେମାନେ  ଗତ ୨୨ ତାରିଖରେ  ବବଲୁ ଓ ସ୍ୱରୂପ ଏକ ଜିପ୍‌ରେ  ଆଦିତ୍ୟଙ୍କୁ ତାଙ୍କ ଘରୁ ନେଇଥିଲେ ।

ବାଟରେ ଆଦିତ୍ୟଙ୍କର  ବବଲୁ ଓ ସ୍ୱରୂପଙ୍କ ସହ ପ୍ରବଳ ଝଗଡ଼ା ହୋଇଥିଲା। ଏହାପରେ ଉଭୟ  ବବଲୁ ଓ ସ୍ୱରୂପ  ତାଙ୍କୁ  ପ୍ରବଳ ମାଡ ମାରି ମାରି ହତ୍ୟା କରିଥିବା ଜଣାଯାଇଛି।  ହତ୍ୟା ଘଟଣାକୁ ଲୁଚାଇବା ପାଇଁ  ସାନଶିଆଳିନଇ ଗାଁ ନିକଟରେ ଥିବା ଏକ ବନ୍ଧ ହିଡ ନିକଟରେ ନିଆଁ ଲଗାଇ ଅଭିଯୁକ୍ତମାନେ ମୃତଦେହକୁ ପୋଡି ଦେଇଥିଲେ।

ଅପରପକ୍ଷେ, ଆଦିତ୍ୟଙ୍କ ପରିବାର ଲୋକ ପୁଅର ନିଖୋଜ ନେଇ ଗତ ୨୭ ତାରିଖରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲା। ଏହାପରେ  ଗତକାଲି  ଯଶିପୁର ପୁଲିସ୍‌ ସହ  ଟାଉନ ଥାନା ପୁଲିସ୍‌ ଯୋଗାଯୋଗ କରି ଉକ୍ତ ମୃତଦେହ ସମ୍ପର୍କରେ ସୂଚନା ଦେଇଥିଲା। ଏହାପରେ ତାହା ଆଦିତ୍ୟଙ୍କ ମୃତଦେହ ବୋଲି ସ୍ପଷ୍ଟ ହୋଇଛି।

ମୟୂରଭଂଜ ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରିବା ସହ ବ୍ୟବହୃତ ଗାଡିକୁ ଜବତ କରିଛି। ତେବେ ଅଭିଯୁକ୍ତମାନେ କିପରି ହତ୍ୟା କଲେ ସେନେଇ ଆଜି କ୍ରାଇମ୍ ସିନ୍ ରିକ୍ରିଏସନ କରାଯିବ । ଏଥିସହ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ କରାଯିବ ବୋଲି ମୟୂରଭଂଜ ଏସ୍‌ପି ରିଷିକେଶ ଜ୍ଞାନଦେଓ ଖିଲାରୀ ସୂଚନା ଦେଇଛନ୍ତି ।

Related story