ମାଟିତଳୁ ମିଳିଥିବା ପାଉଁଜି, ସୁନାଚେନ୍‌ ଓ ବ୍ୟାଗ ନିଖୋଜ ମମିତାଙ୍କର; ଚିହ୍ନିଲେ ପରିବାର ଲୋକେ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ନିର୍ମାଣାଧୀନ ମହାଲିଙ୍ଗ ଷ୍ଟାଡିୟମ୍‌ରେ ମାଟିତଳୁ ମିଳିଥିବା ପାଉଁଜି, ସୁନାଚେନ୍‌ ଓ ବ୍ୟାଗ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କର। ତାଙ୍କ ପରିବାର ଏସବୁ ଜିନିଷ ଚିହ୍ନିଛନ୍ତି। ମମିତା ଏବସୁ ଜିନିଷ ବ୍ୟବହାର କରୁଥିବା ପରିବାର ଲୋକେ ଗଣମାଧ୍ୟମକୁ କହିଛନ୍ତି। ସେପଟେ ମାଟି ତଳୁ ମିଳିଥିବା ଜିନିଷ ମମିତାଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି ବୋଲି ଡିଏସ୍‌ପି ବଟକୃଷ୍ଣ ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ପୁଲିସ ବିରୋଧରେ ପରିବାର ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଜିନିଷ […]

Mamita Meher

Mamita Meher

Manoranjan Sial
  • Published: Tuesday, 19 October 2021
  • Updated: 19 October 2021, 05:19 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ନିର୍ମାଣାଧୀନ ମହାଲିଙ୍ଗ ଷ୍ଟାଡିୟମ୍‌ରେ ମାଟିତଳୁ ମିଳିଥିବା ପାଉଁଜି, ସୁନାଚେନ୍‌ ଓ ବ୍ୟାଗ ନିଖୋଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କର। ତାଙ୍କ ପରିବାର ଏସବୁ ଜିନିଷ ଚିହ୍ନିଛନ୍ତି। ମମିତା ଏବସୁ ଜିନିଷ ବ୍ୟବହାର କରୁଥିବା ପରିବାର ଲୋକେ ଗଣମାଧ୍ୟମକୁ କହିଛନ୍ତି। ସେପଟେ ମାଟି ତଳୁ ମିଳିଥିବା ଜିନିଷ ମମିତାଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି ବୋଲି ଡିଏସ୍‌ପି ବଟକୃଷ୍ଣ ମିଶ୍ର କହିଛନ୍ତି।

ଅନ୍ୟପକ୍ଷରେ ପୁଲିସ ବିରୋଧରେ ପରିବାର ଲୋକେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଜିନିଷ ଚିହ୍ନଟ ପାଇଁ କେ.ଗାଁ ଥାନାକୁ ଡକାଯାଇଥିବା ପରିବାର ଲୋକଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ମମିତାଙ୍କ ବଡ଼ଭାଇ ଓ ସମ୍ପର୍କୀୟ ବଡ଼ବାପା କୌଶିକ ମେହେର ଧାରଣାରେ ବସିଥିଲେ। ପରେ ପୁଲିସ ବୁଝାସୁଝା କରିବା ପରେ କୌଶିକ ଓ ତାଙ୍କ ପୁତୁରା ବଲାଙ୍ଗିର ଏସ୍‌ପିଙ୍କ ପାଖରେ ଅଭିଯୋଗ କରିବାକୁ ଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ ଗତ ୮ ତାରିଖରେ ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ କେ.ଗାଁ ଥାନାରେ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ। ମାତ୍ର ପୁଲିସ ଅଭିଯୋଗକୁ ଗ୍ରହଣ କରିନଥିଲା। ସିନ୍ଧେଇକେଲା ଥାନାରେ ଲିଖିତ ଅଭିଯୋଗ କରିବାକୁ ପୁଲିସ ପରାମର୍ଶ ଦେଇଥିଲା। ଏହା ପରେ ଅର୍ଥାତ ୧୩ ତାରିଖରେ ସିନ୍ଧେଇକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ। ସନ୍‌ସାଇନ ପବ୍ଲିକ୍ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ତାଙ୍କ ଝିଅକୁ ଅପହରଣ କରିଥିବା ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ୧୪ ତାରିଖରେ ଗୋବିନ୍ଦ ସାହୁକୁ ଉଠାଇ ଆଣିଥିଲା। ମାତ୍ର ସୋମବାର ହାତ ଧୋଇବାକୁ ଯାଇ ପୁଲିସକୁ ଚକ୍‌ମା ଦେଇ ଖସି ଯାଇଥିଲା ଗୋବିନ୍ଦ। ଏହା ପରେ ପୁଲିସର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପୁଲିସ ନାନା ସମାଲୋଚନାର ଶିକାର ହୋଇଥିଲା। ଶେଷରେ ପୁଲିସ ସନ୍‌ସାଇନ୍‌ ସ୍କୁଲର ପ୍ରିନ୍ସିପାଲ୍‌ ଓ ଅନ୍ୟ ଦୁଇ କର୍ମଚାରୀଙ୍କୁ ଜେରା କରିଥିଲା।

ଜେରା ପରେ ପୁଲିସକୁ ମିଳିଥିଲା ବହୁ ତଥ୍ୟ। ସେହି ତଥ୍ୟ ଆଧାରରେ ପୁଲିସ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମରେ ଖୋଳିଥିଲା। ଆଉ ପାଇଥିଲେ ଏକ ପୋଡ଼ା ଯାଇଥିବା ମୃତଦେହ। ଏଥିସହ ପାଉଁଜି, ସୁନା ଚେନ୍‌ ଓ ବ୍ୟାଗ ମିଳିଥିଲା। ଏ ସବୁ ସାମଗ୍ରୀ ମମିତାର ବୋଲି ପରିବାର ଲୋକେ ଚିହ୍ନିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ପଡ଼ିଆରେ ମମିତାଙ୍କୁ ପୋଡ଼ାଯାଇ ପୋତା ଯାଇଥିଲା, ସେହି ପଡ଼ିଆରେ ଷ୍ଟାଡିୟମ୍‌ ନିର୍ମାଣ କରିବାର ଦାୟିତ୍ୱ ନେଇଥିଲା ଗୋବିନ୍ଦ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପ୍ରମାଣ ନଷ୍ଟ କରିବା ପାଇଁ ଗୋବିନ୍ଦ ସବୁ ପ୍ରକାର ବ୍ୟବସ୍ଥା କରିଥିଲା। ହେଲେ ଦୁର୍ଭାଗ୍ୟକୁ ତା’ପୂର୍ବରୁ ସବୁ ପ୍ରକାର ଖେଳ ଖତମ ହୋଇଗଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos