ସରକାରଙ୍କୁ ଘାରିଛି ଚାଷୀ ଭୟ, ଭାଣ୍ଡିଆ ହେଲେ ମନ୍ତ୍ରୀ: ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଲରଙ୍କୁ ଖୁସି କରି ସେମାନଙ୍କ ମାଧ୍ୟମରେ ସାଧାରଣ ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଶାସକ ବିଜେଡିର ଉଦ୍ୟମ ଫେଲ୍ ମାରିଛି। ପ୍ରାଇସ୍-ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଆସନ୍ତା ୨୧ ତାରିଖରେ ନବନିର୍ମାଣ କୃଷକ ସଂଗଠନ ‘ଓଡ଼ିଶା ବନ୍ଦ’ ଡାକରା ଦେବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି ଓ ଚାଷୀଙ୍କୁ ସନ୍ତୁଷ୍ଟ ପାଇଁ ବିଳମ୍ବରେ ପ୍ରୟାସ ଆରମ୍ଭ କରିଛନ୍ତି। ଗତବର୍ଷ ତୁଳନାରେ ୪୫ ପ୍ରତିଶତ ଅଧିକ ଧାନକିଣା ହୋଇଥିବାର […]

payaaaaaa

Manoranjan Sial
  • Published: Monday, 18 February 2019
  • , Updated: 18 February 2019, 08:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଲରଙ୍କୁ ଖୁସି କରି ସେମାନଙ୍କ ମାଧ୍ୟମରେ ସାଧାରଣ ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଶାସକ ବିଜେଡିର ଉଦ୍ୟମ ଫେଲ୍ ମାରିଛି। ପ୍ରାଇସ୍-ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ଆସନ୍ତା ୨୧ ତାରିଖରେ ନବନିର୍ମାଣ କୃଷକ ସଂଗଠନ ‘ଓଡ଼ିଶା ବନ୍ଦ’ ଡାକରା ଦେବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି ଓ ଚାଷୀଙ୍କୁ ସନ୍ତୁଷ୍ଟ ପାଇଁ ବିଳମ୍ବରେ ପ୍ରୟାସ ଆରମ୍ଭ କରିଛନ୍ତି। ଗତବର୍ଷ ତୁଳନାରେ ୪୫ ପ୍ରତିଶତ ଅଧିକ ଧାନକିଣା ହୋଇଥିବାର ଆଳ ଦେଖାଇ ଚଳିତମାସ ୨୮ ତାରିଖ ପରେ ଚାଷୀଙ୍କଠୁ ଧାନ କିଣାଯିବ ନାହିଁ ବୋଲି ୫ଦିନ ପୂର୍ବରୁ ଦମ୍ଭୋକ୍ତି ବାଢ଼ିଥିବା ଯୋଗାଣ ସଚିବ ଓ ଯୋଗାଣ ମନ୍ତ୍ରୀଙ୍କୁ ଆଜି ଭାଣ୍ଡିଆ ହେବାକୁ ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ‘କାଳିଆ’ ଯୋଜନାରେ ୫ହଜାର ଟଙ୍କାର ସହାୟତା ଦେଇ ରାଜ୍ୟର ଚାଷୀ କୂଳକୁ ସନ୍ତୁଷ୍ଟ କରିପାରିଥିବାର ମିଛ ପ୍ରହେଳିକା ସୃଷ୍ଟି କରିଥିବା ବିଜେଡି ସରକାର ନିର୍ବାଚନୀ ବର୍ଷରେ ମିଲରମାନଙ୍କଠୁ ମୋଟା ଅଙ୍କର ନିର୍ବାଚନୀ ପାଣ୍ଠି ଆଦାୟ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ କରିଥିଲେ। ନିର୍ଦ୍ଧାରିତ ଅବଧିର ବହୁ ପୂର୍ବରୁ ସରକାରୀ ଧାନ ସଂଗ୍ରହକୁ ବନ୍ଦ କରି ‘କୃତ୍ରିମ ଅଭାବୀ ବିକ୍ରି ’ମାଧ୍ୟମରେ ମିଲରଙ୍କୁ ଫାଇଦା ଦେବାକୁ ସରକାର ରଣନୀତି ପ୍ରସ୍ତୁତ କରିଥିଲେ। ଚଳିତମାସ ୧୩ତାରିଖରେ ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଫେବୃଆରୀ ୨୮ତାରିଖ ପରେ ଆଉ ଧାନ ନକଣିବାକୁ ତାଗିଦ୍ କରିଥିଲେ। ରାଜ୍ୟର ସବୁ ଭାଗରେ ଚାଷୀମାନେ ନିଜର ଧାନ ବିକ୍ରି ପାଇଁ ଚାହିଁ ରହିଥିବାବେଳେ ସରକାରଙ୍କ ଏଭଳି ନିଷ୍ପତ୍ତି ସେମାନଙ୍କୁ ଚିନ୍ତାରେ ପକାଇ ଦେଇଥିଲା।

ଏପଟେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ୨୧ ତାରିଖ ଓଡ଼ିଶା ବନ୍ଦ ଡାକରାକୁ ବିରୋଧୀ ଦଳଗୁଡ଼ିକର ସମର୍ଥନ ମିଳିବା ପରେ ଚାଷୀ ଆନ୍ଦୋଳନ ଭବିଷ୍ୟତରେ ବ୍ୟାପକ ରୂପ ନେବାର ଆଶଙ୍କା ଦେଖାଦେଇଛି। ଯାହାକୁ ଆକଳନ କରି ରାଜ୍ୟ ସରକାର ପୂର୍ବରୁ ମିଲରଙ୍କୁ ସନ୍ତୁଷ୍ଟ କରିବାକୁ ନେଇଥିବା ନିଷ୍ପତ୍ତିର ଆଜି ପୁନର୍ବିଚାର କରିଛନ୍ତି ତଥା ନିଜର ମନ୍ତ୍ରୀ ଓ ସଚିବଙ୍କୁ ‘ମିଛୁଆ’ ଦର୍ଶାଇ ଧାନ କିଣା ଜାରି ରହିବ ବୋଲି ଜିଲ୍ଲାପାଳମାନଙ୍କୁ ଜଣାଇଛନ୍ତି।

ସୂଚନା ଅନୁସାରେ, ଫେବୃଆରୀ ପ୍ରଥମ ସପ୍ତାହରେ ରାଜ୍ୟ ଯୋଗାଣ ମନ୍ତ୍ରୀ, ସଚିବ ଓ ମିଲରମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସେହି ବୈଠକ ଉଦ୍ଦିଷ୍ଟ ଥିଲା ବୋଲି ଉପରକୁ କୁହାଯାଇଥିଲେ ମଧ୍ୟ ବାସ୍ତବପକ୍ଷେ ଆଗାମୀ ନିର୍ବାଚନ ପାଇଁ ସେହିଦିନ ହିଁ ମିଲରମାନଙ୍କୁ 'ଟାର୍ଗେଟ୍' ଦିଆଯାଇଥିଲା। କିନ୍ତୁ ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରିବାର ଆଶଙ୍କା ଥିବାରୁ ସରକାର ଏବେ ବ୍ୟାକଫୁଟକୁ ଯାଇ ଧାନକିଣା ଜାରି ରହିବ ବୋଲି ଘୋଷଣା କରିଛନ୍ତି।

ଅବଶ୍ୟ ଅନ୍ୟ ଯେଉଁ ୧୧ଟି ଜିଲ୍ଲାରେ ସରକାରୀ ଭାବେ ଧାନ ସଂଗ୍ରହ ସମ୍ପୂର୍ଣ୍ଣ ବନ୍ଦ ହୋଇସାରିଛି ବୋଲି ସରକାର କହୁଛନ୍ତି, ସେଠାରେ ମିଲରମାନଙ୍କୁ କମଦରରେ ଚାଷୀଙ୍କଠୁ ସିଧାସଳଖ ଧାନ କିଣିବାର ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

Related story