ବଳପୂର୍ବକ ରାସ୍ତାରୁ ଚାଷୀଙ୍କୁ ଉଠାଇନେଲା ପ୍ରଶାସନ

ବରଗଡ଼(ଦୀପକ ଶର୍ମା): ମଣ୍ଡିରୁ ଉଠୁନି ଧାନ। ଏହାର ପ୍ରତିବାଦରେ ଶତାଧିକ ଚାଷୀ ଆଜି ତାତିଛନ୍ତି। ଶୀଘ୍ର ମଣ୍ଡିରୁ ଧାନ ଉଠାଇବା ଦାବିରେ ଚାଷୀମାନେ ଆଜି ବରଗଡ଼ ଜିଲ୍ଲା ଅତାବିଧା ମାର୍କେଟ୍‌ ୟାର୍ଡ ସମ୍ମୁଖ ୫୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିଲା। ଚାଷୀମାନେ ଟ୍ରାକ୍ଟରରେ ଧାନ ଆଣି ରାସ୍ତା ଉପରେ ଢ଼ାଳି ପ୍ରତିବାଦ କରିଥିଲେ। ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଜାଣିପାରି ଚାଷୀମାନଙ୍କୁ ବଳ […]

farmer

Manoranjan Sial
  • Published: Tuesday, 30 June 2020
  • , Updated: 30 June 2020, 09:02 PM IST

ବରଗଡ଼(ଦୀପକ ଶର୍ମା): ମଣ୍ଡିରୁ ଉଠୁନି ଧାନ। ଏହାର ପ୍ରତିବାଦରେ ଶତାଧିକ ଚାଷୀ ଆଜି ତାତିଛନ୍ତି। ଶୀଘ୍ର ମଣ୍ଡିରୁ ଧାନ ଉଠାଇବା ଦାବିରେ ଚାଷୀମାନେ ଆଜି ବରଗଡ଼ ଜିଲ୍ଲା ଅତାବିଧା ମାର୍କେଟ୍‌ ୟାର୍ଡ ସମ୍ମୁଖ ୫୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିଲା। ଚାଷୀମାନେ ଟ୍ରାକ୍ଟରରେ ଧାନ ଆଣି ରାସ୍ତା ଉପରେ ଢ଼ାଳି ପ୍ରତିବାଦ କରିଥିଲେ। ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଜାଣିପାରି ଚାଷୀମାନଙ୍କୁ ବଳ ପୂର୍ବକ ଉଠାଇ ନେଇଛି।

ରବି ଋତୁରେ ସଂଗୃହୀତ ହୋଇଥିବା ଧାନ ବିକ୍ରିର ଆଜି ଥିଲେ ଶେଷ ତାରିଖ। ସେଥିପାଇଁ ଚାଷୀମାନେ ନିଜ ଉପାର୍ଜିତ ଧାନ ଧରି ଅତାବିରା ମାର୍କେଟ ୟାର୍ଡରେ ପହଞ୍ଚିଥିଲେ। ହେଲେ ସେହି ଧାନକୁ କିଣିବା ପାଇଁ କେହି ଆସିଲେନାହିଁ। ଏହାର ପ୍ରତିବାଦରେ ଚାଷୀମାନେ ଆଜି ରାସ୍ତାରୋକ କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ।

ଅପରାହ୍ନରେ ବଡ଼ଗଡ଼ ଉପଜିଲ୍ଲାପାଳ ଧାରଣା ସ୍ଥଳରେ ପହଞ୍ଚି ଶ୍ରୀ ମହାନନ୍ଦଙ୍କ ସମେତ ୮ ଜଣ ଚାଷୀଙ୍କୁ ଉଠାଇ ନେଇଥିଲା। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ପୁଲିସ ସେମାନଙ୍କ ନାଁରେ ମାମଲା ରୁଜୁ କରିଛି। ପରେ ପୁଲିସ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଛାଡ଼ିଛି। ତେବେ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଧାନ ନଉଠିବା ଯାଏଁ ଆନ୍ଦୋଳନ ଚାଲିବ। ଆଗକୁ ଆନ୍ଦୋଳନ ତୀବ୍ରତର ହେବ।

Related story