ମଣ୍ଡି ଖୋଲୁନି, ଚିନ୍ତାରେ ଚାଷୀ

ସୋର (ଶଶୀକାନ୍ତ ବେହେରା): ଆଜି ପର୍ଯ୍ୟନ୍ତ ଖୋଲୁନି ମଣ୍ଡି। ଚାଷୀ ବାଧ୍ୟ ହୋଇ ନିଜ ଖଳାରେ ଧାନ ବସ୍ତାକୁ ଥାକ ଥାକ କରି ରଖିଛି। ଆଉ ତା’ଉପରେ ପଲିଥିନ୍‌ ଘୋଡ଼ାଇ ଦେଇଛି। ଏହା ସତ୍ତ୍ୱେ ମଝିରେ ମଝିରେ ହେଉଥିବା ଝିପିଝିପି ବର୍ଷାର ଛିଟା ଧାନ ବସ୍ତାରେ ପଡୁଛି ଓ ଭିଜୁଛି। ନିଜ ଆଖି ଆଗରେ ବର୍ଷା ପାଣିରେ ଧାନ ଭିଜୁଥିବା ଦେଖି ଚାଷୀ ଚିନ୍ତାରେ ପଡ଼ିଯାଇଛି। ଆଉ ମଣ୍ଡି ଖୋଲିବାକୁ ଦାବି କରି ଶତାଧିକ ଚାଷୀ ଆଜି […]

soro

soro

Manoranjan Sial
  • Published: Thursday, 07 January 2021
  • Updated: 07 January 2021, 09:55 PM IST

ସୋର (ଶଶୀକାନ୍ତ ବେହେରା): ଆଜି ପର୍ଯ୍ୟନ୍ତ ଖୋଲୁନି ମଣ୍ଡି। ଚାଷୀ ବାଧ୍ୟ ହୋଇ ନିଜ ଖଳାରେ ଧାନ ବସ୍ତାକୁ ଥାକ ଥାକ କରି ରଖିଛି। ଆଉ ତା’ଉପରେ ପଲିଥିନ୍‌ ଘୋଡ଼ାଇ ଦେଇଛି। ଏହା ସତ୍ତ୍ୱେ ମଝିରେ ମଝିରେ ହେଉଥିବା ଝିପିଝିପି ବର୍ଷାର ଛିଟା ଧାନ ବସ୍ତାରେ ପଡୁଛି ଓ ଭିଜୁଛି। ନିଜ ଆଖି ଆଗରେ ବର୍ଷା ପାଣିରେ ଧାନ ଭିଜୁଥିବା ଦେଖି ଚାଷୀ ଚିନ୍ତାରେ ପଡ଼ିଯାଇଛି। ଆଉ ମଣ୍ଡି ଖୋଲିବାକୁ ଦାବି କରି ଶତାଧିକ ଚାଷୀ ଆଜି ସମବାୟ ସମିତି ଆଗରେ ବିକ୍ଷୋଭ କରିଛି। ଆଜି ଏମିତି ଚିତ୍ର ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରୁ ଆସିଛି।

ପଣପଣା ସେବା ସମବାୟ ସମିତି ଅଧୀନରେ ୭୦୯ ଚାଷୀ ନାଁ ପଞ୍ଜିକରଣ କରିଛନ୍ତି। ଧାନ ବିକ୍ରି କରିବା ପାଇଁ ସେମାନଙ୍କୁ ଡିସେମ୍ୱର ୨ ତାରିଖରେ ଟୋକନ୍‌ ମିଳିଛି। ହେଲେ ଆଜି ପର୍ଯ୍ୟନ୍ତ ମଣ୍ଡି ଖୋଲୁନଥିବାରୁ ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ଯାହାଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଅନ୍ୟପକ୍ଷରେ ଅମଳ ଧାନକୁ ବିକ୍ରି କରିବା ପାଇଁ ଖରା ବସ୍ତା କରି ଗଦା କରି ରଖିଛନ୍ତି। ମଝିରେ ମଝିରେ ବର୍ଷା ହେଉଥିବା ଧାନ ଭିଜୁଛି। ବର୍ଷକର ଝାଳବୁହା ପରିଶ୍ରମ ବର୍ଷାରେ ଭିଜୁଥିବା ଦେଖି ଚାଷୀ ବିଚଳିତ ହୋଇପଡ଼ିଛି। ଧାନ ମଣ୍ଡି ଖୋଲିବା ଦାବି କରି ଆଜି ଶତାଧିକ ଚାଷୀ ପଣପଣା ସମବାୟ ସମିତି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖବର ପାଇ ସମବାୟ ସମିତିର ଉଚ୍ଚ ପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି। ଖବ୍‌ଶୀଘ୍ର ମଣ୍ଡି ଖୋଲିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ଘରକୁ ଫେରିଛନ୍ତି। ତେବେ ସମୟ କହିବ, କେବେ ଧାନମଣ୍ଡି ଖୋଲିବ ଓ ଚାଷୀଙ୍କ ଦୁଃଖ ଦୂର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos