କାମ କରିପାରିଲେନି ବୋଲି ତଡ଼ିଦେଲେ, ଏବେ ଜୀବନ କାଟୁଛନ୍ତି ପଲିଥିନ୍‌ ତଳେ

ବିନିକା (ଦିଲ୍ଲୀପ କୁମାର ସାହୁ): କେତେ ପରିଶ୍ରମ କରି ଗଢ଼ିଥିଲେ ସୁଖର ସଂସାର। ଆଉ ତାଜ ମହଲଠାରୁ ସୁନ୍ଦର ଘର କରିଥିଲେ। ଆଶା ଥିଲା ବୟସର ଅପରାହ୍ନରେ ସେହି ଘରେ ଜୀବନ କାଟିଥାଆନ୍ତେ। ହେଲେ ଧୋକା ଦେଲେ ପରିବାର। କାମଦାମ କରିପାରିଲେନି ବୋଲି ଘରୁ ତଡ଼ିଦେଲେ। ବାର୍ଦ୍ଧକ୍ୟରେ ରାସ୍ତା ପାର୍ଶ୍ୱରେ ପଲିଥିନ୍‌ ତଳେ ଜୀବନ କାଟୁଛନ୍ତି ସୁକଦେବ କୁମ୍ଭାର। ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। ପୂରା ଘଟଣାଟି ଏମିତି। ବିନିକା ବ୍ଲକ୍‌ ଜାମପାଲି ଗାଁର ସୁକଦେବ […]

Binika

Binika

Manoranjan Sial
  • Published: Wednesday, 21 September 2022
  • Updated: 22 September 2022, 03:17 PM IST

Sports

Latest News

ବିନିକା (ଦିଲ୍ଲୀପ କୁମାର ସାହୁ): କେତେ ପରିଶ୍ରମ କରି ଗଢ଼ିଥିଲେ ସୁଖର ସଂସାର। ଆଉ ତାଜ ମହଲଠାରୁ ସୁନ୍ଦର ଘର କରିଥିଲେ। ଆଶା ଥିଲା ବୟସର ଅପରାହ୍ନରେ ସେହି ଘରେ ଜୀବନ କାଟିଥାଆନ୍ତେ। ହେଲେ ଧୋକା ଦେଲେ ପରିବାର। କାମଦାମ କରିପାରିଲେନି ବୋଲି ଘରୁ ତଡ଼ିଦେଲେ। ବାର୍ଦ୍ଧକ୍ୟରେ ରାସ୍ତା ପାର୍ଶ୍ୱରେ ପଲିଥିନ୍‌ ତଳେ ଜୀବନ କାଟୁଛନ୍ତି ସୁକଦେବ କୁମ୍ଭାର। ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି।

ପୂରା ଘଟଣାଟି ଏମିତି। ବିନିକା ବ୍ଲକ୍‌ ଜାମପାଲି ଗାଁର ସୁକଦେବ କୁମ୍ୱାର। ପରିବାର କହିଲେ ପତ୍ନୀ, ପୁଅ ଓ ଝିଅ। କାମଦାମ କରି ଚଳୁଥିଲେ ସୁକଦେବ। ଆଉ ବେଶ୍‌ ହସ ଖୁସିରେ ଚାଲିଥିଲା ତାଙ୍କ ସଂସାର। ଝିଅ ଓ ପୁଅଙ୍କୁ ବାହା କରାଇଦେଲେ। ଘରୁ ଝିଅ ଗଲା ଓ ବୋହୂ ଆସିଲା। ଘର ଭିତରେ ଝିଅର ଅନୁପସ୍ଥିତିକୁ ଭୁଲି ଯାଉଥିଲେ ସୁକଦେବ। ହଠାତ୍‌ ତାଙ୍କ ଉପରେ ପଡ଼ିଲା କାହାର ପାପ ନଜର। ଅସୁସ୍ଥ ହୋଇପଡ଼ିଲେ ସୁକଦେବ। କାମ କରିବା ପାଇଁ ଯାଇପାରିଲେନି। ପାଖରେ ପଇସା ନଥିବାରୁ ପରିବାର ଲୋକ ତାଙ୍କୁ ମେଡ଼ିକାଲ୍‌ ନେଲେ ନାହିଁ।

ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ସୁକଦେବଙ୍କ ଅଣ୍ଟାରେ ନଥିଲା ଚାଲିବା ପାଇଁ ବଳ। ତଥାପି ବଞ୍ଚିବାର ଝୁଙ୍କ ତାଙ୍କୁ ଘାରିଥିଲା। କାହାର ବା ନହେବ??? ହେଲେ ସେ ଜାଣିନଥିଲେ ଯେଉଁମାନଙ୍କ ପାଇଁ ନିଜ ଜୀବନର ସବୁଠାରୁ ମୂଲ୍ୟବାନ ଦେଇଥିଲେ, ସେମାନେ ଭବିଷ୍ୟତରେ ତାଙ୍କୁ ଧୋକା ଦେବେ। ୬୧ ବର୍ଷ ବୟସରେ ସୁକଦେବ ବଞ୍ଚିବା ପାଇଁ ହାତରେ ଥାଳ ଧରି ଘରୁ ବାହାରିଲେ। ଘରକୁ ଘର ବୁଲି ଭିକ ମାଗିଲେ। ଯିଏ ଯାହା ଦେଲା, ତାକୁ ଆଣି ପରିବାର ଲୋକଙ୍କୁ ଦେଲେ। ଏହା ସତ୍ତ୍ୱେ ପରିବାର ଲୋକଙ୍କ ମନ ବୁଝିନଥିଲା। ସେମାନେ ତାଙ୍କୁ ମେଡ଼ିକାଲ୍‌ ନେଲେନି। ପତ୍ନୀ ମଧ୍ୟ ହାତ ଛାଡ଼ିଦେଲେ। ସେ ମଧ୍ୟ ସ୍ୱାମୀଙ୍କୁ ମେଡିକାଲ୍‌ ନେବା ପାଇଁ ଚେଷ୍ଟା କଲେନାହିଁ। ସେପଟେ ଚିକିତ୍ସା ଅଭାବରୁ ସୁକଦେବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିବାରେ ଲାଗିଲା। ଚାଲି ପାରିଲେ ନାହିଁ। ପରିବାର ଲୋକଙ୍କ ଉପରେ ବୋଝ ହୋଇଗଲେ!

କାମଦାମ କରିବାକୁ ଯାଇପାରିଲେ ନାହିଁ ବୋଲି ସୁକଦେବଙ୍କୁ ତଡିଦେଲେ ପରିବାର ଲୋକ। ଘରୁ ବାହାର କରିଦେଲେ। ଚାଲିବା ପାଇଁ ଅଣ୍ଟାରେ ବଳ ନଥିଲେ ମଧ୍ୟ ସୁକଦେବ ଚାଲି ଚାଲି ଯାଇ ଦାନିପାଲି ଗାଁରେ ପହଞ୍ଚି ଥିଲେ। ରାସ୍ତା ପାର୍ଶ୍ୱରେ ଥିବା ବରଗଛ ମୂଳରେ ଜରି ପାଲ ଟାଙ୍ଗି ତା’ ଭିତରେ ରହୁଥିଲେ। ଖାଇବାକୁ ପାଉନଥିଲେ। ଯିଏ ଯାହା ପାରିଲା, ତାଙ୍କୁ ଦେଉଥିଲେ। ସେହି ଖାଦ୍ୟ ଖାଇ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ ସୁକଦେବ।

ସୁକଦେବଙ୍କ ଜରି ପାଲ ଉପରେ ପଡ଼ିଲା ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ନଜର। ସେ ଏନେଇ ବିଡିକା ବିଡିଓଙ୍କୁ ଜଣାଇଥିଲେ। ୧୦୮ ଆମ୍ୱୁଲାନ୍ସରେ ତାଙ୍କୁ ଉଦ୍ଧାର କରାଯାଇ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ସୁକଦେବଙ୍କର ବର୍ତ୍ତମାନ ମାନସିକ ସ୍ଥିତି ଠିକ୍‌ ନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story