ଧାନମଣ୍ଡିକୁ ଦୌଡ଼ି ଦୌଡ଼ି ପ୍ରାଣ ହରାଇଲେ ଚାଷୀ, ବିଜେପି କହିଲା ସରକାର ହୃଦୟହୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ବିଜେପି ଆସନ୍ତାକାଲି ସମ୍ବଲପୁରସ୍ଥିତ ଆରଡିସି ଅଫିସ ବାହାରେ ବିଶାଳ ବିକ୍ଷୋଭ କରିବାକୁ ଥିବାବେଳେ ଧାନମଣ୍ଡିକୁ ଦୌଡ଼ି ଦୌଡ଼ି ହୃଦଘାତରେ ବରଗଡ଼ ଜିଲ୍ଲାର ଜଣେ ଚାଷୀ ଆଜି ପ୍ରାଣ ହରାଇଛନ୍ତି। ଚାଷୀଙ୍କ ଏଭଳି ମୃତ୍ୟୁକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ରାଜ୍ୟରେ ହୃଦୟହୀନ ସରକାର ଶାସନ କରୁଛି ବୋଲି ବିଜେପି କହିଛି। ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ, […]

pradeep

pradeep

Manoranjan Sial
  • Published: Wednesday, 20 January 2021
  • Updated: 20 January 2021, 09:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ବିଜେପି ଆସନ୍ତାକାଲି ସମ୍ବଲପୁରସ୍ଥିତ ଆରଡିସି ଅଫିସ ବାହାରେ ବିଶାଳ ବିକ୍ଷୋଭ କରିବାକୁ ଥିବାବେଳେ ଧାନମଣ୍ଡିକୁ ଦୌଡ଼ି ଦୌଡ଼ି ହୃଦଘାତରେ ବରଗଡ଼ ଜିଲ୍ଲାର ଜଣେ ଚାଷୀ ଆଜି ପ୍ରାଣ ହରାଇଛନ୍ତି। ଚାଷୀଙ୍କ ଏଭଳି ମୃତ୍ୟୁକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ରାଜ୍ୟରେ ହୃଦୟହୀନ ସରକାର ଶାସନ କରୁଛି ବୋଲି ବିଜେପି କହିଛି।

ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ୫୨ ବର୍ଷର ଚାଷୀ ଦିବ୍ୟ କୁମାର ସାହୁ ହୃଦଘାତରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ଶତାଧିକ ଚାଷୀ ମାଣ୍ଡୋସିଲ ଧାନମଣ୍ଡିରେ ଏକଜୁଟ ହୋଇ ସ୍ୱର୍ଗତଃ ସାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଜଂଳୀ ଅର୍ପଣ କରିଥିଲେ। ସ୍ୱର୍ଗତଃ ସାହୁ ସରକାରଙ୍କ ଠାରୁ ଟୋକନ ପାଇବା ପରେ ୧ ଶହ କ୍ୱିଂଟାଲ ଧାନ ମାଣ୍ଡୋସିଲ ମଣ୍ଡିରେ ବିକ୍ରି ପାଇଁ ଜମା ଦେଇଥିଲେ। ମାଣ୍ଡୋସିଲ ମଣ୍ଡିରେ ପାଖାପାଖି ୬୦ ହଜାର ଧାନବସ୍ତା ପଡି ରହିଥିବାବେଳେ ମିଲର୍ସମାନେ ଧାନ ଉଠାଉ ନଥିବାରୁ ବାରମ୍ବାର ମଣ୍ଡିକୁ ଦୌଡି ଦୌଡ଼ି ଶ୍ରୀ ସାହୁ ହତାଶ ହୋଇଯାଇଥିଲେ। ଶେଷରେ ଆଜି ଚାଷୀ ଦିବ୍ୟ କୁମାର ସାହୁଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କର ଏଭଳି ମୃତ୍ୟୁପରେ ଶତାଧିକ ଚାଷୀ ମଣ୍ଡିରେ ଏକଜୁଟ ହୋଇ ସ୍ୱର୍ଗତ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ରାଜ୍ୟରେ ଏକ ହୃଦୟହୀନ ସରକାର ଶାସନ କରୁଛି ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ।

ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ପଦ୍ମପୁର ଉପଖଣ୍ଡରେ ପ୍ରତି ମଣ୍ଡିରେ ୧ ମାସ ହେଲା ଲକ୍ଷ ଲକ୍ଷ ଧାନ ବସ୍ତା ପଡ଼ି ରହିଛି। ଧାନ ବିକ୍ରି ହେଉ ନଥିବାରୁ ଚିକିତ୍ସା, ଟ୍ରାକ୍ଟର ମାନଙ୍କ କିସ୍ତି ଶୁଝିବା, ପୁଅ ଝିଅ ମାନଙ୍କ ପାଠପଢ଼ା ଖର୍ଚ୍ଚ, ବିଜୁଳୀ ବିଲ୍ ଦେବା କ୍ଷେତ୍ରରେ ଚାଷୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଚାଷୀଙ୍କ ଧାନରୁ ୮ରୁ ୯ କେଜି ପର୍ଯ୍ୟନ୍ତ କଟନୀ ଛଟନୀ, ଧାନ ଅଖା, ସୁତୁଲୀ, ଯାତାୟତ ଖର୍ଚ୍ଚ ନାଁରେ ମିଲର୍ସମାନେ ଚାଷୀଙ୍କ ଠାରୁ କୋଟି କୋଟି ଟଙ୍କା ଶୋଷଣ କରି ମାଲାମାଲ ହେଉଛନ୍ତିା ମିଲର୍ସମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ରାଜ୍ୟ ସରକାର ଚାଷୀଙ୍କ ପ୍ରତି ଦରଦହୀନ ଆଚରଣ ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୁରୋହିତ କହିଛନ୍ତିା ତୁରନ୍ତ ମଣ୍ଡିରୁ ଧାନ ନଉଠିଲେ ସମସ୍ତ ରାଜରାସ୍ତା ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos