୧୦୮ ଆମ୍ବୁଲାନ୍ସକୁ ଫୋନ୍ ଲାଗିଲାନି; ଖଟିଆରେ ବୁହା ହେଲେ ପ୍ରସୂତି, ଶିଶୁ ମରିଗଲା

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ବିଡ଼ାରପାକନା ଗାଁର ଅର୍ଜୁନ ଖରାଙ୍କ ସ୍ତ୍ରୀ ଗତକାଲି ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ପରିବାର ଲୋକେ  ୧୦୮ ଆମ୍ୱୁଲାନ୍ସକୁ  ଫୋନ୍ କରିଥିଲେ। ହେଲେ ଫୋନ୍ ଲାଗି ନଥିଲା। ଏଥିପାଇଁ ପରିବାର ଲୋକେ ତାଙ୍କୁ ଏକ ଖଟିଆରେ ବୋହି ପ୍ରାୟ ୬ କିଲୋମିଟର ଆଣିଥିଲେ। ତା’ପରେ ବଡ଼ପୋଡ଼ା ପଞ୍ଚାୟତରୁ ବିଏସ୍‌ଏଫ୍‌ ଆମ୍ୱୁଲାନ୍ସରେ ତାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନା ଅଣାଯାଉଥିବା ବେଳେ ସେ ଅଧା ପ୍ରସବ କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା […]

malkangiri

malkangiri

Jyoshna Pradhan
  • Published: Sunday, 02 September 2018
  • Updated: 02 September 2018, 09:27 AM IST

Sports

Latest News

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ବିଡ଼ାରପାକନା ଗାଁର ଅର୍ଜୁନ ଖରାଙ୍କ ସ୍ତ୍ରୀ ଗତକାଲି ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ପରିବାର ଲୋକେ  ୧୦୮ ଆମ୍ୱୁଲାନ୍ସକୁ  ଫୋନ୍ କରିଥିଲେ। ହେଲେ ଫୋନ୍ ଲାଗି ନଥିଲା।

ଏଥିପାଇଁ ପରିବାର ଲୋକେ ତାଙ୍କୁ ଏକ ଖଟିଆରେ ବୋହି ପ୍ରାୟ ୬ କିଲୋମିଟର ଆଣିଥିଲେ। ତା’ପରେ ବଡ଼ପୋଡ଼ା ପଞ୍ଚାୟତରୁ ବିଏସ୍‌ଏଫ୍‌ ଆମ୍ୱୁଲାନ୍ସରେ ତାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନା ଅଣାଯାଉଥିବା ବେଳେ ସେ ଅଧା ପ୍ରସବ କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏଥିସହ ଉକ୍ତ ମହିଳାଙ୍କୁ ମାଲକାନଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

https://www.youtube.com/watch?v=FGRiS_A_prA

 

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos