ଋଣ ଚିନ୍ତା: ଜୀବନ ହାରିଲେ ଚାଷୀ

କଟକ(ଓଡ଼ିଶା ରିପୋର୍ଟର): ଋଣ ଚିନ୍ତାରେ ଯାଜପୁର ଜିଲ୍ଲାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସୁଶାନ୍ତ ଗନ୍ତାୟତ। ତାଙ୍କ ଘର ଜିଲ୍ଲାର ଧର୍ମଶାଳାର ପଟୁଣିଆ ପଞ୍ଚାୟତ ଅନ୍ତର୍ଗତ ଡିହ ନରସିଂହପୁର ଗାଁରେ। ଗତ ୧୨ ତାରିଖରେ ସୁଶାନ୍ତ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ସୁଶାନ୍ତଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ସେ ଲକ୍ଷାଧିକ ଟଙ୍କା ଋଣ କରି ଚାଷ […]

farmer

farmer

Jitendra Garnayak
  • Published: Sunday, 14 April 2019
  • Updated: 14 April 2019, 02:29 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଋଣ ଚିନ୍ତାରେ ଯାଜପୁର ଜିଲ୍ଲାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସୁଶାନ୍ତ ଗନ୍ତାୟତ। ତାଙ୍କ ଘର ଜିଲ୍ଲାର ଧର୍ମଶାଳାର ପଟୁଣିଆ ପଞ୍ଚାୟତ ଅନ୍ତର୍ଗତ ଡିହ ନରସିଂହପୁର ଗାଁରେ।

ଗତ ୧୨ ତାରିଖରେ ସୁଶାନ୍ତ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି।

ସୁଶାନ୍ତଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ସେ ଲକ୍ଷାଧିକ ଟଙ୍କା ଋଣ କରି ଚାଷ କରିଥିଲେ। ତେଣୁ ସେ ମାନସିକ ଚାପରେ ରହୁଥିଲେ। ସେଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos