ନୂଆପଡ଼ା (ମାୟାଧର ସରାଫ): ଝିଅ ପୋଖରୀରେ ଗାଧଉଥିଲା ବେଳେ ଆଡ଼ିରେ ବସିଥିଲେ ବାପା। ଗାଧୋଇବା ବେଳେ ହଠାତ୍ ପାଣିରେ ବୁଡ଼ିଗଲା ଝିଅ। ଚିତ୍କାର ଶୁଣି ଝିଅକୁ ଉଦ୍ଧାର କରିବାକୁ ଯାଇଥିବା ବାପା। ହେଲେ କେହି ଫେରିଲେ ନାହିଁ। ହାତ ଧରାଧରି ହୋଇ ବାପା-ଝିଅ ପାଣିରେ ବୁଡ଼ିଗଲେ। ଆଜି ପୂର୍ବାହ୍ନରେ ଏପରି ଘଟଣା ନୂଆପଡା ସଦର ଥାନା ନୂଆପଡା ଏନଏସିର ୮ ନମ୍ବର ୱାର୍ଡ଼ ସାଲେଭଟା ଗାଁରେ ଘଟିଛି।
ଆଜି ଅପରାହ୍ନ ୧୧ଟା ବେଳେ ସାଲେଭଟା ଗାଁର ରୋହିତ ମାଝୀ ନିଜର ୫ ବର୍ଷର ଝିଅ ଦେବୀକାକୁ ଧରି ଗାଁର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଝିଅ ଗାଧଉ ଥିବା ବେଳେ ବୁଡି ଯାଉଥିଲା। ଚିତ୍କାର ଶୁଣି ପୋଖରୀ ହୁଡ଼ାରେ ବସିଥିବା ବାପା ଝିଅକୁ ଉଦ୍ଧାର କରିବାକୁ ଯାଇଥିଲେ। ମାତ୍ର ସେ ମଧ୍ୟ ବୁଡି ଯାଇଥିଲେ।
ସେପଟେ ରୋହିତ ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ଚାରିଆଡ଼େ ଖୋଜି ଥିଲେ। ପରେ ପୋଖରୀ ଆଡ଼ିରେ ଗାମୁଛା ଓ ଚପଲ ଦେଖି ପାଣିରେ ଖୋଜାଖୋଜି କରିଥିଲେ। ପାଣି ଭିତରୁ ବାପ-ଝିଅଙ୍କ ମୃତଦେହ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିଯୁକ୍ତଙ୍କ ମୁହଁରେ କଳା ବୋଳିଲେ, ଜୋତା ମାଳ ପକାଇଲେ ନାବାଳିକା
ଗାଁ ଦାଣ୍ଡରେ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତଙ୍କ ମୁହଁରେ ପୀଡିତା ନାବାଳିକା କାଳା ବୋଳିଥିଲେ। ପରେ ତାଙ୍କ ବେକରେ ଜୋତା ମାଳ ପକାଇ ଥିଲେ। ତା’ପରେ ପ୍ରଶାନ୍ତଙ୍କ ବେକରେ ନାଗରା ଓ ଅଣ୍ଟାରେ ଦୌଡ଼ି ବାନ୍ଧି ଦେଲେ ଗାଁ ଲୋକ। ପରେ ପୂରା ଗାଁ ବୁଲାଇଲେ।
Crime
କନିଷ୍ଠ ଖଣି ଅଧିକାରୀଙ୍କ ପୁଳା ପୁଳା ସମ୍ପତ୍ତି, ଏକାଧିକ ଘର ସହିତ ଠାବ ହୋଇଛି ୧୪ଟି ପ୍ଲଟ୍ ଓ ଫାର୍ମ ହାଉସ୍
ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା ଓ ଯାଜପୁର ସ୍ଥିତ ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
Crime
ରାଜଧାନୀରେ ୪୦ ହଜାର ଟଙ୍କାରେ ବିକ୍ରି ହେଲା ୪ ବର୍ଷର ଝିଅ; ମଧ୍ୟସ୍ଥି ମାଲାମାଲ୍!
ସଉତୁଣୀ ଝିଅକୁ ଆଡ ଆଖିରେ ଦେଖୁନଥିଲେ ଗୁଡ଼ିଆ। ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ନିଜର ୪ ବର୍ଷର ଝିଅକୁ ଅନାଥାଶ୍ରମରେ ରଖିବାକୁ ନିଷ୍ପତ୍ତି ନେଇଥିଲେ ଶୁବୋଧ।
Crime
ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ; ଫଟୋ ଭାଇରାଲ
ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଷ୍ଟାଟସ୍ ଦିଆଯାଇଥିଲା।