କୀଟନାଶକ ପିଇ ଜୀବନ ହାରିଲେ ଚାଷୀ !

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ପଦ୍ମପୁର ଗାଁର ଜଣେ ଚାଷୀ ଋଣଭାର ସହି ନପାରି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀଙ୍କ ନାଁ ସୁମନ୍ତ ବେହେରା। ସୁମନ୍ତ ଚାଷ ପାଇଁ ସମବାୟ ସମିତିରୁ ୬୫ ହଜାର ଟଙ୍କା ଋଣ କରିଥିଲେ। ହେଲେ ବର୍ଷାଭାବରୁ  ଚାଷ ନଷ୍ଟ ହୋଇଥିବାରୁ ସେ ଦୁଇ ଦିନ ହେବ ଚିନ୍ତାରେ ରହୁଥିଲେ। ଆଜି ସକାଳେ ସୁମନ୍ତ ତଳି ଦେଖିବାକୁ ବିଲକୁ ଯାଇଥିଲେ। […]

farmer_suicide

farmer_suicide

Jyoshna Pradhan
  • Published: Tuesday, 23 July 2019
  • Updated: 23 July 2019, 03:33 PM IST

Sports

Latest News

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍‌ ପଦ୍ମପୁର ଗାଁର ଜଣେ ଚାଷୀ ଋଣଭାର ସହି ନପାରି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀଙ୍କ ନାଁ ସୁମନ୍ତ ବେହେରା।

ସୁମନ୍ତ ଚାଷ ପାଇଁ ସମବାୟ ସମିତିରୁ ୬୫ ହଜାର ଟଙ୍କା ଋଣ କରିଥିଲେ। ହେଲେ ବର୍ଷାଭାବରୁ  ଚାଷ ନଷ୍ଟ ହୋଇଥିବାରୁ ସେ ଦୁଇ ଦିନ ହେବ ଚିନ୍ତାରେ ରହୁଥିଲେ। ଆଜି ସକାଳେ ସୁମନ୍ତ ତଳି ଦେଖିବାକୁ ବିଲକୁ ଯାଇଥିଲେ। ସେଠାରୁ ଆସି ସେ କୀଟନାଶକ ପିଇ ଦେଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ  ପରିବାର ଲୋକେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଚାନ୍ଦପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ କୃଷି ବିଭାଗ କିମ୍ୱା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଘଟଣାର ତଦନ୍ତ କରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos