ଧାମନଗରରେ ବିଜେଡି ପାଇଁ ଅଡ଼ୁଆ ବଢ଼ାଇଲା ଚାଷୀ ସଂଗଠନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପ୍ରଚାର ମଇଦାନକୁ ଚାଷୀ ସଂଗଠନ ଓହ୍ଲାଇବା ପରେ ଶାସକ ବିଜେଡି ପାଇଁ ଅଡ଼ୁଆ ବଢ଼ିଛି । ପୂର୍ବରୁ ନିଜର ବିଦ୍ରୋହୀ ନେତା ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ହେବା ଓ ଦଳରେ ତୀବ୍ର ଗୋଷ୍ଠୀକନ୍ଦଳକୁ ନେଇ ବ୍ୟାକଫୁଟରେ ଥିବା ବିଜେଡିକୁ ଏବେ ନବନିର୍ମାଣ କୃଷକ ସଂଗଠନ ବ୍ୟାନରରେ ଚାଷୀମାନେ ଖୋଲା ଚ୍ୟାଲେଞ୍ଜ ଦେଇ ବାଇକ୍ ରାଲି କରିବା ସହ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ନଦେବାକୁ ଅଭିଯାନ ଚଳାଇଛନ୍ତି । ଆଉ ଧାମନଗର […]

farmer

farmer

Ordigital Desk
  • Published: Wednesday, 26 October 2022
  • Updated: 26 October 2022, 10:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପ୍ରଚାର ମଇଦାନକୁ ଚାଷୀ ସଂଗଠନ ଓହ୍ଲାଇବା ପରେ ଶାସକ ବିଜେଡି ପାଇଁ ଅଡ଼ୁଆ ବଢ଼ିଛି । ପୂର୍ବରୁ ନିଜର ବିଦ୍ରୋହୀ ନେତା ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ହେବା ଓ ଦଳରେ ତୀବ୍ର ଗୋଷ୍ଠୀକନ୍ଦଳକୁ ନେଇ ବ୍ୟାକଫୁଟରେ ଥିବା ବିଜେଡିକୁ ଏବେ ନବନିର୍ମାଣ କୃଷକ ସଂଗଠନ ବ୍ୟାନରରେ ଚାଷୀମାନେ ଖୋଲା ଚ୍ୟାଲେଞ୍ଜ ଦେଇ ବାଇକ୍ ରାଲି କରିବା ସହ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ନଦେବାକୁ ଅଭିଯାନ ଚଳାଇଛନ୍ତି । ଆଉ ଧାମନଗର ନିର୍ବାଚନମଣ୍ଡଳୀରେ ୭୦ ପ୍ରତିଶତ ଭୋଟର ଚାଷୀ ହୋଇଥିବାବେଳେ ଏହି ଚାଷୀ ସଂଗଠନର ଜୋରଦାର ପ୍ରଚାର ଚଳିତ ଉପନିର୍ବାଚନ ଗଣିତକୁ ଏପଟସେପଟ କରିଦେବାର ଆଶଙ୍କା ଦେଖାଦେଇଛି।

ମିଳିଥିବା ସୂଚନା ଅନୁସାରେ, ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଜିତାଇବା ନିମନ୍ତେ ବିଜେଡି ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ସହ ଭୋଟରଙ୍କ ନିକଟତର ହେବାକୁ କଳବଳକୌଶଳ ଲଗାଇ ଦେଇଛି । ରାଜେନ୍ଦ୍ର ପ୍ରାର୍ଥୀ ହେବାପରେ ଧାମନଗର ବିଜେଡିରେ ରହିଥିବା ଗୋଷ୍ଠୀକନ୍ଦଳକୁ ଏଡ଼ାଇବା ନିମନ୍ତେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ମଧ୍ୟ ପ୍ରଚାର କାର୍ଯ୍ୟରୁ ଦୂରେଇ ରଖିଛି । ଏପରିକି ଗୋଷ୍ଠୀକନ୍ଦଳ ଯୋଗୁ ଭୋଟ୍ ହ୍ରାସ ପାଇବାର ଆଶଙ୍କା କରି ତାଙ୍କୁ ଧାମନଗର ନଯିବା ପାଇଁ ଦଳ ପକ୍ଷରୁ ତାଗିଦ୍ କରାଯାଇଥିବା ଜଣାପଡ଼ିଛି । ଅବଶ୍ୟ ତାଙ୍କ ସାଂସଦ ପତ୍ନୀ ମଞ୍ଜୁଲତା ମଣ୍ଡଳ ଦଳୀୟ ପ୍ରାର୍ଥୀଙ୍କୁ ଧରି ପ୍ରଚାର ମଇଦାନରେ ଅଛନ୍ତି । ସେହିପରି ରାଜେନ୍ଦ୍ରଙ୍କ ସପକ୍ଷରେ ମୁସଲିମ୍ ଭୋଟର ଥିବାରୁ ସେମାନଙ୍କୁ ନିଜ ସପକ୍ଷକୁ ଆଣିବା ନିମନ୍ତେ ବିଜେଡି ଏବେବି ନିଜର ଗୋଟିଚାଳନା ଜାରି ରଖିଛି । ଆଉ ଏସବୁ ମଧ୍ୟରେ ଆଜି ନାଟକୀୟ ଢଙ୍ଗରେ ‘ନବନିର୍ମାଣ କୃଷକ ସଂଗଠନ’ ବ୍ୟାନରରେ ଶତାଧିକ ଚାଷୀ ଧାମନଗରରେ ବାଇକ୍ ରାଲି କରି ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ନଦେବାକୁ ସାଧାରଣ ଲୋକଙ୍କୁ ଅପିଲ୍ କରିଛନ୍ତି । “ଚାଷୀଙ୍କୁ ଭୁବନେଶ୍ୱର ମନା ତ ବିଜେଡିକୁ ଧାମନଗରରେ ଭୋଟ ମନା” ବୋଲି ଏହି ସଂଗଠନ ପକ୍ଷରୁ ସ୍ଲୋଗାନ ଦିଆଯିବା ସହ ନବୀନ ସରକାର ଓ ବିଜେଡି ଦୀର୍ଘବର୍ଷ ଧରି ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି।

ନବନିର୍ମାଣ କୃଷକ ସଂଗଠନର ମୁଖ୍ୟ ଅକ୍ଷୟ କୁମାର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗତ ୨୨ବର୍ଷ ଧରି ବିଜେଡି ସରକାର ଚାଷୀଙ୍କୁ ଶୋଷଣ କରି ଚାଲିଛି । ଚାଷୀଙ୍କୁ ଭୁବନେଶ୍ୱରରେ ପ୍ରବେଶ ପାଇଁ ଅନୁମତି ଦିଆଗଲାନି । ତେଣୁ ଧାମନଗରରେ ଚାଷୀମାନେ ଏକଜୁଟ ହୋଇ ବିଜେଡି ପ୍ରାର୍ଥୀଙ୍କ ବିରୁଦ୍ଧରେ ଲଢ଼େଇ କରିବେ । ଚାଷୀ ସଂଗଠନ କୌଣସି ଦଳ ସପକ୍ଷରେ ପ୍ରଚାର କରୁନି, କେବଳ ବିଜେଡି ବିରୁଦ୍ଧରେ ଉପନିର୍ବାଚନରେ ପ୍ରଚାର କରୁଛି ବୋଲି ସେ କହିଛନ୍ତି।

ଏପଟେ ନବନିର୍ମାଣ କୃଷକ ସଂଗଠନ ବ୍ୟାନରରେ ଆଜି ଅନୁଷ୍ଠିତ ହୋଇଥିବା ବାଇକ ର‌୍ୟାଲି ପ୍ରତି ସାଧାରଣରେ ସମର୍ଥନ ରହିଥିବା ଦେଖିବାକୁ ମିଳିଛି । ନିର୍ବାଚନମଣ୍ଡଳୀର ଚାଷୀମାନେ ଏକଜୁଟ ହୋଇ ଏହି ଚାଷୀ ସଂଗଠନକୁ ସମର୍ଥନ କରୁଥିବାରୁ ବିଜେଡିକୁ ଏବେ ଷଣ୍ଢୁଆସୀ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଛି । ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କଠୁ ମିଳୁଥିବା କଡ଼ା ଟକ୍କର ଓ ଚାଷୀ ସଂଗଠନର ଜୋରଦାର ପ୍ରଚାର ଭିତରେ ନିଜର ଦୁର୍ବଳ ପ୍ରାର୍ଥୀଙ୍କୁ ଧରି ବିଜେଡି କିଭଳି ନିର୍ବାଚନୀ ବୈତରଣୀ ପାର ହେବ, ତାହା ଏବେ ଦଳର ଚିନ୍ତା ବଢ଼ାଇଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos