ଜୀବନ ହାରିଲେ ଚାଷୀ, ଅସହ୍ୟ ହେଉଛି ଋଣ ଭାର!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଏପରି ଅଭିଯୋଗ ଆସିଛି ପାତ୍ରପୁର ବ୍ଳକ୍ ଜରଡ଼ା ଥାନା ଅନ୍ତର୍ଗତ ମହାଦେଈପୁର ଗାଁରୁ। ମୃତ ଚାଷୀଙ୍କ ନାଁ ହରିଶ୍ଚନ୍ଦ୍ର ପ୍ରଧାନ। ହରିଶ୍ଚନ୍ଦ୍ର ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଋଣ ଉଠାଇବା ସହ ହାତ ଉଧାରି କରିଥିଲେ। ତେବେ ଆନ୍ଧ୍ରପ୍ରଦେଶ ବେପାରୀଙ୍କୁ ବିକିଥିବା ଧାନ ଟଙ୍କା ପାଇନଥିବାରୁ ଋଣ ପରିଶୋଧ ନେଇ ଚିନ୍ତାରେ ଥିଲେ। ଗତକାଲି ସେ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର […]

Farmer Commits Suicide Over Loan Burden In Ganjam

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 07:06 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଏପରି ଅଭିଯୋଗ ଆସିଛି ପାତ୍ରପୁର ବ୍ଳକ୍ ଜରଡ଼ା ଥାନା ଅନ୍ତର୍ଗତ ମହାଦେଈପୁର ଗାଁରୁ। ମୃତ ଚାଷୀଙ୍କ ନାଁ ହରିଶ୍ଚନ୍ଦ୍ର ପ୍ରଧାନ।

ହରିଶ୍ଚନ୍ଦ୍ର ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଋଣ ଉଠାଇବା ସହ ହାତ ଉଧାରି କରିଥିଲେ। ତେବେ ଆନ୍ଧ୍ରପ୍ରଦେଶ ବେପାରୀଙ୍କୁ ବିକିଥିବା ଧାନ ଟଙ୍କା ପାଇନଥିବାରୁ ଋଣ ପରିଶୋଧ ନେଇ ଚିନ୍ତାରେ ଥିଲେ। ଗତକାଲି ସେ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପାତ୍ରପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

Related story