ଚାଷୀ ଆତ୍ମହତ୍ୟାକୁ ନେଇ କମ୍ପିଲା ଗୃହ

ଭୁବନେଶ୍ୱର: ବିଧାନସଭା ବଜେଟ୍‌ ଅଧିବେଶନ ବେଳେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଆଜି ପୁଣି ଗୃହରେ ହୋହାଲ୍ଲା ହୋଇଥିଲା। ପ୍ରଶ୍ନକାଳ ଆରମ୍ଭରେ ବରଗଡ଼ ଚାଷୀ ଆତ୍ମହତ୍ୟା ପାଇଁ ସରକାରଙ୍କୁ ଦାୟୀ କରି ବିଜେପି ବିଧାୟକମାନେ ଗର୍ଜିଥିଲେ। ଏପରିକି ବାଚସ୍ପତିଙ୍କ ମାଇକ ଭାଙ୍ଗିବାକୁ ବିଧାୟକ ରବି ନାଏକ ଉଦ୍ୟମ କରିଥିଲେ। ପ୍ରଶ୍ନକାଳ ବାତିଲ କରି ଚାଷୀ ଆତ୍ମହତ୍ୟା ଉପରେ ଆଲୋଚନା କରିବାକୁ ବିରୋଧି ଅଡି ବସିବାରୁ ବାଚସ୍ପତି ଗୃହକୁ ଘଣ୍ଟାଏ ପାଇଁ ମୁଲତବୀ କରି ଦେଇଥିଲେ। ବିଜେପି ବିଧାୟକ […]

rabi-nayak

Rakesh Mallick
  • Published: Wednesday, 15 March 2017
  • , Updated: 15 March 2017, 08:09 PM IST

ଭୁବନେଶ୍ୱର: ବିଧାନସଭା ବଜେଟ୍‌ ଅଧିବେଶନ ବେଳେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଆଜି ପୁଣି ଗୃହରେ ହୋହାଲ୍ଲା ହୋଇଥିଲା। ପ୍ରଶ୍ନକାଳ ଆରମ୍ଭରେ ବରଗଡ଼ ଚାଷୀ ଆତ୍ମହତ୍ୟା ପାଇଁ ସରକାରଙ୍କୁ ଦାୟୀ କରି ବିଜେପି ବିଧାୟକମାନେ ଗର୍ଜିଥିଲେ। ଏପରିକି ବାଚସ୍ପତିଙ୍କ ମାଇକ ଭାଙ୍ଗିବାକୁ ବିଧାୟକ ରବି ନାଏକ ଉଦ୍ୟମ କରିଥିଲେ। ପ୍ରଶ୍ନକାଳ ବାତିଲ କରି ଚାଷୀ ଆତ୍ମହତ୍ୟା ଉପରେ ଆଲୋଚନା କରିବାକୁ ବିରୋଧି ଅଡି ବସିବାରୁ ବାଚସ୍ପତି ଗୃହକୁ ଘଣ୍ଟାଏ ପାଇଁ ମୁଲତବୀ କରି ଦେଇଥିଲେ।

ବିଜେପି ବିଧାୟକ ରବି ନାଏକ କହିଛନ୍ତି,“ଚାଷୀ ଆତ୍ମହତ୍ୟା ନେଇ ଯେଉଁ ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଛି ସେଥିରେ ତଥ୍ୟ ସମ୍ପୂର୍ଣ୍ଣ ଭାବେ ଭୁଲ ଦିଆଯାଇଛି। ଏ ସରକାର ଚାଷୀ ବିରୋଧି। ଯେଉଁ ଜିଲ୍ଲାପାଳମାନେ ଭୁଲ ତଥ୍ୟ ଦେଉଛନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

ପରେ ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଏହି ପ୍ରସଙ୍ଗ ପୁଣି ଉଠାଇ ଥିଲେ। ବିରୋଧି ଦଳ ନେତା ନରସିଂହ ମିଶ୍ର ଏବଂ ବିରୋଧି ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ। ବରଗଡ଼ର ଚାଷୀ ହାଡୁ ବଗର୍ତ୍ତି ମୃତ୍ୟୁକୁ ନେଇ ବିଧାନସଭାରେ କୃଷିମନ୍ତ୍ରୀ ମିଛ କହିଥିବାରୁ ଗୃହରେ କ୍ଷମା ମାଗିବାକୁ ଉଭୟ ଦାବି କରିଥିଲେ। ଏହାସହ କୃଷିମନ୍ତ୍ରୀଙ୍କ ବିରୋଧରେ ଦିଆଯାଇଥିବା ସ୍ୱାଧିକାର ଭଙ୍ଗ ନୋଟିସ୍‌କୁ ସ୍ୱାଧିକାର କମିଟିକୁ ପଠାଇବାକୁ ଦାବି କରିଥିଲେ।

ତାରା କହିଛନ୍ତି,“ଶୂନ୍ୟକାଳରେ ବିରୋଧି ଦଳ ନେତା ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଥିଲେ। ଯେ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାପାଳ ନିଲମ୍ବନ ନ ହେବେ, ବାଚସ୍ପତି ଗୃହ କମିଟି ଘୋଷଣା ନ କରିବା ପର୍ଯ୍ୟନ୍ତ ଗୃହକୁ ଅଚଳ ରଖାଯିବ।”

ତେବେ ପ୍ରତିଯୋଗିତା କରି ବିଜେପି ଓ କଂଗ୍ରେସ ଗୃହକୁ ଅଚଳ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଶାସକ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ କହିଛନ୍ତି,“ଯଦି ଚାଷୀ ପ୍ରସଙ୍ଗ ଉଠାଇବାର ଥିଲା ଗତକାଲି କଂଗ୍ରେସ ସହ ମିଶି ବିଜେପି କାହିଁକି ଉଠାଇଲା ନାହିଁ ? ସାରା ଓଡ଼ିଶାର ଲୋକେ ଜାଣିଥାନ୍ତେ ଗୃହରେ ଆଲୋଚନା କ’ଣ ହେଉଛି। ସରକାର କ’ଣ ତଥ୍ୟ ଦେଉଛନ୍ତି ଲୋକେ ଜାଣିଥାନ୍ତେ। ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି ଅଚଳାବସ୍ଥା ସୃଷ୍ଟି କରୁଛନ୍ତି।”

Related story