ଫନି ସହାୟତା: ସନ୍ଦେହରେ ଶକ୍ତି ବିଭାଗ, ହିସାବରେ ନାହିଁ ତାଳମେଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ମସିହା ମଇ ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ଆସିଥିବା ପ୍ରଳୟଙ୍କରୀ ‘ଫନି’ ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ବିପର୍ଯ୍ୟୟ ପାଣ୍ଠିରୁ ମିଳିଥିବା ୭୨୮ କୋଟି ଟଙ୍କାର ହିସାବ ମିଳୁନି। ରାଜ୍ୟ ଶକ୍ତି ବିଭାଗ ଦେଇଥିବା ହିସାବରେ ତାଳମେଳ ନଥିବାବେଳେ ବହୁ ପରିମାଣର ଟଙ୍କା ଗତ ଦେଢ଼ବର୍ଷ ଧରି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡ଼ିକ ଉପରେ ପଡ଼ି ରହିଛି। ସମ୍ପୃକ୍ତ କମ୍ପାନୀଗୁଡ଼ିକ ନା ୟୁସି(ବିନିଯୋଗ ପ୍ରମାଣପତ୍ର) ଦେଉଛନ୍ତି ନା ଏତେ […]

foni

foni

Manoranjan Sial
  • Published: Wednesday, 09 December 2020
  • Updated: 09 December 2020, 07:20 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ମସିହା ମଇ ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ଆସିଥିବା ପ୍ରଳୟଙ୍କରୀ ‘ଫନି’ ବାତ୍ୟାରେ କ୍ଷତିଗ୍ରସ୍ତ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ବିପର୍ଯ୍ୟୟ ପାଣ୍ଠିରୁ ମିଳିଥିବା ୭୨୮ କୋଟି ଟଙ୍କାର ହିସାବ ମିଳୁନି। ରାଜ୍ୟ ଶକ୍ତି ବିଭାଗ ଦେଇଥିବା ହିସାବରେ ତାଳମେଳ ନଥିବାବେଳେ ବହୁ ପରିମାଣର ଟଙ୍କା ଗତ ଦେଢ଼ବର୍ଷ ଧରି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଗୁଡ଼ିକ ଉପରେ ପଡ଼ି ରହିଛି। ସମ୍ପୃକ୍ତ କମ୍ପାନୀଗୁଡ଼ିକ ନା ୟୁସି(ବିନିଯୋଗ ପ୍ରମାଣପତ୍ର) ଦେଉଛନ୍ତି ନା ଏତେ ପରିମାଣର ଟଙ୍କା କେଉଁଠି ରହିଛି ତା’ର ହିସାବ ଖୋଜାଯାଉଛି। ଏପରିକି ଫନି ବାତ୍ୟାର କ୍ଷୟକ୍ଷତିର ପରିମାଣକୁ ନିଜ ସୁବିଧା ମୁତାବକ ବଢ଼ାଇ ସହାୟତା ଆଣିଥିବା ଶକ୍ତି ବିଭାଗର ବର୍ତ୍ତମାନର ଖର୍ଚ୍ଚକୁ ଦେଖିଲେ ବାସ୍ତବରେ ଏତେ ପରିମାଣର ସହାୟତା ନିମନ୍ତେ ବିଭାଗ ହକଦାର ନୁହେଁ ବୋଲି ପରୋକ୍ଷରେ ପ୍ରମାଣିତ ହୋଇଛି।

