କାଳବୈଶାଖୀ ଧୋଇନେଲା ସବୁ ଆଶା, ଶେଷ ରାସ୍ତାକୁ ଆଦରିନେଲେ ଚାଷୀ

ବରଗଡ଼ :(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲାରୁ ପୁଣି ଚାଷୀ ଆତ୍ମହତ୍ୟାର ଖବର।  ଦୁଇ ଦିନ ମଧ୍ୟରେ ଗଲାଣି ୨ ଚାଷୀଙ୍କ ଜୀବନ।  କାଳବୈଶାଖୀ ବର୍ଷାରେ ଧାନଚାଷ ଉଜୁଡି ଯିବା ଦୁଃଖରେ ଦୁଇ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପଟେ କୃଷିଋଣ ଛାଡ଼ ଓ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଗତକାଲିଠୁ ବିଭିନ୍ନ ଦେଶରେ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ଉଗ୍ରରୂପ ଧାରଣ କଲାଣି। ଏଥିଯୋଗୁଁ ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର ଆଦି […]

farm

farm

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 10:21 PM IST

Sports

Latest News

ବରଗଡ଼ :(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲାରୁ ପୁଣି ଚାଷୀ ଆତ୍ମହତ୍ୟାର ଖବର।  ଦୁଇ ଦିନ ମଧ୍ୟରେ ଗଲାଣି ୨ ଚାଷୀଙ୍କ ଜୀବନ।  କାଳବୈଶାଖୀ ବର୍ଷାରେ ଧାନଚାଷ ଉଜୁଡି ଯିବା ଦୁଃଖରେ ଦୁଇ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପଟେ କୃଷିଋଣ ଛାଡ଼ ଓ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଗତକାଲିଠୁ ବିଭିନ୍ନ ଦେଶରେ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ଉଗ୍ରରୂପ ଧାରଣ କଲାଣି। ଏଥିଯୋଗୁଁ ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର ଆଦି ରାଜ୍ୟରେ ଫଳ, ପନିପରିବା ଓ କ୍ଷୀର ଦାମ ଆକାଶ ଛୁଆଁ ହେବାର ଆଶଙ୍କା ଦେଖାଦେଇଛି।

୪ ଏକର ଜମିରେ ଧାନ ଚାଷ କରି ବହୁ ଆଶା କରିଥିଲେ ବରଗଡ଼ ବ୍ଲକ୍ ଗାଈସୀମା ଗାଁର ଧନପତି ବିଶ୍ୱାଳ। ହେଲେ କାଳବୈଶାଖୀ ବର୍ଷା ସେ ଆଶା ଧୋଇ ନେବାରୁ ଗତ ଗୁରୁବାର ବିଷ ପିଇଦେଇଥିଲେ । ଦୁଇ ଦିନ ବୁର୍ଲା ମେଡିକାଲରେ ଜୀବନ-ମରଣ ସହ ଯୁଝିବା ପରେ କାଲି ଆଖି ବୁଜିଥିଲେ।  ଦୁଇ ଦିନ ପୂର୍ବରୁ ସମାନ କାରଣ ପାଇଁ ଆତ୍ମହତ୍ୟାର ପନ୍ଥା ଆଦରି ନେଇଥିଲେ ବରପାଲି ଜୁଲଟ୍ ଖଲିଆଟିକ୍ରା ଗାଁର ଗୋବର୍ଦ୍ଧନ ବାରିକ।  ଏହି ଘଟଣାର ୪୮ ଘଣ୍ଟା ନପୁରୁଣୁ ବରଗଡ଼ରେ ପୁଣି ଜଣେ ଚାଷୀଙ୍କ ଜୀବନ ଯାଇଛି। ଏପଟେ ଚାଷ ଓ ଚାଷୀଙ୍କ ସମସ୍ୟା ନେଇ ଉତ୍ତର, ପଶ୍ଚିମ ଓ କେନ୍ଦ୍ର ଭାରତରେ ମୁଣ୍ଡ ଟେକିଛି ବିରାଟ ଆନ୍ଦୋଳନ ।

କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତିକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୃଷି ଋଣ ଛାଡ଼ ଆଦି ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ।   ଫଳରେ ୭ଟି ରାଜ୍ୟରେ ଏବେ କ୍ଷୀର, ଫଳ ଓ ପନିପରିବା ଯୋଗାଣରେ ଗୁରୁତର ସମସ୍ୟା ଦେଖାଦେଇଛି । ଏପଟେ ଗାଁ ବନ୍ଦ୍ ନାଁରେ ଚାଲିଥିବା ଏ ଆନ୍ଦୋଳନ  ୨୨ଟି ରାଜ୍ୟକୁ ବ୍ୟାପିଥିବା ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos