ଝିଅକୁ ଧରି ଗାଁ ସାରା ବୁଲିଲା, ପତ୍ନୀ ମାଗିଲେ ବୋଲି କଚାଡ଼ି ମାରିଦେଲା!

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ‘ବାପା’ ଠାରୁ ପବିତ୍ର ଶବ୍ଦ ବୋଧହୁଏ ଅଭିଧାନରେ ନାହିଁ। ସେଥିପାଇଁ ବାପା ଚିର ନମସ୍ୟ ଓ ସର୍ବାଗ୍ରେ। ହେଲେ ଜଣେ ବାପା ଆଜି ରାକ୍ଷସ ପାଲଟିଛି। ମଦ ନିଶାରେ ନିଜର ଦୁଇ ବର୍ଷର ଝିଅକୁ କଚାଡ଼ି ମାରି ଦେଇଛି। ପତ୍ନୀଙ୍କ ଉପରେ ରାଗ ସୁଝାଇବାକୁ ଯାଇ ସେ ଝିଅକୁ କଚାଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଦେବଗଡ଼ ଜିଲ୍ଲାରୁ ଆସିଛି। ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। […]

Deogarh

Deogarh

Manoranjan Sial
  • Published: Monday, 16 January 2023
  • Updated: 16 January 2023, 07:55 PM IST

Sports

Latest News

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): 'ବାପା' ଠାରୁ ପବିତ୍ର ଶବ୍ଦ ବୋଧହୁଏ ଅଭିଧାନରେ ନାହିଁ। ସେଥିପାଇଁ ବାପା ଚିର ନମସ୍ୟ ଓ ସର୍ବାଗ୍ରେ। ହେଲେ ଜଣେ ବାପା ଆଜି ରାକ୍ଷସ ପାଲଟିଛି। ମଦ ନିଶାରେ ନିଜର ଦୁଇ ବର୍ଷର ଝିଅକୁ କଚାଡ଼ି ମାରି ଦେଇଛି। ପତ୍ନୀଙ୍କ ଉପରେ ରାଗ ସୁଝାଇବାକୁ ଯାଇ ସେ ଝିଅକୁ କଚାଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଦେବଗଡ଼ ଜିଲ୍ଲାରୁ ଆସିଛି। ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ଲଇମୁରା ଥାନା ଲମ୍ବଡୁରା ଗାଁର ବିଜୁ କିସାନ୍‌ ୩ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲାର କୁଲକୁତା ଗାଁର ସକୁନ୍ତଳାଙ୍କୁ ବିବାହ କରିଥିଲେ। ବିବାହ ପରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ତେବେ ପରବର୍ତୀ ସମୟରେ ବିଜୁ ନିଶା ସେବନ ଆରମ୍ଭ କରିଥିଲେ। ଏହିଠାରୁ ଆରମ୍ଭ ହେଲା ପାରିବାରିକ ଗଣ୍ଡଗୋଳ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଏପରିକି ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ ବିଜୁ। ଯେଉଁଥିପାଇଁ ଗାଁରେ ଅନେକ ଥର ବୈଠକ ବସିଥିଲା। ସ୍ୱାମୀ ଓ ସ୍ତ୍ରୀଙ୍କ କଳି ସମାଧାନ କରିବାକୁ ଉଦ୍ୟମ କରାଯାଇଥିଲା।

ହେଲେ ବିଜୁଙ୍କ ଚରିତ୍ରରେ କୌଣସି ପରବର୍ତ୍ତନ ହେଉନଥିଲା। ସକୁନ୍ତଳାଙ୍କୁ ମାଡ଼ରୁ ନିସ୍ତାର ମିଳୁନଥିଲା। ଶେଷରେ କିଛି ଉପାୟ ନପାଇ ୨୫ ଦିନ ତଳେ ସକୁନ୍ତଳା ନିଜ ଦୁଇ ବର୍ଷର ଝିଅକୁ ଧରି ବାପ ଘରକୁ ପଳାଇ ଯାଇଥିଲେ। ଆଧାର କାର୍ଡ ନେଇ ନଥିବାରୁ ବାପ ଘର ଗାଁ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଛୁଆର ଆଡମିଶନ୍‌ କରାଇ ପାରୁନଥିଲେ ସକୁନ୍ତଳା।

ଅଧିକ ପଢ଼ନ୍ତୁ: ସାବତ ମା’ର ସାଂଘାତିକ କାଣ୍ଡ; ୨ ବର୍ଷ ଛୁଆର ତଣ୍ଟି କାଟି ନିଜେ ଝୁଲି ପଡ଼ିଲେ

ରବିବାର ସକୁନ୍ତଳା ଶାଶୂ ଘରକୁ ଆସିଥିଲେ। ସ୍ୱାମୀ ବିଜୁଙ୍କ ପାଖକୁ ନଯାଇ ଶାଶୂ ଓ ଶ୍ୱଶୁରଙ୍କ ପାଖରେ ରାତିରେ ରହିଥିଲେ। ଏ କଥା ଜାଣିବା ପରେ ଆଜି ସକାଳେ ବିଜୁ ସେଠାରେ ପହଞ୍ଚିଥିଲେ। ସକୁନ୍ତଳାଙ୍କୁ ଟାଣାଓଟରା କରିଥିଲେ। ମାତ୍ର ସେ ତାଙ୍କ ସହିତ ଯାଇନଥିଲେ। ତେଣୁ ବିଜୁ ଝିଅକୁ ନେଇଯାଇଥିଲେ। ସେ ଝିଅକୁ ଧରି ଆଜି ସକାଳେ ଗାଁ ସାରା ବୁଲିଥିଲେ। ସେତେବେଳେ ସେ ମିଦ ପିଇଥିବା ଅଭିଯୋଗ ହୋଇଛି।

ସକାଳ ପ୍ରାୟ ସାଢ଼ ୯ଟା ହେବ। ବିଜୁ ପାଖକୁ ସକୁନ୍ତଳା ଆସିଥିଲେ। ଝିଅକୁ ଦେବାକୁ କହିଥିଲେ। ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଜୁ ଛୁଆକୁ କଚାଡି ଦେଇଥିବା ଅଭିଯୋଗ ହୋଇଛି। ସାହି ପଡ଼ିଶା ସଙ୍ଗେ ସଙ୍ଗେ ଛୁଆକୁ ଉଦ୍ଧାର କରି ଲଇମୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ  ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଛୁଆକୁ ମୃତ ଘୋଷଣା କରିଥିଲେ।

ଛୁଆକୁ ମାରିଦେବା ପରେ ନିଶା ସକ୍ତ ଅବସ୍ଥାରେ ଥିବା ବିଜୁ ଗାଁରୁ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା। ଗାଁ ଲୋକେ ତାକୁ କାବୁ କରି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ବିଜୁକୁ ଗିରଫ କରିଥିଲା ଓ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story