ସୂଚନା ଅଧିକାର ଆଇନ ବଳରେ ସୂଚନା କର୍ମୀ ପ୍ରଦୀପ ପ୍ରଧାନଙ୍କୁ ରାଜ୍ୟ ଶକ୍ତି ବିଭାଗ ଦେଇଥିବା ତଥ୍ୟ ଅନୁସାରେ, ଗତ ଫନି ବାତ୍ୟା ପରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ଓ ମରାମତି ଆଦି ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ)ରୁ ୬୨୮କୋଟି ଟଙ୍କା ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରୁ ୧୦୦କୋଟି ଟଙ୍କା ସହାୟତା ମିଳିଥିଲା। ଏହି ମୋଟ ୭୨୮କୋଟି ଟଙ୍କାରୁ ୭୦୧.୪୭କୋଟି ଟଙ୍କା ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ (ସେସୁ,ନେସ୍କୋ ଓ ୱେସ୍କୋ)ଗୁଡ଼ିକୁ ପ୍ରଦାନ କରାଯାଇଥିବା ଶକ୍ତି ବିଭାଗ କହିଥିଲେ ମଧ୍ୟ ଏହାର ହିସାବ ଦେବାରେ ସକ୍ଷମ ହୋଇନି। ବିଭାଗ ୭୦୧.୪୭କୋଟି ଟଙ୍କା ଦେଇଛି ବୋଲି କହୁଥିବାବେଳେ ମାତ୍ର ୪୫୪.୪୭କୋଟି ଟଙ୍କା ବିଦ୍ୟୁତ ବଣ୍ଟନକାରୀ କମ୍ପାନୀକୁ ପ୍ରଦାନ କରାଯାଇଥିବା ତାରିଖୱାରି ହିସାବ ଦେଇଛି। ନେସ୍କୋ ଓ ସାଉଥକୋକୁ ୧୦ କୋଟି ଟଙ୍କା ଲେଖାଏଁ ଓ ବାକି ୪୨୪.୪୭କୋଟି ଟଙ୍କା ସେସୁକୁ ପ୍ରଦାନ କରିଛି। ଆଉ ମଞ୍ଜୁର ହୋଇଥିବା ମୋଟ ଅର୍ଥରୁ ନେସ୍କୋ ସମସ୍ତ ୧୦କୋଟି ଓ ସେସୁ ୩୩୩.୨୩ କୋଟି ଟଙ୍କା ଖର୍ଚ୍ଚର ବିନିଯୋଗପତ୍ର(ୟୁସି) ଦାଖଲ କରିଛନ୍ତି। ୧୧୬.୭୬କୋଟି ଟଙ୍କାର ୟୁସି ଏବେବି ବାକି ରହିଛି।

ମାତ୍ର ପ୍ରଶ୍ନ ଉଠୁଛି, ବିପର୍ଯ୍ୟୟ ପାଣ୍ଠିରୁ ଯଦି ଶକ୍ତି ବିଭାଗ ୭୨୮କୋଟି ଟଙ୍କା ଅନୁଦାନ ପାଇଛି ଓ ସେଥିରୁ ୭୦୧.୪୭କୋଟି ଟଙ୍କା ବିଦ୍ୟୁତବଣ୍ଟନକାରୀ କମ୍ପାନୀଗୁଡ଼ିକୁ ଦିଆଯାଇଛି ବୋଲି କହୁଛି, ତେବେ ତା’ର ହିସାବ ଦେବାରେ କାହିଁକି ସକ୍ଷମ ହେଉନି। ମାତ୍ର ୪୫୪.୪୭କୋଟି ଟଙ୍କା ଦେଇ ୭୦୧.୪୭କୋଟି ଟଙ୍କା ଦେଇଛି ବୋଲି ଶକ୍ତି ବିଭାଗ କିଭଳି କହୁଛି। ହିସାବରେ ଏଭଳି ଅସଙ୍ଗତି କ’ଣ ପାଇଁ। ଫନି ବାତ୍ୟାର ଦୀର୍ଘ ଦେଢ଼ବର୍ଷ ପରେ ବି ଏହି ଅର୍ଥର ବିନିଯୋଗ ପ୍ରମାଣପତ୍ର ହାସଲ ନିମନ୍ତେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ଚାପ ପକାଉ ନାହିଁ କାହିଁକି? ଯଦି ଫନି ବାତ୍ୟାରେ ଏତେ କ୍ଷୟକ୍ଷତି ହୋଇନଥିଲା ତା’ହେଲେ ବିପର୍ଯ୍ୟୟ ପାଣ୍ଠିରୁ ଏତେ ଅର୍ଥ ଦାବି କରାଯାଉଥିଲା କାହିଁକି? ଶକ୍ତି ବିଭାଗକୁ ମିଳିଥିବା ୭୨୮କୋଟି ଟଙ୍କାର ଅନୁଦାନ ମଧ୍ୟରୁ ମାତ୍ର ୩୪୩କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବାକମି ୩୮୪.୭୭ କୋଟି ଟଙ୍କା କାହାପାଖରେ ଅଛି ଓ ତାକୁ ଫେରସ୍ତ ନେବା ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ତତ୍ପରତା କାହିଁକି ଦେଖାଉ ନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story