ପାଇଖାନା ପାଇଁ ବାପପୁଅ ମୁହାଁମୁହିଁ, ଥାନାକୁ ଗଲା କଥା

ନୀଳଗିରି (ବିଶ୍ୱମ୍ବର ଦାସ): ପାଇଖାନା ନିର୍ମାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ବାପପୁଅ। କଥା ଥାନା ପର୍ଯ୍ୟନ୍ତ ବି ଯାଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଗୋପୀନାଥପୁର ଅଞ୍ଚଳରେ ଘଟିଛି ଏହି ଘଟଣା। ଉପେନ୍ଦ୍ର ପ୍ରଧାନ ନିଜ ଜାଗାରେ ତାଙ୍କ ପାଇଁ ପାଇଖାନାଟିଏ ନିର୍ମାଣ କରିବାକୁ ଉଦ୍ୟମ କରି ଆସୁଥିଲେ। ହେଲେ ଏଥିରେ ବାଧା ଦେଇ ଆସୁଥିଲେ ତାଙ୍କ ପୁଅ। ସେଥିପାଇଁ ଉପେନ୍ଦ୍ର ପୁଅ ବିରୋଧରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ହେଲେ କିଛି ସୁଫଳ ମିଳି ନଥିଲା। ଶେଷରେ […]

Old Man

  • Published: Sunday, 27 November 2022
  • , Updated: 27 November 2022, 12:28 PM IST

ନୀଳଗିରି (ବିଶ୍ୱମ୍ବର ଦାସ): ପାଇଖାନା ନିର୍ମାଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ବାପପୁଅ। କଥା ଥାନା ପର୍ଯ୍ୟନ୍ତ ବି ଯାଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଗୋପୀନାଥପୁର ଅଞ୍ଚଳରେ ଘଟିଛି ଏହି ଘଟଣା।

ଉପେନ୍ଦ୍ର ପ୍ରଧାନ ନିଜ ଜାଗାରେ ତାଙ୍କ ପାଇଁ ପାଇଖାନାଟିଏ ନିର୍ମାଣ କରିବାକୁ ଉଦ୍ୟମ କରି ଆସୁଥିଲେ। ହେଲେ ଏଥିରେ ବାଧା ଦେଇ ଆସୁଥିଲେ ତାଙ୍କ ପୁଅ। ସେଥିପାଇଁ ଉପେନ୍ଦ୍ର ପୁଅ ବିରୋଧରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ହେଲେ କିଛି ସୁଫଳ ମିଳି ନଥିଲା।

ଶେଷରେ ଉପେନ୍ଦ୍ର ଆଜି ପାଇଖାନା ତିଆରି କରିବା ପାଇଁ ମିସ୍ତ୍ରୀ ଓ ଶ୍ରମିକଙ୍କୁ ଡାକଥିଲେ। ମିସ୍ତ୍ରୀ ଓ ଶ୍ରମିକମାନେ କାମ ଆରମ୍ଭ କରିବା ମାତ୍ରେ ଉପେନ୍ଦ୍ରଙ୍କ ପୁଅ, ବୋହୂ ଓ ନାତି ପହଞ୍ଚି ବିରୋଧ କରିଥିଲେ। ସେମାନେ ଆଦୌ କାମ କରିବାକୁ ଦେଇ ନଥିଲେ। ସେମାନେ ସେଠାରେ ପାଇଖାନା ହେଉ ବୋଲି ଚାହୁଁ ନାହାନ୍ତି।

ଉପେନ୍ଦ୍ର ଆଉ କିଛି ଉପାୟ ନ ପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ବୟସ ଅଧିକ ହୋଇଗଲାଣି। ରାସ୍ତା ପାର ହୋଇ ପାଇଖାନାକୁ ଯିବାକୁ ତାଙ୍କର ଆଉ ବଳ ନାହିଁ। ସେଥିପାଇଁ ସେ ଘର ପାଖରେ ପାଇଖାନା କରିବାକୁ ଚାହୁଁଛନ୍ତି।

Related story