ଫୋନି କ୍ଷୟକ୍ଷତି: ୫ଲକ୍ଷ ଘର ଭାଙ୍ଗିଛି, ୧୧ଲକ୍ଷ ଲୋକ ଏବେ ବି ଅନ୍ଧାରରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ ବାତ୍ୟା ଯିବାର ୭ଦିନ ପରେ ରାଜ୍ୟ ସରକାର କ୍ଷୟକ୍ଷତିର ହିସାବ ଦେଇଛନ୍ତି। ‘ଫୋନି’ରାଜ୍ୟର ୧୪ଟି ଜିଲ୍ଲାର ୧୬ହଜାର ୬୫୯ଟି ଗାଁକୁ ପ୍ରଭାବିତ କରିଛି ଓ ୫ଲକ୍ଷ ୮ହଜାର ୪୬୭ଟି ଘର ନଷ୍ଟ ହୋଇଛି। ସରକାରଙ୍କ ‘ସମସ୍ତ ପ୍ରସ୍ତୁତି ଓ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ’ ସତ୍ତେ୍ୱ ଆଜି ବି ୧୧ଲକ୍ଷ ଲୋକ ଅନ୍ଧକାର ମଧ୍ୟରେ ରହିଛନ୍ତି। ୧୫୯ଟି ବ୍ଲକ ଓ ୫୨ଟି ସହରାଞ୍ଚଳର ପ୍ରାୟ ଦେଢ଼ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟ ସ୍ୱତନ୍ତ୍ର […]

house1

house1

Jitendra Garnayak
  • Published: Friday, 10 May 2019
  • Updated: 10 May 2019, 07:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ ବାତ୍ୟା ଯିବାର ୭ଦିନ ପରେ ରାଜ୍ୟ ସରକାର କ୍ଷୟକ୍ଷତିର ହିସାବ ଦେଇଛନ୍ତି। ‘ଫୋନି’ରାଜ୍ୟର ୧୪ଟି ଜିଲ୍ଲାର ୧୬ହଜାର ୬୫୯ଟି ଗାଁକୁ ପ୍ରଭାବିତ କରିଛି ଓ ୫ଲକ୍ଷ ୮ହଜାର ୪୬୭ଟି ଘର ନଷ୍ଟ ହୋଇଛି। ସରକାରଙ୍କ 'ସମସ୍ତ ପ୍ରସ୍ତୁତି ଓ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ' ସତ୍ତେ୍ୱ ଆଜି ବି ୧୧ଲକ୍ଷ ଲୋକ ଅନ୍ଧକାର ମଧ୍ୟରେ ରହିଛନ୍ତି। ୧୫୯ଟି ବ୍ଲକ ଓ ୫୨ଟି ସହରାଞ୍ଚଳର ପ୍ରାୟ ଦେଢ଼ କୋଟି ଲୋକ ପ୍ରଭାବିତ ହୋଇଛନ୍ତି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଦେଇଥିବା ତଥ୍ୟ ଅନୁସାରେ ‘ଫୋନି’ ବାତ୍ୟାରେ ୬ଟି ଜିଲ୍ଲାର ୪୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୀରେ ସର୍ବାଧିକ ୨୧ଜଣଙ୍କ ମୃତ୍ୟୁ ହୋଇଛି। ୩୪.୫୬ଲକ୍ଷ ଗାଈଗୋରୁ, ଛେଳିମେଣ୍ଢା ଓ କୁକୁଡ଼ାଙ୍କ ମଧ୍ୟ ମୃତ୍ୟୁ ଘଟିଛି। ବାତ୍ୟାରେ ପୁରୀରେ ସର୍ବାଧିକ ୧.୮୯ଲକ୍ଷ କଚ୍ଚାଘର ନଷ୍ଟ ହୋଇଥିବାବେଳେ ରାସ୍ତାକଡ଼ ଉଠାଦୋକାନଗୁଡ଼ିକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛନ୍ତି। ପୁରୀର ସ୍ପେଶାଲ ସର୍କିଟ ହାଉସ, ଜିଲ୍ଲାପାଳ ଓ ପୁଲିସ ଏସପିଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ବହୁ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଛି।

house2ଭୁବନେଶ୍ୱର ସହର ଓ ଖୋର୍ଦ୍ଧାରେ ବହୁ ପରିମାଣର ଗଛ ଉପୁଡ଼ି ପଡ଼ିଥିବାରୁ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିଲା। ପୁରୀରେ ଟେଲିଫୋନ୍ ଓ ମୋବାଇଲ ଫୋନ୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ଭୁବନେଶ୍ୱର ସହର ସମେତ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ମୋବାଇଲ ଫୋନ୍ ନେଟୱାର୍କ ଅଚଳ ହୋଇପଡ଼ିଥିଲା। ଫୋନିରେ ୫୫୯୬କିମି ପିଡବ୍ଲ୍ୟୁଡି ରାସ୍ତା, ୩୨୬ଟି କଲଭର୍ଟ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଗ୍ରାମାଞ୍ଚଳର ୯୬୨୩.୨୫କିମି ଆରଡି ରାସ୍ତା, ୪୬୧୦ଟି କୋଠା କ୍ଷତିଗ୍ରସ୍ତ ହୋଇଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ରେ ୩୨୯୦ଟି ଉଠା ଜଳସେଚନ ପ୍ରକଳ୍ପ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

ଫୋନି ବାତ୍ୟାବେଳେ ମୋଟ ୧୪ଲକ୍ଷ ୭୦ହଜାର ୧୯୭ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ପୁରୀ, ଗଞ୍ଜାମ, କଟକ ଓ ବାଲେଶ୍ୱର ଜିଲ୍ଲାରୁ ୨୪,୮୮୯ଜଣ ପର୍ଯ୍ୟଟକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ବାତ୍ୟା ପରେ ଆଜିସୁଦ୍ଧା କଟକ, ଖୋର୍ଦ୍ଧା, ଭୁବନେଶ୍ୱର, କୋଣାର୍କ,ପୁରୀ, ନିମାପଡ଼ା ଓ ଜଟଣୀରେ ଶତପ୍ରତିଶତ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇଥିବାବେଳେ ଗ୍ରାମାଞ୍ଚଳରେ ୨୩୬୪ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୧୫୫୦ଟି ପ୍ରକଳ୍ପ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଛି।

electricityବାତ୍ୟାରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଦେଢ଼ଗୁଣା ମଜୁରୀ ହାରରେ ଶ୍ରମିକମାନଙ୍କୁ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେମାନଙ୍କୁ ଦୈନିକ ଖାଇବା ବାବଦରେ ୧୫୦ଟଙ୍କା ମଧ୍ୟ ଅତିରିକ୍ତ ଦିଆଯାଉଛି। ଏହାସତ୍ତ୍ୱେ ବାତ୍ୟାର ୭ଦିନ ପରେ ପ୍ରାୟ ୧୧ଲକ୍ଷ ବିଦ୍ୟୁତ ଉପଭୋକ୍ତା ଅନ୍ଧକାରରେ ରହିଛନ୍ତି। ଅନୁଗୁଳ, ଢେଙ୍କାନାଳ, କଟକ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ମୋଟ ୨୫ଲକ୍ଷ ୫ହଜାର ୫୫୬ ବିଜୁଳି ଉପଭୋକ୍ତା ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪ଲକ୍ଷ ୩୮ହଜାର ୯୦୫ ବିଦ୍ୟୁତ ଉପଭୋକ୍ତାଙ୍କୁ ଆଜିସୁଦ୍ଧା ସଂଯୋଗ ଦିଆଯାଇ ପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story