Advertisment

ବିପ୍ଳବୀ କବି ରବି ସିଂଙ୍କ ପରଲୋକ

କଟକ (ପ୍ରଭାତ ବିଷୋୟୀ): ବିପ୍ଳବୀ କବି ରବି ସିଂଙ୍କର ଆଜି ପରଲୋକ ହୋଇଯାଇଛି। କଟକ ସ୍ଥିତ ଖପୁରିଆ ବାସଭବନରେ ଆଜି ଭୋରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସେ କଟକ ବଡ଼ ଡାକ୍ତରଖାନାରେ ମାସେରୁ ଅଧିକ ଦିନ ଭର୍ତ୍ତି ହୋଇଥିଲେ। ତାଙ୍କୁ ସେଠାରେ ଆଇସିୟୁରେ ରଖାଯାଇଥିଲା। ସେହିପରି ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ମଧ୍ୟ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ବିପ୍ଳବୀ କବି ରବି ସିଂଙ୍କ ପରଲୋକ

rabi

କଟକ (ପ୍ରଭାତ ବିଷୋୟୀ): ବିପ୍ଳବୀ କବି ରବି ସିଂଙ୍କର ଆଜି ପରଲୋକ ହୋଇଯାଇଛି। କଟକ ସ୍ଥିତ ଖପୁରିଆ ବାସଭବନରେ ଆଜି ଭୋରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସେ କଟକ ବଡ଼ ଡାକ୍ତରଖାନାରେ ମାସେରୁ ଅଧିକ ଦିନ ଭର୍ତ୍ତି ହୋଇଥିଲେ। ତାଙ୍କୁ ସେଠାରେ ଆଇସିୟୁରେ ରଖାଯାଇଥିଲା। ସେହିପରି ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ମଧ୍ୟ ଭର୍ତ୍ତି କରାଯାଇଥିଲା।

Advertisment

ତାଙ୍କ ପୂରା ନାମ ଥିଲା ରବୀନ୍ଦ୍ର ନାଥ ସିଂ। ଜଗତସିଂହପୁର ଜିଲ୍ଲାର ନବାପାଟଣାରେ ୧୯୩୫ ମସିହା ଫେବୃଆରୀ ମାସ ୧୮ ତାରିଖରେ ସେ ଜନ୍ମ ହୋଇଥିଲେ। ପ୍ରଥମେ ତାଙ୍କର ଦୁଇଟି ଗଳ୍ପ ସଂକଳନ- 'ପରାସ୍ତ ସୈନିକ' ଓ 'ଚଳନ୍ତିକା' ପ୍ରକାଶ ପାଇଥିଲା। ପରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା ସଂକଳନ- 'ପଥପ୍ରାନ୍ତର କବିତା'। 'ରବି ସିଂଙ୍କ ପ୍ରେମ କବିତା' ଶୀର୍ଷକରେ ତାଙ୍କର ଗୋଟିଏ ପ୍ରେମ କବିତା ସଂକଳନ ବି ଅଛି।

କବି ରବି ସିଂ ‘ପଥପ୍ରାନ୍ତର କବିତା’, ‘ଅପ୍ରୀତିକର କବିତା’, ‘ପଦାତିକ’, ‘ବିଷବାଣୀ’, ‘କ୍ଷତ’, ‘ଲାଲ୍ ପାଗୋଡ଼ାର ପ୍ରେତ’, ‘ଭଙ୍ଗା ହାତର କବିତା’ ଓ ‘ସର୍ବହରା’ ଭଳି ୩୪ରୁ ଅଧିକ ପୁସ୍ତକର ପ୍ରଣେତା। ଓଡ଼ିଆ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୭ ମସିହାରେ ତାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହ୧୯୬୧ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ‘ଚରମ ପତ୍ର’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।

Advertisment

ରବି ସିଂଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଏହା ସହିତ ସେ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ କ୍ରାନ୍ତିକାରୀ ରଚନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ।