ଜଙ୍ଗଲ ଅଧିକାର ଆଇନ ଉଲଂଘନ ବିରୋଧରେ ୨୨ ଜୁଲାଇରେ ଦେଶବ୍ୟାପୀ ପ୍ରତିବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଙ୍ଗଲ ଅଧିକାର ଆଇନ -୨୦୦୬ର ଉଲଂଘନ ବିରୋଧରେ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲବାସୀଙ୍କ ଅଧିକାର ପାଇଁ ୨୨ ଜୁଲାଇରେ ଦେଶବ୍ୟାପୀ ଧାରଣା ଓ ବିକ୍ଷୋଭ କରାଯାଇ ଦାବିପତ୍ର ଦିଆଯିବ ବୋଲି ଓଡ଼ିଶା କୃଷକସଭା ପକ୍ଷରୁ କୁହାଯାଇଛି। ଠିକ୍ ସେହିଭଳି ଭାରତୀୟ ଜଙ୍ଗଲ ଆଇନ୍ – ୧୯୨୭କୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ସଂଶୋଧନ ବିଲ୍ ଆଣିବାକୁ ଯାଉଛନ୍ତି,ତା’କୁ ପ୍ରତ୍ୟାହାର କରିବାକୁ ଚାପ ସୃଷ୍ଟି କରାଯିବ। କାରଣ, ଏହି ପ୍ରସ୍ତାବିତ ପରିବର୍ତ୍ତନ ଦ୍ୱାରା […]

430

Tapas Behera
  • Published: Sunday, 21 July 2019
  • , Updated: 21 July 2019, 06:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଙ୍ଗଲ ଅଧିକାର ଆଇନ -୨୦୦୬ର ଉଲଂଘନ ବିରୋଧରେ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲବାସୀଙ୍କ ଅଧିକାର ପାଇଁ ୨୨ ଜୁଲାଇରେ ଦେଶବ୍ୟାପୀ ଧାରଣା ଓ ବିକ୍ଷୋଭ କରାଯାଇ ଦାବିପତ୍ର ଦିଆଯିବ ବୋଲି ଓଡ଼ିଶା କୃଷକସଭା ପକ୍ଷରୁ କୁହାଯାଇଛି। ଠିକ୍ ସେହିଭଳି ଭାରତୀୟ ଜଙ୍ଗଲ ଆଇନ୍ - ୧୯୨୭କୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ସଂଶୋଧନ ବିଲ୍ ଆଣିବାକୁ ଯାଉଛନ୍ତି,ତା'କୁ ପ୍ରତ୍ୟାହାର କରିବାକୁ ଚାପ ସୃଷ୍ଟି କରାଯିବ। କାରଣ, ଏହି ପ୍ରସ୍ତାବିତ ପରିବର୍ତ୍ତନ ଦ୍ୱାରା ଆଦିବାସୀ ଏବଂ ଜଙ୍ଗଲବାସୀଙ୍କ ଅଧିକାର ଆହୁରି ସଂକୁଚିତ ହୋଇଯିବ ବୋଲି ଓଡ଼ିଶା କୃଷକସଭା କହିଛି।

ଉତ୍ତର ପ୍ରଦେଶର ସୋନଭଦ୍ରାରେ ଘଟିଥିବା ଆଦିବାସୀ ଗଣହତ୍ୟାରେ ଅଭିଯୁକ୍ତମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ଦିଆଯିବା ସଂଗେ ସଂଗେ ମୃତକ ପରିବାରମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ଓଡ଼ିଶା କୃଷକସଭା ଦାବି କରିଛି। ଏହି ସବୁ ଦାବି ନେଇ ଦେଶର ଆଦିବାସୀ, କୃଷକ, କୃଷିଶ୍ରମିକ ତଥା ସାମାଜିକ ଜନ ସଂଗଠନମାନେ ୨୨ ଜୁଲାଇ ଦିନ ଦେଶବ୍ୟାପୀ ପ୍ରତିବାଦ କରିବେ।

ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବ୍ଳକ ସ୍ତରରେ ମଧ୍ୟ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ। ଏହାକୁ ସଫଳ କରିବା ପାଇଁ ଓଡିଶା କୃଷକ ସଭାର ରାଜ୍ୟ ସଭାପତି ଯମେଶ୍ୱର ସାମନ୍ତରାୟ ଏବଂ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଏକ ପ୍ରେସ୍ ଇସ୍ତାହାରରେ ନିବେଦନ କରିଛନ୍ତି।

Related story