ହାଇୱେରେ ଧାନବସ୍ତା…

Ordigital Desk
  • Published: Thursday, 15 June 2017
  • , Updated: 15 June 2017, 08:09 PM IST
<p>[vc_video link=&quot;&quot; align=&quot;center&quot;]</p> <p>&lt;strong&gt;ଭବାନୀପାଟଣା&lt;/strong&gt;&lt;strong&gt;:&lt;/strong&gt; କଳାହାଣ୍ଡି ଜିଲ୍ଲାରେ କମୁନି ଚାଷୀଙ୍କ ସମସ୍ୟା। ମିଲର୍ସ ଏବଂ ଯୋଗାଣ ବିଭାଗ ବିବାଦ ଯୋଗୁଁ ୩ ଦିନ ହେଲା କୌଣସି ମଣ୍ଡିରୁ ଧାନ ଉଠି ପାରିନି। ପ୍ରତିବାଦରେ ଆଜି ମୋଟେର ଛକରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଚାଷୀ।</p> <p>ଚାଷୀଙ୍କ ଅଭିଯୋଗ, ଯୋଗାଣ ବିଭାଗ ମିଲର୍ସଙ୍କୁ ହ୍ୟାଣ୍ଡଲିଂ ଚାର୍ଜ ଦେବାକୁ ବାଧ୍ୟ କରୁଛନ୍ତି। ଯାହାଦ୍ୱାରା ମିଲର୍ସମାନେ ଧାନ ଉଠାଉ ନାହାନ୍ତି। ଫଳରେ ୩ ଦିନ ହେଲାଣି ଉପଖଣ୍ଡରେ ୭୧ଟି ମଣ୍ଡିରୁ ବସ୍ତାଟିଏ ଧାନ ଉଠିନି। ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକ କରିବାରୁ ନବରଙ୍ଗପୁର-ଭବାନୀପାଟଣା ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ସେପଟେ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି - କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ମିଲର୍ସଙ୍କ ହାଣ୍ଡେଲିଂ ଚାର୍ଜ ବନ୍ଦ କରାଯାଇଛି। ଚାଷୀଙ୍କ ସମସ୍ୟା ନେଇ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଏବେ ସମସ୍ୟା ସମାଧାନ ହୋଇଯାଇଛି ବୋଲି ପାତ୍ର କହିଛନ୍ତି।</p> <p>ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ମଣ୍ଡି ଖୋଲିଛି। ହେଲେ ଏଠାକୁ ଧାନ କିଣିବାକୁ ମିଲ୍ ମାଲିକ ଆସୁନାହାନ୍ତି। ଫଳରେ ଚାଷୀମାନେ ଅମଳ କରିଥିବା ଡାଳୁଅ ଧାନକୁ ଶୁଖାଇ ଅନେଇ ବସିଛନ୍ତି। ସେମାନଙ୍କ ପାଇଁ ସବୁଠୁ ବଡ଼ ସମସ୍ୟା ଆଣିଛି ବର୍ଷା। ବର୍ଷାକୁ ରକ୍ଷା ପାଇବା ପାଇଁ ସେମାନେ ଧାନବସ୍ତା ବାନ୍ଧି ପଲିଥିନ୍ ଘୋଡ଼ାଇ ରଖିଛନ୍ତି। ମଣ୍ଡି ନଥିବାରୁ କେମିତି ବିକ୍ରି କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। କିଛି ଉପାୟ ନପାଇ ଚାଷୀ ଧାନ କୁଇଣ୍ଟାଲ ପିଛା (ସରକାରୀ ଦର ୧୪୭୦ ଟଙ୍କା) ଟଙ୍କା ଥିବାବେଳେ ଦଲାଲଙ୍କୁ ୧୧୫୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।</p>

Related story