ମଣ୍ଡିରେ ତାଲା ପକାଇ ଚାଷୀଙ୍କ ଧାରଣା

ବରଗଡ଼(ଦୀପକ ଶର୍ମା ): ଗତ ୧୦ରୁ ୧୨ଦିନ ହେବ ମଣ୍ଡି ସମ୍ମୁଖରେ ଧାନ ରଖିଛନ୍ତି।  ବର୍ଷକ ପରିଶ୍ରମର ଫଳ ଖୋଲା ଆକାଶ ତଳେ ଶୀତ, କାକରରେ ପଡ଼ିଥିବା ବେଳେ ତାକୁ ବିକ୍ରି କରିବାକୁ ଚାଲିଛି ସଂଘର୍ଷ। ଟୋକନ ନ ଥିବାରୁ ବିକ୍ରି ହୋଇପାରୁନାହିଁ ଧାନ । ଏଥିରେ ଅତିଷ୍ଠ ହୋଇ ଆଜି ବରଗଡ଼ ଆରଏମ୍‌ସି ଅନ୍ତର୍ଗତ ବେହେରା ମାର୍କେଟ ୟାର୍ଡର ମୁଖ୍ୟ ଫାଟକରେ ତାଲା  ପକାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ ଚାଷୀଙ୍କ ପାଖକୁ ଟୋକନ ଆସିନଥିବାରୁ ଚାଷୀମାନେ […]

mandi-1

Niharika Rout
  • Published: Wednesday, 27 November 2019
  • , Updated: 27 November 2019, 02:25 PM IST

ବରଗଡ଼(ଦୀପକ ଶର୍ମା ): ଗତ ୧୦ରୁ ୧୨ଦିନ ହେବ ମଣ୍ଡି ସମ୍ମୁଖରେ ଧାନ ରଖିଛନ୍ତି।  ବର୍ଷକ ପରିଶ୍ରମର ଫଳ ଖୋଲା ଆକାଶ ତଳେ ଶୀତ, କାକରରେ ପଡ଼ିଥିବା ବେଳେ ତାକୁ ବିକ୍ରି କରିବାକୁ ଚାଲିଛି ସଂଘର୍ଷ। ଟୋକନ ନ ଥିବାରୁ ବିକ୍ରି ହୋଇପାରୁନାହିଁ ଧାନ । ଏଥିରେ ଅତିଷ୍ଠ ହୋଇ ଆଜି ବରଗଡ଼ ଆରଏମ୍‌ସି ଅନ୍ତର୍ଗତ ବେହେରା ମାର୍କେଟ ୟାର୍ଡର ମୁଖ୍ୟ ଫାଟକରେ ତାଲା  ପକାଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଅନେକ ଚାଷୀଙ୍କ ପାଖକୁ ଟୋକନ ଆସିନଥିବାରୁ ଚାଷୀମାନେ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ ହୋଇଛି । ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

Related story